ଐଶର୍ଯ୍ୟା ରାଗିବାରୁ ୨ଦିନ ହଲ୍‌ରେ ଶୋଇଥିଲେ ଅଭିଷେକ

ମୁମ୍ବାଇ: ବଲିଉଡ୍‌ ଇତିହାସରେ କେତେକ କପଲଙ୍କ ଯୋଡି ତିଆରି ହୋଇଛି ଓ ଭାଙ୍ଗିଛି। କିନ୍ତୁ କିଛି ଏଭଳି ଯୋଡି ଅଛନ୍ତି ଯାହାର ଅନ୍‌ସ୍କ୍ରିନ୍‌ ଓ ଅଫ୍‌ସ୍କ୍ରିନ୍‌ରେ ତାଳମେଳ ବେଶ୍‌ ଭଲ ରହିଥିବା ଦେଖିବାକୁ ମିଳେ। ଏମିତି କିଛି ଯୋଡିଙ୍କ ମଧ୍ୟରୁ ବଲିଉଡ୍‌ର ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନ ଅନ୍ୟତମ। ସୋମବାର ଐଶ୍ୱର୍ଯ୍ୟା ଓ ଅଭିଷେକ ନିଜର ୧୩ତମ ବିବାହ ବାର୍ଷିକି ପାଳନ କରିଛନ୍ତି। ୨୦୦୭ ଏପ୍ରିଲ ୨୦ରେ ଐଶ୍ୱର୍ଯ୍ୟା ଓ ଅଭିଷେକ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହି ବର୍ଷ ମଧ୍ୟରେ ସେମାନଙ୍କ ଜୀବନରେ କେତେ ଉତ୍‌ଥାନ ଓ ପତ୍ତନ ଘଟିଛି। ଏହାରି ଭିତରେ ବି ରିୟଲ ଲାଇଫ୍‌ରେ ଦୁହେଁ ଭଲ ବଣ୍ଡିଂ ଶେୟାର କରନ୍ତି। ଦୁହିଁଙ୍କ ମଧ୍ୟରେ କେବେ ମତଭେଦ ହେବା ଖବର ସାମ୍ନାକୁ ଆସିନାହିଁ। ଏପରିକି ଝିଅ ଆରାଧ୍ୟା ଜନ୍ମ ହେବା ପରେ ଦୁହିଁଙ୍କ ସମ୍ପର୍କ ଆହୁରି ମଜ୍‌ଭୁତ ହୋଇଛି। କିନ୍ତୁ ସର୍ମ୍ପକରେ ଯଦି ଟିକେ ଖିଟ୍‌ପିଟ୍‌ ବା ରାଗରୁଷା ନ ଥାଏ ତେବେ ସମ୍ପର୍କର ମାନେ କ’ଣ। ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କର ବି କିଛି ଏଭଳି ରୋମାଞ୍ଚକର କାହାଣୀ ରହିଛି। ଏକଦା ଅଭିଷେକଙ୍କ ଉପରେ ଐଶ୍ୱର୍ଯ୍ୟା ରାଗିଯିବାରୁ ୨ଦିନ ଧରି ଅଭିଷେକଙ୍କୁ ଘରର ହଲ୍‌ରେ ଶୋଇବାକୁ ପଡ଼ିଥିଲା। ସୂଚନା ମୁତାବକ ଅଭିଷେକଙ୍କର ନିଜର ଏକ କବାଡି ଟିମ୍‌ ଅଛି ଯାହାର ନାମ ‘ଜୟପୁର ପିଙ୍କ୍‌ ପେନ୍ଥର୍ସ’। ଥରେ ଅଭିଷେକ ନିଜ ଟିମ୍‌ର ଟ୍ରେନିଂ କାର୍ଯ୍ୟରେ ସତ୍ୟଭାମା ୟୁନିଭର୍ସିଟି ଯାଇଥିଲେ। ସେଠାରେ ତାଙ୍କର ସାକ୍ଷାତକାର ୟୁନିଭର୍ସିଟିର ପ୍ରତିଷ୍ଠାତା କର୍ନଲ ଜେପିଆରଙ୍କ ସହ ହୋଇଥିଲା। କର୍ନଲଙ୍କ ଅଫିସ ବହୁ ଛୋଟ ଥିବା ବେଳେ ସେ ତାଙ୍କର ଟ୍ରଫିଗୁଡ଼ିକୁ ତଳେ ରଖିଥିଲେ। ଏନେଇ ଅଭିଷେକ ତାଙ୍କୁ ପଚାରିବାରୁ ସେ କହିଥିଲେ, ଏହି ପୁରସ୍କାରଗୁଡ଼ିକୁ ଅଧିକ ପ୍ରାଧାନ୍ୟ ଦେବାକୁ ଚାହୁଁନାହିଁ। କାରଣ ଯେତେବେବେଳେ ଆପଣଙ୍କ ସଫଳତା ମୁଣ୍ଡରେ ନାଚେ ସେତେବେଳେ ପତ୍ତନ ହେବା ଥୟ। ତେଣୁ ନିଜ ସଫଳତାକୁ କେବେ ପ୍ରାଧାନ୍ୟ ଦେବା ଉଚିତ ନୁହେଁ ବୋଲି କର୍ନଲ କହିଥିଲେ। ତେବେ କର୍ନଲଙ୍କ ଏହି ସାଦାସିଧା ଜୀବନଶୈଳୀ ଓ ଏଭଳି କଥାରେ ଅଭିଷେକ ବେଶ୍‌ ପ୍ରଭାବିତ ହୋଇଥିଲେ। ଅଭିଷେକ ନିଜ ଘରେ ଏଭଳି କରିବାକୁ ଚେଷ୍ଟା କରିଥିଲେ। ହେଲେ ଏହାର ଫଳାଫଳ ଓଲଟା ପଡ଼ିଥିଲା। ତଳେ ଟ୍ରଫି ରଖିଯାଇଥିବା ଦେଖି ଐଶ୍ୱର୍ଯ୍ୟା ଅଭିଷେକଙ୍କ ଉପରେ ରାଗିଯାଇଥିଲେ। ଫଳରେ ଅଭିଷେକଙ୍କୁ ୨ ଦିନ ଘରର ହଲ୍‌ରେ ଶୋଇବାକୁ ପଡ଼ିଥିଲା ବୋଲି ଅଭିଷେକ ଏକ ଇଣ୍ଟରଭ୍ୟୁରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବିରାଟଙ୍କ ନମ୍ବର ତାଙ୍କୁ ମିଳିବା ଉଚିତ’, କୋହଲିଙ୍କ ପାଇଁ କିଏ ହେବେ ପରଫେକ୍ଟ ରିପ୍ଲେସମେଣ୍ଟ ପ୍ରକାଶ କଲେ ୱାସିମ ଜାଫର୍‌, ଚମକି ପଡ଼ିବେ…

ନୂଆଦିଲ୍ଲୀ,୫।୧୦: ପ୍ରାୟ ୧୫ ବର୍ଷ ଧରି, ଭାରତୀୟ ଦଳକୁ ODI କ୍ରିକେଟରେ ୩ ନମ୍ବର ସ୍ଥାନ ପାଇଁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନାହିଁ; ଏହାର ମୁଖ୍ୟ…

ଭିଜିଲାନ୍ସ ପଞ୍ଝାରେ ବେତନଟୀ ସବଡିଭିଜନ AEE, ଏକକାଳୀନ ୧୦ ସ୍ଥାନରେ ଚଢାଉ

ବାରିପଦା/ବେତନଟୀ, ୫।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ବେତନଟୀ ଆର୍‌ଆଣ୍ଡବି ସବ୍‌ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ସୃଷ୍ଟି ହେବ ବିରଳ ତ୍ରିଗ୍ରହୀ ଯୋଗ; ବଦଳିଯିବ ୩ ରାଶିର ଭାଗ୍ୟ, ପ୍ରଚୁର ଧନ ଲାଭ

ଅକ୍ଟୋବର ମାସରେ ତୁଳା ରାଶିରେ ସୂର୍ଯ୍ୟ, ବୁଧ ଓ ଶୁକ୍ରଙ୍କ ଯୁତି ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ତିନି ଗ୍ରହ ଗୋଟିଏ ରାଶିରେ ରହିବା…

ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବଡ଼ ଅପିଲ୍, ମହିଳାମାନେ ବାଗେଶ୍ବର ଆଶ୍ରମକୁ ଏକୁଟିଆ…

ଭୋପାଳ,୫ା୧୦: ମଧ୍ୟପ୍ରଦେଶର ଛତରପୁର ଜିଲା ଗଢ଼ାସ୍ଥିତ ପ୍ରସିଦ୍ଧ ବାଗେଶ୍ୱର ଧାମରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନେଇ ପୀଠାଧୀଶ୍ୱର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଅପିଲ୍ କରିଛନ୍ତି ।…

ସିଜେପି (CJP) ର ଆଶୁତୋଷ ରଙ୍କା କହିଲେ,‘ରକ୍ତର ପ୍ରତ୍ୟେକ ବୁନ୍ଦା…’, ହେଲେ ସେ କାହାକୁ ଦେଲେ ଏମିତି ଚ୍ୟାଲେଞ୍ଜ? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ‘କକରୋଚ ଜନତା ପାର୍ଟି’ (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ କରୁଛି। SIR ବିବାଦକୁ ନେଇ ସେମାନେ ଜ୍ଞାନେଶ କୁମାରଙ୍କ ଇସ୍ତଫା…

୫୦୦ ୱିକେଟ ନେଇଥିବା ୩୨ ବର୍ଷୀୟ କ୍ରିକେଟର ଅବସର ଘୋଷଣା କରି ଚମକାଇ ଦେଲେ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୫।୧୦: ଜଣେ ଇଂଲଣ୍ଡ କ୍ରିକେଟର ଏକ ଅସାଧାରଣ କାରଣ ପାଇଁ ଅବସର ଗ୍ରହଣ କରିଛନ୍ତି। ନିଜ କ୍ୟାରିୟରରେ ୫୦୦ରୁ ଅଧିକ ୱିକେଟ ନେଇଥିବା କ୍ରେଗ ମାଇଲ୍ସ ମାତ୍ର…

ଓଡ଼ିଶା ଟ୍ରାଭେଲ ବଜାର; ଶୁଭାରମ୍ଭ ହେଲା ଓଡ଼ିଶା ମାଇସ୍ ଇନସେଣ୍ଟିଭ ପୋର୍ଟାଲ

ଭୁବନେଶ୍ୱର,୫ା୧୦(ସୌମ୍ୟରଞ୍ଜନ ରାଉତ): ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ବ୍ୟାପକ କରାଯିବ। ଶିଳ୍ପ ବିଶେଷଜ୍ଞ, ହସ୍ପିଟାଲିଟି ଲିଡର୍ସ ଓ ଟୁରିଜମ୍‌ ଷ୍ଟେକ୍‌ ହୋଲ୍ଡର୍ସଙ୍କ ସହଯୋଗରେ ରାଜ୍ୟ ସରକାର…

ରାସ୍ତା ପାର ହେଉଥିବା ବେଳେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଧକ୍କା ଦେଲା ଟ୍ରକ, ରାସ୍ତାରେ….

ପାଟଣା,୫ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦାସ୍ଥିତ ଏବିସିଡିଆର ଅଙ୍ଗିକଳା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?