ଓଡ଼ିଶାରୁ ଚାଲିଲା ୧୨ ଯୋଡ଼ା ଟ୍ରେନ୍

ଭୁବନେଶ୍ୱର, ୨।୬ (ବ୍ୟୁରୋ): ଅନ୍‌ଲକ୍‌-୧.୦ର ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ ୨ଶହ ଯାତ୍ରିବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରୁ ୧୨ ଯୋଡ଼ା ଟ୍ରେନ୍‌ ଗଡ଼ିଛି। ସୋମବାର ସକାଳେ ପ୍ରଥମ ଟ୍ରେନ୍‌ ଭାବେ ଜନଶତାବ୍ଦୀ ଏକ୍ସପ୍ରେସ୍‌ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାତ୍ରା କରିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ଚାଲିଥିବା ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ଓ ସ୍ପେଶାଲ ଏସି ଟ୍ରେନ ସହ ଏସବୁ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି। ସାରା ଦେଶରେ ପ୍ରଥମ ଦିନରେ ୧ ଲକ୍ଷ ୪୫ ହଜାରରୁ ଅଧିକ ଯାତ୍ରୀ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିବା ନେଇ ରେଳ ମନ୍ତ୍ରଣାଳୟ ସୂଚନା ଦେଇଛି। ଜୁନ ୧ରୁ ୩୦ ମଧ୍ୟରେ ୨୬ ଲକ୍ଷ ଯାତ୍ରୀ ଆଡଭାନ୍ସ ରିଜର୍ଭେଶନ୍‌ ବା ଆଗୁଆ ସିଟ୍‌ ବୁକ୍‌ କରିଛନ୍ତି। ଯାତ୍ରୀଙ୍କୁ ୯୦ମିନିଟ୍‌ ପୂର୍ବରୁ ଷ୍ଟେଶନରେ ପହଞ୍ଚିବା ପାଇଁ ନିର୍ଦ୍ଦେଶାବଳୀ ଜାରି ହୋଇଛି। କେବଳ ଟିକେଟ କନଫର୍ମ ହୋଇଥିବା ଓ ଆର୍‌ଏସି ଯାତ୍ରୀଙ୍କୁ ଟ୍ରେନ୍‌ ଯିବାକୁ ଅନୁମତି ଦିଆଯିବ। ଯାତ୍ରୀଙ୍କ ପାଇଁ ମାସ୍କ ପିନ୍ଧିବା ଓ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଥିବାବେଳେ କେବଳ କରୋନା ଲକ୍ଷଣ ନ ଥିବା ଯାତ୍ରୀ ହିଁ ଟ୍ରେନ୍‌ ଯାତ୍ରା କରିପାରିବେ ବୋଲି ନିର୍ଦ୍ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri