Posted inଖେଳ

ଏହି ମହିଳା କ୍ରିକେଟରଙ୍କୁ ବାଉନ୍ସର ମାରିବାକୁ ଚେତାବନୀ ଦେଇଥିଲେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ

ଦିନେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିବାହ ପସ୍ତାବ ଦେଇଥିବା ଇଂଲଣ୍ଡ ମହିଳା କ୍ରିକେଟ ଖେଳାଳି ଡାନିଏଲ୍‌ ଓ୍ବାଟ୍‌ ଏବଂ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ନେଇ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହୋଇଥାଏ। ଏପରିକି ଉଭୟ ପ୍ରେମରେ ପଡିଥିବା ମଧ୍ୟ ଆଲୋଚନା ହୁଏ। ନିକଟରେ ଭାରତର ଅଣ୍ଡର-୧୯ କ୍ରିକେଟ ଦଳର ଅଲରାଉଣ୍ଡର ଅର୍ଜୁନଙ୍କୁ ନେଇ ଡାନିଏଲ ଏକ ବଡ ଖୁଲାସା କରିଛନ୍ତି। ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଡାନିଏଲ କହିଛନ୍ତି, ପ୍ରଥମେ ଲଡ୍ସରେ ଆମେ ଦୁହେଁ ଭେଟ ହୋଇଥିଲୁ। ୨୦୦୯-୧୦ରେ ଯୁବ କ୍ରିକେଟରଙ୍କ ସହ ଅଭ୍ୟାସ କରୁଥିଲି। ସେତେବେଳେ ଅର୍ଜୁନଙ୍କୁ ୧୦ ବର୍ଷ ହୋଇଥିବ। ମୁଁ ଅର୍ଜୁନଙ୍କୁ ବୋଲିଂ କରେ ସେ ଭଲ ବ୍ୟାଟିଂ ମଧ୍ୟ କରନ୍ତି। ଚାହୁଁ ଚାହୁଁ ଅର୍ଜୁନ ଭଲ ପେସ୍‌ ବୋଲିଂ ମଧ୍ୟ କରିବା ଆରମ୍ଭ କଲେ। ଥରେ ସେ ମୋ ମୁଣ୍ଡକୁ ବାଉନ୍ସର ମାରିବାକୁ ଚେତାବନୀ ଦେଇଥିଲେ ବୋଲି ଓ୍ବାଟ୍‌ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଅର୍ଜୁନ ଏବଂ ଓ୍ବାଟ୍‌ଙ୍କୁ ଲଣ୍ଡନରେ ଏକତ୍ର ବୁଲାବୁଲି କରୁଥିବାର ଦେଖାଯାଇଥିଲା। ଅର୍ଜୁନ ଅଧିକାଂଶ ସମୟ ଇଂଲଣ୍ଡରେ ରହି କ୍ରିକେଟ୍‌ ଟ୍ରେନିଂ ନେଉଥିବାବେଳେ ଡାନିଏଲ ତାଙ୍କ ଦେଖାକରିବାକୁ ଆସିଥାନ୍ତି ବୋଲି ଚର୍ଚ୍ଚା ହୁଏ। ଉଭୟଙ୍କ ଫଟୋ ମଧ୍ୟ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଥିଲା। ୨୦୧୪ରେ ଡାନିୟଲ୍‌ ନିଜ ଟୁଇଟର୍‌ରେ କୋହଲିଙ୍କୁ ବିବାହ ପ୍ରସ୍ତାବ ଦେଇ ଚର୍ଚ୍ଚାକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ପୂର୍ବରୁ ପାରାଟ୍ରୁପର୍ସ ଯୋଜନା ବାତିଲ

କୋଲକାତା,୨୨।୧୧- ବାଂଲାଦେଶ ଓ ଭାରତ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚ୍‌ରେ ଟସ୍‌ ପଡ଼ିବା ପୂର୍ବରୁ ହେଲିକ୍ୟାପଟର ଉଡୁଥିବାବେଳେ ଯବାନମାନେ ଗ୍ରାଉଣ୍ଡରେ...

ସୁଇସ୍‌ ଓପନ୍‌, ୟୁରୋପିଆନ ଚାମ୍ପିୟନଶିପ୍‌ ବାତିଲ

ନୂଆଦିଲ୍ଲୀ, ୧୧।୬(ପି.ଟି.)- କୋଭିଡ-୧୯ ସଂକ୍ରମଣ କାରଣରୁ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ କ୍ୟାଲେଣ୍ଡର ପ୍ରଭାବିତ ହେବାରେ ଲାଗିଛି। ବିକଳ୍ପ ସମୟ ନ ପାଇବା କାରଣରୁ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ...

ବିଶ୍ୱ ମହିଳା ବ୍ଲିଜ୍‌ ଚେସ୍‌ ଚାମ୍ପିୟନଶିପ୍‌: ଦ୍ୱିତୀୟ ସ୍ଥାନରେ ହମ୍ପି

ମସ୍କୋ,୩୦।୧୨(ପି.ଟି.): ଏଠାରେ ଚାଲିଥିବା ମହିଳା ବିଶ୍ୱ ରାପିଡ୍‌ ଓ ବ୍ଲିଜ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ଗ୍ରାଣ୍ଡ ମାଷ୍ଟର କୋନେରୁ ହମ୍ପି ଦ୍ୱିତୀୟ ଟାଇଟଲ ଦୌଡ଼ରେ ରହିଛନ୍ତି।...

କରୋନାଭାଇରସ ସଂକ୍ରମଣ ରୋକିବା ପାଇଁ ଏଟିପି, ଡବ୍ଲ୍ୟୁଟିଏର ଉପାୟ ଘୋଷଣା

ଲସ୍‌ ଏଞ୍ଜେଲ୍ସ,୮।୩ (ଏଏଫ୍‌ପି)- ଇଣ୍ଡିଆନ ଓ୍ବେଲ୍ସରେ ବିଏନ୍‌ପି ପାରିବାସ ଓପନ୍‌ ଟେନିସ ଟୁର୍ନାମେଣ୍ଟର ଅବ୍ୟବହିତ ପୂର୍ବରୁ ଏଟିପି ଓ ଡବ୍ଲ୍ୟୁଟିଏ କରୋନା ଭାଇରସ ସଂକ୍ରମଣ ରୋକିବା...

ବୃହତ୍‌ ବିଜୟ ଅଭିମୁଖେ ଗମ୍ଭୀର

ନୂଆଦିଲ୍ଲୀ, ୨୩।୫- କ୍ରିକେଟ ପଡ଼ିଆରୁ ରାଜନୀତିରେ ପ୍ରବେଶ କରିଥିବା ପ୍ରାକ୍ତନ ଭାରତୀୟ ଓପନର ଗୌତମ ଗମ୍ଭୀର ନିଜର ରାଜନୀତି କ୍ୟାରିୟରର ପ୍ରାରମ୍ଭରୁ ବୃହତ ବିଜୟ ଦିଗରେ...

ମୁଁ ମଧ୍ୟ ଚାପ, ଭୟ ଅନୁଭବ କରିଥାଏ: ଧୋନୀ

ଚେନ୍ନାଇ,୭।୫(ପି.ଟି.): ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଜଣେ ସଫଳ କ୍ରିକେଟର ହୋଇଥିଲେ ମଧ୍ୟ ଅନ୍ୟମାନଙ୍କ ଭଳି ସେ ଚାପର ବଶବର୍ତ୍ତୀ ହୋଇଥାନ୍ତି ଓ...

ବିଏମ୍‌ଡବ୍ଲୁ ବିକିବାକୁ ଚାହୁଁଛନ୍ତି ଦୂତି

ଭୁବନେଶ୍ୱର,୧୦।୭(ବ୍ୟୁରୋ): ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଧାବିକା ଦୂତି ଚାନ୍ଦ ନିଜର ବିଏମ୍‌ଡବ୍ଲୁ ବିକିବାକୁ ଚାହୁଁଛନ୍ତି। ଏନେଇ ସେ ନିଜର ସୋସିଆଲ ପୃଷ୍ଠା(ଫେସବୁକ୍‌)ରେ ଏକ ପୋଷ୍ଟ...

ପୁରସ୍କାର ରାଶିକୁ ସାମିଲ କରାଯିବା ଦୁଃଖଦାୟକ: ଦୂତୀ

ଭୁବନେଶ୍ୱର,୧୭।୭(କ୍ରୀଡ଼ା ପ୍ରତିନିଧି): ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ କିଛି ଦିନ ତଳେ ନିଜ ବିଏମ୍‌ଡବ୍ଲ୍ୟୁ କାର୍‌ ବିକିବା ପାଇଁ ଇଚ୍ଛା ଜାହିର କରିଥିଲେ। ସାମ୍ପ୍ରତିକ...


Coronavirus Update

Archives

Model This Week

Why Dharitri