Posted inଫୁରସତ

ଓଟଙ୍କ ଡାକ୍ତରଖାନା

ମଣିଷଙ୍କ ଭଳି ପଶୁଙ୍କ ପାଇଁ ବି ଡାକ୍ତରଖାନା ଅଛି। ତେବେ ଖାସ୍‌କରି ଦୁବାଇରେ ଓଟଙ୍କ ପାଇଁ ନିର୍ମିତ ଡାକ୍ତରଖାନାର କଥା ଟିକେ ଅଲଗା। ଏଠି କେବଳ ଓଟଙ୍କର ଚିକିତ୍ସା କରାଯାଏ। ଡାକ୍ତରଖାନାଟିର ନାମ ହେଉଛି ‘ଦୁବାଇ କ୍ୟାମେଲ ହସ୍ପିଟାଲ’। ଏ ହେଉଛି ପୃଥିବୀର ଏହିଭଳି ଏକମାତ୍ର ଡାକ୍ତରଖାନା। ଏଠାରେ ବହୁ ଆଧୁନିକ ପଦ୍ଧତି ବ୍ୟବହାର କରାଯାଇଛି। ତେଣୁ ଏହାକୁ ନିର୍ମାଣ କରିବା ଲାଗି ୭୧ କୋଟି ଖର୍ଚ୍ଚ ହୋଇଥିଲା। ଏହା ଏବେ ସାରା ପୃଥିବୀରେ ଚର୍ଚ୍ଚିତ। ଏଠାରେ ଓମାନ୍‌ରୁ ଆରମ୍ଭ କରି ସମ୍ପୂର୍ଣ୍ଣ ସଂଯୁକ୍ତ ଆରବ ଏମିରେଟ୍‌ର ଓଟଙ୍କ ଚିକିତ୍ସା କରାଯାଏ। ଏଠାରେ ପ୍ରାୟତଃ ଓଟଙ୍କ ମାରାଥନ୍‌ରେ ଅଂଶଗ୍ରହଣ କରି ହାଡ଼ଭଙ୍ଗା ଓ କ୍ଷତବିକ୍ଷତ ହୋଇଥିବା ଓଟଙ୍କୁ ଚିକିତ୍ସା କରାଯାଇଥାଏ। ଅନେକ ସମୟରେ ଏଠାରେ ଅପରେଶନ ଥିଏଟରରେ ଓଟଙ୍କୁ ଓଲଟା ଝୁଲାଇ ଚିକିତ୍ସା କରାଯାଇଥାଏ। ହସ୍ପିଟାଲରେ ମୋଟ ୬୫ ଜଣ ମେଡିକାଲ ଷ୍ଟାଫ୍‌ ଅଛନ୍ତି। ଏଠି ବିଦେଶୀ ବିଶେଷଜ୍ଞଙ୍କ ଟିମ୍‌ ବି ଅଛନ୍ତି ଓ ଗୋଟିଏ ଥରରେ ୨୨ଟି ଓଟଙ୍କ ଚିକିତ୍ସା କରାଯାଇପାରେ। ତେବେ ଓଟଙ୍କ ଚିକିତ୍ସା ଖର୍ଚ୍ଚ ଏଠାରେ ବହୁତ ଅଧିକ। କେବଳ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ ୮ ହଜାର ଟଙ୍କା ଖର୍ଚ୍ଚ କରିବାକୁ ହୁଏ। ଏଠାରେ ଏକ ୫ ମିଟର ଉଚ୍ଚର ଏଣ୍ଡୋସ୍କୋପି ମେଶିନ ବି ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri