ଏସ୍‌ସିବି ମେଡିକାଲରେ ଭିଜିଲାନ୍ସର ଖୋଳତାଡ: ୨୯୪ କର୍ମଚାରୀ ନିଯୁକ୍ତିକୁ ନେଇ ଅଡୁଆ ପରିସ୍ଥିତି

କଟକ ଅଫିସ,୧୨।୧୨: ଏସ୍‌ସିବି ମେଡିକାଲରେ ଏକ ଘରୋଇ ସଂସ୍ଥା ମାଧ୍ୟମରେ ୨୯୪ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହି ନିଯୁକ୍ତିରେ ବ୍ୟାପକ ଜାଲିଆତି କରାଯାଇଥିବା ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ଏହି ଘଟଣାର ତଦନ୍ତ ଏବେ ଭିଜିଲାନ୍ସ କରୁଛି। ପୂର୍ବରୁ ଭିଜିଲାନ୍ସ ଏହି ନିଯୁକ୍ତି ସମ୍ପର୍କିତ କାଗଜପତ୍ର ଜବତ କରିଥିଲା। ଏବେ ଉକ୍ତ କାଗଜପତ୍ରକୁ ନେଇ ଭିଜିଲାନ୍ସ ଅଧିକ ଖୋଳତାଡ କରୁଛି। ବୁଧବାର ଏସ୍‌ସିବି ମେଡିକାଲ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରାଙ୍କ ସହିତ ମେଡିକାଲର ତତ୍କାଳୀନ ବିତ୍ତ ଅଧିକାରୀ ଓ ଜଣେ ବରିଷ୍ଠ କିରାଣିଙ୍କୁ ଭିଜିଲାନ୍ସରୁ ଡକରା ଆସିଥିଲା। ୩ଜଣ ଭିଜିଲାନ୍ସରେ ଉପସ୍ଥିତ ହୋଇ ନିଜର ମତ ସାବ୍ୟସ୍ତ କରିଛନ୍ତି। ସୂଚନାଥାଉ କି, ମେଡିକାଲର ମୋଟ ୧୧୦୨ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ମଧ୍ୟରୁ ବହୁ ସଂଖ୍ୟକ ପଦବୀ ଖାଲି ପଡିଥିଲା। ୬ମାସ ତଳେ ମେଡିକାଲରେ ନିଯୁକ୍ତ ଏକ ଘରୋଇ ସଂସ୍ଥା ମାଧ୍ୟମରେ ୨୯୪ଜଣ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଥିଲା। ସବୁଠୁ ବଡକଥା ହେଉଛି ମେଡିକାଲରେ ନିୟୋଜିତ ଘରୋଇ ସଂସ୍ଥାଗୁଡିକ ସହିତ ମେଡିକାଲ କର୍ମଚାରୀଙ୍କ ନିବିଡ ସମ୍ପର୍କ ରହିଛି। ଏପରି କି ଉକ୍ତ ସଂସ୍ଥାଗୁଡିକ ମଧ୍ୟରୁ କେତେକ ସଂସ୍ଥାରେ ମେଡିକାଲ କର୍ମଚାରୀ ସହଭାଗୀ ହୋଇ ବ୍ୟବସାୟ କରୁଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡିଛି। ନିକଟରେ ମେଡିକାଲ ଅଧୀକ୍ଷକଙ୍କ ଷ୍ଟେନୋ ପ୍ରମୋଦ ବସନ୍ତରା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା। ଘଟଣା ସମ୍ପର୍କରେ ମେଡିକାଲ ପ୍ରଶାସନିକ ଅଧିକାରୀ ବେହେରା କୁହନ୍ତି, ଭିଜିଲାନ୍ସ ଆମକୁ ଯେଉଁ କାଗଜପତ୍ର ମାଗିଛି ଆମେ ସେ ସବୁ ଭିଜିଲାନ୍ସକୁ ଦେଇଛୁ। ନିଯୁକ୍ତି ପ୍ରକ୍ରିୟାରେ ସେଭଳି କିଛି ଅନିୟମିତତା ମୋ ନଜରରେ ନ ଥିବା ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକ କଟସାହି ପଞ୍ଚାୟତର ୩ ୱାର୍ଡ ଆଜିଠାରୁ ଶଟ୍‌ଡାଉନ

ଧାମନଗର,୫।୮(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଞ୍ଚାୟତର ସରପଞ୍ଚ ଅଞ୍ଜନା ଲେଙ୍କା ପଞ୍ଚାୟତର ୩ଟି ଓ୍ବାର୍ଡ ୧,୨,୩ କୁ...

ଉପରମୁହାଁ ସଂକ୍ରମଣ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୨୨ ପଜିଟିଭ୍‌

ଭୁବନେଶ୍ୱର,୨୦।୭(ବ୍ୟୁରୋ) : ରାଜ୍ୟରେ ସଂକ୍ରମଣ ଉପରମୁହାଁ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୨୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ...

ପୋକ୍ସୋ କୋର୍ଟରେ ୧୦ ବର୍ଷ ଜେଲ

କେନ୍ଦୁଝର, ୨୯ା୮(ସ୍ବ.ପ୍ର./ଡି.ଏନ.ଏ.)-ସ୍ଥାନୀୟ ଏଡିଜେ ତଥା ସ୍ପେଶାଲ ଜଜ କୋର୍ଟରେ ବୁଧବାର ଏକ ପୋକ୍ସୋ ମାମଲାର ଶୁଣାଣି କରି ଏଡିଜେ ତଥା ସ୍ପେଶାଲ ଜଜ ଲୋକନାଥ ସାହୁ...

ଘୂର୍ଣ୍ଣିବଳୟ:ବଢ଼ିଲା ବାତ୍ୟା ଆଶଙ୍କା

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ):ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୋମବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୦ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ...

୫ ଜଣିଆ ଡକାୟତ ଦଳ ଗିରଫ

ତାଳଚେର,୧୩ା୩(ନି.ପ୍ର.) – ତାଳଚେର ବ୍ଲକ ଡେରା ନିକଟସ୍ଥ ସୁଭଦ୍ରା ପେଟ୍ରୋଲ ପମ୍ପରୁ ଲୁଟ୍‌ ଯୋଜନା କରୁଥିବାବେଳେ ଏକ ୫ ଜଣିଆ ଡକାୟତ ଦଳକୁ ମଙ୍ଗଳବାର ସନ୍ଧ୍ୟାରେ...

ରୟତି ଜମି ଅଭାବ:ଆବାସ୍‌ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ମୀନକେତନ

ଅତାବିରା, ୧।୬ (ଡି.ଏନ୍‌.ଏ): ବରଗଡ଼ ଜିଲା ଅତାବିରା ବ୍ଲକ କୁଲତାଟୁକୁରା ପଁଚେତ୍‌ ସଦର ଗଁ। ର ମୀନକେତନ ସିଂ(୪୫)। ସେ ଜନମ୍‌ବେଲେ ଠିକ୍‌ ଠାକ୍‌ ଥିଲେ...

ଦୁର୍ଘଟଣାରେ ଚାଲିଗଲା ପରିବାରର ୪ ଜୀବନ

ରାଉରକେଲା ଅଫିସ,୨୫।୮: ଝାଡ଼ଖଣ୍ଡ ରାଜ୍ୟ ଖୁଣ୍ଟି ଥାନା ତୋରପା ଚୁରାଗୀ ନିକଟରେ ବୁଧବାର ସଡ଼କ ଦୁର୍ଘଟଣାରେ ରାଉରକେଲାର ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ...

୧ କୁଇଣ୍ଟାଲ ୯୮ କେଜି ଗଞ୍ଜେଇ ଜବତ: ଧରାପଡ଼ିଲେ ଅଟୋ ଚାଳକ

ପାରଳାଖେମୁଣ୍ଡି,୧୧ା୧୨(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ ରବିବାର ବିପୁଳ ପରିମାଣର ଗଞ୍ଜେଇ ଜବତ କରି ଜଣଙ୍କୁ ଗିରଫ କରିଛି। ଅବକାରୀ ବିଭାଗର ମୋବାଇଲ ଟିମ୍‌...

Advertisement
Archives

Model This Week