Posted inଫୁରସତ

ଏହି ଗ୍ରାମରେ ଦଳିତଙ୍କୁ ଚପଲ ପିନ୍ଧିବା ମନା

ବେଙ୍ଗାଲୁରୁ, ୨୦।୬: କର୍ନାଟକର ଟିପ୍ପୁର ଗ୍ରାମରେ ଦଳିତ ଶ୍ରେଣୀର ଲୋକେ ମନ୍ଦିର ଯିବା ତ ଦୂରର କଥା, ଚପଲ ପିନ୍ଧିବାକୁ ମଧ୍ୟ ଅନୁମତି ନାହିଁ। ଏଭଳି ଅମାନବୀୟ ବ୍ୟବହାର ପାଇଁ ଦଳିତମାନେ ପ୍ରଶାସନ ଉପରେ ଦୋଷ ଲଦିଛନ୍ତି। ସେମାନେ ଅଭିଯୋଗ କରି କହିଛନ୍ତି, ଦଳିତଙ୍କ ପ୍ରତି ଏଭଳି ଅଛୁଁଆ ଭେଦଭାବ ପ୍ରଶାସନ ଦେଖି ମଧ୍ୟ ଚୁପ୍‌ ରହୁଛି। ଏନେଇ ସେମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ବହୁ ବର୍ଷରୁ ଏଠାରେ ଅନୁସୂଚିତ ଜାତି, ଜନଜାତି ଏବଂ ଆଦିବାସୀଙ୍କୁ ଚପଲ ପିନ୍ଧିବାର ଅଧିକାର ଦିଆଯାଇ ନାହିଁ। ସେମାନେ କେଶ ମଧ୍ୟ ଗାଁ ଭିତରେ କାଟିପାରିବେ ନାହିଁ। ଏମାନେ ମନ୍ଦିର ମଧ୍ୟ ଯାଇପାରିବେ ନାହିଁ। କିଛିଦିନ ତଳେ ଦଳିତ ବେରୋଜଗାର ଯୁବକଙ୍କୁ ସରକାର ଏକ ସଉଦା ଦୋକାନ କରିବାକୁ ଅର୍ଥ ଯୋଗାଇ ଦେଇଥିଲେ। କିନ୍ତୁ ସାଧାରଣ ବର୍ଗର ଲୋକେ ଏହି ଦୋକାନକୁ ଆସୁନାହାନ୍ତି। ଦଳିତମାନେ କେସ୍‌ କଲେ କାଉଣ୍ଟର କେସ୍‌ କରାଯାଉଛି। ଫଳରେ ମାମଲାର ସମାଧାନ ହୋଇପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭୂମିପୂଜା ପାଇଁ ଉତ୍ସବମୁଖରିତ ରାମନଗରୀ: ୧ଲକ୍ଷ ୧୧ହଜାର ଲଡ଼ୁରେ ମଣୋହି ହେବେ ରାମଲଲା

ଅଯୋଧ୍ୟା,୩୧।୭: ବହୁ ପ୍ରତିକ୍ଷୀତ ଆଯୋଧ୍ୟାରେ ରାମଲଲାଙ୍କ ପାଇଁ ଏବେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା ସହ...

ମଣିଷ ମନର କଥା ଏବେ ସହଜରେ ଜାଣିହେବ: ରହିବନି କିଛି ଲୁଚାଛପା…

ଓ୍ବାଶିଂଟନ, ୨୯।୮: ଏଣିକି ମଣିଷର ମସ୍ତିଷ୍କ ପଢ଼ିହେବ। ମଣିଷ ଯାହା ଚିନ୍ତା କରୁଛି ତାହା ଏବେ ସହଜରେ ଜାଣି ହେବ। ଏଲନ୍‌ ମସ୍କ୍‌ଙ୍କ କମ୍ପାନୀ ନ୍ୟୁରୋଲିଙ୍କ୍‌...

ପ୍ରାଣୀଙ୍କ ମିନି ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ସହରରେ ଏବେ ଲକ୍‌ଡାଉନ୍‌ ଚାଲିଥିବାରୁ ରାଜରାସ୍ତା ଉପରେ ବେଶ୍‌ ଆରାମରେ ବୁଲୁଛନ୍ତି ବିଭିନ୍ନ ଜୀବ। ରାସ୍ତା ଉପରେ ସେମାନଙ୍କୁ ହଇରାଣ କରିବା...

ନିଜକୁ ନିଜେ କ୍ଲୋନିଂ କରୁଥିବା ପ୍ରାଣୀ

ଏହି ଜଳଜ ପ୍ରାଣୀଟି ଦେଖିବାକୁ ଗୋଟିଏ ପ୍ରକାର ଚିଙ୍ଗୁଡ଼ି ଭଳି। ତେବେ ପ୍ରାଣୀବିଜ୍ଞାନୀମାନେ ଏହାକୁ ଠିକ୍‌ଭାବରେ ଚିଙ୍ଗୁଡ଼ି ବୋଲି ଗ୍ରହଣ କରନ୍ତି ନାହିଁ। ଏହାର ପ୍ରାଣୀ...

ବିନା କାରଣରେ ହାତୀକୁ ପିଟିଲା ବାଳକ, ପ୍ରତିଶୋଧ ନେବାକୁ ହାତୀ କଲା ଏପରି , ଦେଖନ୍ତୁ ଏହି ଭିଡିଓ

ନିର୍ଦ୍ଦୋଷ ଜୀବଙ୍କ ପ୍ରତି ମଣିଷ କ୍ରୁର ହେବାରୁ ନିରୀହ ଜୀବଟି କିପରି ପ୍ରତିଶୋଧ ପରାୟଣ ହୋଇଉଠେ ଏହି ଭିଡିଓଟିକୁ ଦେଖିଲେ ଠିକ୍‌ ଜାଣିପାରିବେ। ଜଣେ ପିଲା...

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏହି ପେଣ୍ଟିଂକୁ କୁହାଯାଏ ଅଭିଶପ୍ତ, ଜାଣନ୍ତୁ କାହିଁକି

ବିଶ୍ୱର ଏପରି କିଛି ଭୟଭୀତ ପେଣ୍ଟି ଅଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ତେବେ ଏପରି ଏକ ପେଣ୍ଟିଂ ଅଛି, ଯେ କୌଣସି...

ଗଛ ପାଲଟୁଛି ଆସବାବ

କିଏ ଗଛ ଲଗାଏ ଫଳ ଖାଇବା ପାଇଁ। ପୁଣି କିଏ ଗଛ ଲଗାଏ ଛାଇ ଟିକେ ପାଇବା ପାଇଁ। ତେବେ ଗ୍ୟାଭିନ୍‌ ମୁନ୍‌ରୋ ଏବଂ ଆଲାଇସ୍‌...

ଜାମିନ ପାଇଁ ନିଆରା ସର୍ତ୍ତ: ଦାନ ଦିଅ, ଗଛ ଲଗାଅ

ଭୋପାଳ, ୩୧।୮: ଅପରାଧିଙ୍କୁ ଜାମିନ ଦେବା ପାଇଁ ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ବାଲିୟର ଖଣ୍ଡପୀଠର ୨ ଜଣ ବିଚାରପତି ଶୀଲ ନାଗୁ ଏବଂ ଆନନ୍ଦ ପାଠକ ଗତ...

Advertisement


Archives

Model This Week

Why Dharitri