ଓଡ଼ିଶାକୁ ଜଗନ୍ନାଥ ଭରସା: ନିରଞ୍ଜନ

ଭୁବନେଶ୍ୱର, ୨୬ା୫ (ବ୍ୟୁରୋ): ରାଜ୍ୟ ସ୍ଥିତିକୁ ଦେଖିଲେ ବର୍ତ୍ତମାନ ବହୁତ ବିଚଳିତ ଏବଂ ବ୍ୟସ୍ତ ଲାଗୁଛି। ସରକାର କିଭଳି କରୋନାକୁ ମୁକାବିଲା କରିବାକୁ ଚାହୁଁଛନ୍ତି, ତାହା କିଛି ବୁଝି ପାରୁନି ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ନିରଞ୍ଜନ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ, ଓଡ଼ିଶାକୁ ଏବେ ଜଗନ୍ନାଥ ହିଁ ଭରସା। କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡ଼ିକ ବର୍ତ୍ତମାନ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଯେଉଁମାନେ କ୍ୱାରାଣ୍ଟାଇନ୍‌ରୁ ବାହାରୁଛନ୍ତି, ସେମାନଙ୍କୁ ୨ହଜାର ଟଙ୍କା ଦିଆଯାଉନାହିଁ। ଯେଉଁ ପ୍ରବାସୀ ଫେରୁଛନ୍ତି, ସେମାନଙ୍କୁ ସରକାର ଚାଉଳ, ଡାଲି ଦେବେ ବୋଲି କହିଥିଲେ ହେଁ ତାକୁ ମଧ୍ୟ କଲେନାହିଁ। ବିମାନ ଏବଂ ଟ୍ରେନ୍‌ ଆସୁଥିଲେ ମଧ୍ୟ ସରକାର ଏନେଇ ଜାଣିପାରୁ ନ ଥିବାବେଳେ ଖବର ମଧ୍ୟ ଦିଆଯାଉନାହିଁ। ଏବେ କ୍ୱାରାଣ୍ଟାଇନ୍‌ରେ ରହିବା ଅବଧି ୨୧ଦିନ ପରିବର୍ତ୍ତେ ୭ ଦିନ କରାଗଲା। କରୋନା ମୁକାବିଲା ନେଇ ସରକାର ଏକ ପ୍ରକାର ହାତ ଟେକିଦେଲେଣି। ପ୍ରଶାସନ କ’ଣ କରିବାକୁ ଚାହୁଁଛି କିଛି ବୁଝାପଡୁନି। ଗୁଜରାଟକୁ ମଡର୍ନ ରାଜ୍ୟ କୁହାଯାଉଥିଲା, ହେଲେ ସେଠାକାର ପରିସ୍ଥିତି ସମାନ। ଆମ ପାଇଁ କେବଳ ଜଗନ୍ନାଥ ହିଁ ଭରସା ବୋଲି ନିରଞ୍ଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଝିଅଙ୍କୁ ଛୁରାମାଡ଼ ଘଟଣା: ହସ୍ପିଟାଲରୁ ଡିସଚାର୍ଜ ପରେ ପୋଲିସ ହେପାଜତରେ ଅଭିଯୁକ୍ତ

ଭୁବନେଶ୍ୱର,୩।୧୧(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଶୈଳଶ୍ରୀବିହାର ଅଞ୍ଚଳରେ ଘରେ ପଶି ମା’ ଝିଅଙ୍କୁ ଛୁରାମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରୂପେଶ ପଣ୍ଡାଙ୍କୁ କମିଶନରେଟ ପୋଲିସ ଅଟକ ରଖିଛି ।...

ବାଲୁକାକଳାରେ ସୁଦର୍ଶନଙ୍କ ବାର୍ତ୍ତା: ‘ମହିଳାଙ୍କୁ ସମ୍ମାନ ଦିଅ’

ଭୁବନେଶ୍ୱର, ୫।୧୨(ବ୍ୟୁରୋ): ଦେଶ ତଥା ରାଜ୍ୟରେ ଏବେ ନାରୀ ନିର୍ଯାତନା, ବଳାତ୍କାର, ହତ୍ୟା ଭଳି ଘଟଣା ଦିନକୁ ଦିନ ବଢ଼ିଚାଲିଥିବା ବେଳେ ମହିଳାମାନଙ୍କୁ ସମ୍ମାନ ଦେବାକୁ...

ଭାରତୀୟ ନୌସେନାର ୨୧ ଯବାନ କରୋନା ପଜିଟିଭ

ନୂଆଦିଲ୍ଲୀ,୧୮।୪: କରୋନା ଭାଇରସ ସବୁଠି ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତୀୟ ନୌସେନା ବି ଏଥିରୁ ବର୍ତ୍ତି ପାରିନାହିଁ। ସୂଚନା ଅନୁଯାୟୀ, ଭାରତୀୟ...

ଗଡୁନି ବସ୍‌, ଦୁର୍ଦ୍ଦିନରେ ନିର୍ଭରଶୀଳ ପରିବାର

ବାରିପଦା ଅଫିସ,୨୯।୬- କରୋନାର ଦ୍ୱିତୀୟ ଲହର ସଂକ୍ରମଣ ପାଇଁ ସବୁଆଡ଼େ ଯାତ୍ରୀବାହୀ ବସ୍‌ ବନ୍ଦ ହୋଇଛି। ମୟୂରଭଞ୍ଜ ଜିଲାରେ ମଧ୍ୟ ଶହ ଶହ ଯାତ୍ରୀବାହୀ ବସ୍‌...

କଲରାପତରିଆ ବାଘ ଚମଡ଼ା ଜବତ, ୫ ଗିରଫ

ବାରିପଦା ଅଫିସ/ବିଶୋଇ, ୨୦।୧୦(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଟାର୍ଗେଟ କରିଛନ୍ତି ବାଘଛାଲ ବେପାରୀ। ଶିମିଳିପାଳ ପାଦଦେଶରେ ମଙ୍ଗଳବାର କଲରାପତରିଆ ବାଘଚମଡା ବିକ୍ରି ନିମନ୍ତେ ଡିଲ୍‌ ଚାଲିଥିବା...

ବିନ୍ଦୁସାଗର ବୋଇତ ବନ୍ଦାଣ ଉତ୍ସବ-୨୦୧୯ ପ୍ରସ୍ତୁତି ବୈଠକ: ୮ ଜଣ ପାଇବେ ଏକାମ୍ର ସମ୍ମାନ ପୁରସ୍କାର

ପୁରୁଣା ଭୁବନେଶ୍ୱର, ୧୦।୧୧(ଡି.ଏନ.ଏ.): ଚଳିତବର୍ଷ ବିନ୍ଦୁସାଗର ବୋଇତ ବନ୍ଦାଣ ଉତ୍ସବ ପାଳିତ ହେବ। ଏହି ଉପଲକ୍ଷେ ଭୁବନେଶ୍ୱର ସାଂସ୍କୃତିକ ପରିଷଦର ପ୍ରସ୍ତୁତି ବୈଠକ ସଭାପତି ତଥା...

ଜୁନ୍‌ ୨୧ ସୂର୍ଯ୍ୟପରାଗ ପରେ ନଷ୍ଟ ହେବ କରୋନା ଭୂତାଣୁ : ଭାରତୀୟ ବୈଜ୍ଞାନିକ

ଚେନ୍ନାଇ, ୧୬।୬: କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ତେବେ ଚଳିତ ଜୁନ ୨୧ରେ ହେବାକୁ ଥିବା ସୂର୍ଯ୍ୟପରାଗ ପରେ କରୋନା ଭୂତାଣୁ ନଷ୍ଟ...

ନିୟମ ଉଲ୍ଲଂଘନ ଅଭିଯୋଗରେ ୩ ଦୋକାନୀ ଗିରଫ

ଭଦ୍ରକ ଅଫିସ,୨୧।୪: ଭଦ୍ରକ ଜିଲାରେ ୮ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇଛନ୍ତି। ଭଣ୍ଡାରିପୋଖରୀ ବ୍ଲକରେ ୨ଜଣ କରୋନା ରୋଗୀ...

Advertisement
Archives

Model This Week