ଏସ୍‌ସିବିରେ ୨ ସଫଳ ଅସ୍ତ୍ରୋପଚାର: ଯୋଡ଼ିହେଲା ଦୁଇଜଣଙ୍କ କଟା ହାତ

କଟକ ଅଫିସ,୮।୬: ଦୁଇ ଜଣଙ୍କ କଟିଯାଇଥିବା ହାତକୁ ଯୋଡ଼ି ସେମାନଙ୍କ ଜୀବନରେ ବଞ୍ଚତ୍ବାର ନୂତନ ଆଶା ସଞ୍ଚାର କରିଛି ଏସ୍‌ସିବି ମେଡିକାଲ। ଏହାର ପ୍ଳାଷ୍ଟିକ୍‌ ସର୍ଜରି ବିଭାଗ ମୁଖ୍ୟ ତଥା ମେଡିକାଲ ଅଧୀକ୍ଷକ ଡା. ଅନ୍ନଦା ପ୍ରସାଦ ପଟ୍ଟନାୟକ ଓ ପ୍ରଫେସର ଡା. ବିଭୂତି ଭୂଷଣ ନାୟକଙ୍କ ନେତୃତ୍ୱରେ ୨୧ ଜଣିଆ ଡାକ୍ତରୀ ଟିମ୍‌ ପୃଥକ୍‌ ଅସ୍ତ୍ରୋପଚାର କରି କଟିଯାଇଥିବା ହାତକୁ ଉଭୟଙ୍କ ଶରୀରରେ ସଫଳ ପ୍ରତିରୋପଣ କରିଛନ୍ତି।
ସୂଚନା ଅନୁଯାୟୀ, ପୃଥକ୍‌ ଜମିଜମା ଗଣ୍ଡଗୋଳ ବେଳେ ହଣାକଟା ଯୋଗୁ ଗତ ୨୨ ତାରିଖରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଦେବୀ ପ୍ରସାଦ ସ୍ବାଇଁ ଓ ୨୮ରେ ଢେଙ୍କାନାଳର ମନୋଜ ମଲ୍ଲିକଙ୍କ ହାତ କଟିଯାଇଥିଲା। ସମ୍ପର୍କୀୟମାନେ କଟା ହାତ ସହ ଉଭୟଙ୍କୁ କଟକ ଏସ୍‌ସିବିରେ ଭର୍ତ୍ତି କରିଥିଲେ। ପ୍ରଥମେ ରକ୍ତସ୍ରାବ ନିୟନ୍ତ୍ରଣ କରିବା ପରେ ଏସ୍‌ସିବିର ପ୍ଳାଷ୍ଟିକ୍‌ ସର୍ଜରି ଓ ନିଶ୍ଚେତକ ବିଭାଗର ୨୧ ଜଣିଆ ଡାକ୍ତରୀ ଟିମ୍‌ ଉଭୟଙ୍କ ଅସ୍ତ୍ରୋପଚାର କରି ସେମାନଙ୍କ ଶରୀରରେ କଟିଯାଇଥିବା ହାତର ପ୍ରତିରୋପଣ କରିଥିଲେ। ଏବେ ଉଭୟ ସୁସ୍ଥ ଥିବା ସହ ସେମାନଙ୍କ ହାତ ମଧ୍ୟ ସାମାନ୍ୟ କାର୍ଯ୍ୟକ୍ଷମ ହେବା ଆରମ୍ଭ କରିଛି ବୋଲି ଡାକ୍ତରମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri