ଏସ୍‌ସିବିରେ ସଫଳ ଅସ୍ତ୍ରୋପଚାର: ଯୋଡ଼ିହେଲା ଦୁଇ ଜଣଙ୍କ କଟା ହାତ

କଟକ ଅଫିସ,୭ା୬-ଦୁଇ ଜଣ ବ୍ୟକ୍ତିଙ୍କ କଟିଯାଇଥିବା ହାତକୁ ଯୋଡ଼ି ସେମାନଙ୍କ ଜୀବନରେ ବଞ୍ଚତ୍ବାର ନୂତନ ଆଶା ସଂଚାର କରିଛି ଏସ୍‌ସିବି ମେଡିକାଲ। ଏହାର ପ୍ଳାଷ୍ଟିକ୍‌ ସର୍ଜରୀ ବିଭାଗ ମୁଖ୍ୟ ତଥା ମେଡିକାଲ ଅଧୀକ୍ଷକ ଡା. ଅନ୍ନଦା ପ୍ରସାଦ ପଟ୍ଟନାୟକ ଓ ପ୍ରଫେସର ଡା. ବିଭୂତି ଭୂଷଣ ନାୟକଙ୍କ ନେତୃତ୍ୱରେ ୨୧ ଜଣିଆ ଡାକ୍ତରୀ ଟିମ୍‌ ପୃଥକ୍‌ ଅସ୍ତ୍ରୋପଚାର କରି କଟିଯାଇଥିବା ହାତକୁ ଉଭୟଙ୍କ ଶରୀରରେ ସଫଳ ପ୍ରତିରୋପଣ କରିଛନ୍ତି।
ସୂଚନା ଅନୁଯାୟୀ, ପୃଥକ୍‌ ଜମିଜମା ଗଣ୍ଡଗୋଳ ବେଳେ ହଣାକଟା ଯୋଗୁ ଗତ ୨୨ ତାରିଖରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଦେବୀ ପ୍ରସାଦ ସ୍ବାଇଁ ଓ ୨୮ରେ ଢେଙ୍କାନାଳର ମନୋଜ ମଲ୍ଲିକଙ୍କ ହାତ କଟିଯାଇଥିଲା ା ସମ୍ପର୍କୀୟମାନେ କଟା ହାତ ସହ ଉଭୟଙ୍କୁ କଟକ ଏସ୍‌ସିବିରେ ଭର୍ତ୍ତି କରିଥିଲେ। ପ୍ରଥମେ ରକ୍ତସ୍ରାବ ନିୟନ୍ତ୍ରଣ କରିବା ପରେ ଏସ୍‌ସିବିର ପ୍ଳାଷ୍ଟିକ୍‌ ସର୍ଜରୀ ଓ ନିଶ୍ଚେତକ ବିଭାଗର ୨୧ ଜଣିଆ ଡାକ୍ତରୀ ଟିମ୍‌ ଉଭୟଙ୍କ ଅସ୍ତ୍ରୋପଚାର କରି ସେମାନଙ୍କ ଶରୀରରେ କଟିଯାଇଥିବା ହାତର ପ୍ରତିରୋପଣ କରିଥିଲେ। ଏବେ ଉଭୟ ସୁସ୍ଥ ଥିବା ସହ ସେମାନଙ୍କ ହାତ ମଧ୍ୟ ସାମାନ୍ୟ କାର୍ଯ୍ୟକ୍ଷମ ହେବା ଆରମ୍ଭ କରିଛି ବୋଲି ଡାକ୍ତରମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର ପ୍ରଦେଶ ରାଜ୍ୟପାଳଙ୍କୁ ଡକ୍ଟରେଟ୍‌ ଉପାଧି

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ପଞ୍ଜାବର ମଣ୍ଡି ଗୋବିନ୍ଦଗଡ଼ସ୍ଥିତ ଦେଶ୍‌ ଭଗତ ବିଶ୍ୱବିଦ୍ୟାଳୟର ୭ମ ସମାବର୍ତ୍ତନ ଉତ୍ସବରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରୀଛାତ୍ରଙ୍କ...

ଜାଗା ଦେବାକୁ ରାଜି ହେଲେନି ବୋଲି: ୨ ଭଉଣୀଙ୍କୁ ମାଡ଼ମାରି ଗଛରେ ବାନ୍ଧିଲେ ଭାଇ

କୁଜଙ୍ଗ,୯ା୧(ଡି.ଏନ.ଏ.): ସମ୍ପତ୍ତି ଲୋଭରେ ୨ ଭାଇ ତାଙ୍କ ମା’ ଓ ଦୁଇ ଭଉଣୀଙ୍କୁ ମାଡ଼ମାରିବା ସହ ଗଛରେ ବାନ୍ଧିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହେବାପରେ...

ବଦଳିବ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ରୂପରେଖ

ଅନୁଗୋଳ ଅଫିସ, ୬।୬: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ନବକଳେବର ହେବ। ମଲ୍ଟି ସ୍ପେଶିଆଲିଟି ଢାଞ୍ଚାରେ ଏହାକୁ ନିର୍ମାଣ କରାଯିବ। ନୂଆ କୋଠାରେ ପୃଥକ୍‌ ବହିର୍ବିଭାଗ (ଓପିଡି),...

୨୪ ଘଣ୍ଟାରେ ୧୩ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ: ୩୦ ହଜାର ଜରିମାନା ଆଦାୟ

ଦେବଗଡ, ୬।୧୨(ଡ଼ି.ଏନ୍‌.ଏ.)- କୋଭିଡ଼୍‌-୧୯ ନିୟମକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ପ୍ରତିହତ ପାଇଁ ଦେବଗଡ ଆରକ୍ଷୀ ଅଧିକ୍ଷକ ମନୋଜ ମହାନ୍ତଙ୍କ ନିର୍ଦ୍ଦେଶ କ୍ରମେ ଜାତୀୟ ରାଜପଥ...

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୭ ଜୀବନ

ଭୁବନେଶ୍ୱର,୨୨।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ୍‌। ବୁଧବାର ରାଜ୍ୟରେ କରୋନାଜନିତ ୬୭ଜଣଙ୍କର ମୃତ୍ୟୁ ଘଟିଛି।...

ରାଜଧାନୀରେ ଧାନ ଢାଳି ପ୍ରତିବାଦ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ଧାନମଣ୍ଡିରେ ହେଉଥିବା ଅବ୍ୟବସ୍ଥା ଓ କଟ୍‌ନି ଛଟ୍‌ନିକୁ ନେଇ ଚାଷୀ କ୍ଷୁବ୍ଧ। ଏ ନେଇ ଦୀର୍ଘଦିନ ହେବ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି। ସରକାର...

୨ ହଜାର ଟଙ୍କା ପାଇଁ ବନ୍ଧା ହେଲେ ଏଏସ୍‌ଆଇ

ପଦ୍ମପୁର,୫।୧୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନାୟକାଣିଡିହୀ ଥାନା ଏଏସ୍‌ଆଇ କୈଳାସ ଚନ୍ଦ୍ର ଖୁଣ୍ଟିଆ ଶୁକ୍ରବାର ରାତିରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି...

ଭାଜପା କୃଷକ ମୋର୍ଚ୍ଚାର ନୂଆ ଜିଲା ପ୍ରଭାରୀ

ଭୁବନେଶ୍ୱର,୯ା୪ (ବ୍ୟୁରୋ): ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ କୃଷକ ମୋର୍ଚ୍ଚା ଜିଲା ପ୍ରଭାରୀଙ୍କ ନାମ ଘୋଷଣା କରାଯାଇଛି। ଏନେଇ ରାଜ୍ୟ କୃଷକ ମୋର୍ଚ୍ଚା...

Advertisement
Archives

Model This Week