ଜଗତ୍ସିଂହପୁର ଅଫିସ୍, ୨୫।୧
ସ୍ବାମୀ ବିବେକାନନ୍ଦ ସ୍ମାରକୀ (ଏସ୍ଭିଏମ୍) ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ ୨ୟ ସେମିଷ୍ଟର ପରୀକ୍ଷା ଆସନ୍ତା ଏପ୍ରିଲରେ ହେବା କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଫର୍ମ ପୂରଣ ପାଇଁ ମହାବିଦ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। କିନ୍ତୁ ବିଗତ ବର୍ଷଗୁଡିକ ଫି’ ତୁଳନାରେ ଚଳିତବର୍ଷ ଅହେତୁକ ବୃଦ୍ଧି କରାଯାଇଥିବା ଅଭିଯୋଗ କରି ଛାତ୍ରୀଛାତ୍ରମାନେ ଶୁକ୍ରବାର ମହାବିଦ୍ୟାଳୟରେ ଆନ୍ଦୋଳନ କରିଥିଲେ। ଅଧ୍ୟକ୍ଷା ନୀତାରାଣୀ କର ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କଲାପରେ ସେମାନେ ଆନ୍ଦୋଳନରୁ ହଟିଥିଲେ। ଅଧ୍ୟକ୍ଷା କର କହିଛନ୍ତି, ୨୦୧୯ ସେପ୍ଟେମ୍ବରରେ ରାଜ୍ୟ ସରକାର ଫି’ ବୃଦ୍ଧି ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ବିଜ୍ଞପ୍ତି ମୁତାବକ ରାଜ୍ୟର ବିଭିନ୍ନ ସ୍ବୟଂଶାସିତ ମହାବିଦ୍ୟାଳୟ ଫର୍ମ ପୂରଣ ଫି’ ବୃଦ୍ଧି କରିଛନ୍ତି। ଏସ୍ଭିଏମ୍ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ୨ୟ ସେମିଷ୍ଟର ଫର୍ମ ପୂରଣ ଫି’ ୧ମ ସେମିଷ୍ଟର ତୁଳନାରେ ବୃଦ୍ଧି ପାଇଛି। ଛାତ୍ରୀଛାତ୍ରମାନେ ଏହା ଜାଣି ନ ଥିବାରୁ ଆନ୍ଦୋଳନକୁ ଓହ୍ଲାଇଥିଲେ ବୋଲି ଅଧ୍ୟକ୍ଷା କହିଛନ୍ତି।
ସୂଚନାଯୋଗ୍ୟ ଯେ, କଲେଜର ୨ୟ ଓ ୩ୟ ବର୍ଷର ଛାତ୍ରୀଛାତ୍ରମାନେ ୧ମ ଓ ୨ୟ ସେମିଷ୍ଟର ଫି’ ବାବଦରେ ୪୫୦ ଟଙ୍କା ଲେଖାଏଁ ଦେଉଥିଲେ। ଚଳିତବର୍ଷ ଏହି ଫି ୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ସହିତ ମାସିକ ଟ୍ୟୁଶନ୍ ଫି’ ମିଶାଯାଇ ଫର୍ମ ପୂରଣ ପୂର୍ବରୁ ନିଆଯାଉଛି। ତେଣୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
Posted inଜଗତ୍ସିଂହପୁର View All

ପାରାଦୀପରେ ନକଲି ମଶାଧୂପ କାରଖାନା : ବିପୁଳ ପରିମାଣର ମଶାଧୂପ ଜବତ
ପାରାଦୀପ,୧୨ା୨(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ବିଜୟଚନ୍ଦ୍ରପୁର ତାରିଣୀଗଡ଼ାଠାରେ ଏକ ନକଲି ମଶାଧୂପ କାରଖାନା ଉପରେ ପୋଲିସ ଓ ମହାରାଷ୍ଟ୍ରର ଏକ ତଦନ୍ତକାରୀ...

ବିଶୃଙ୍ଖଳିତ ଶିକ୍ଷକଙ୍କ ବଦଳି ଦାବି
ରଘୁନାଥପୁର,୨୦ା୪(ଡି.ଏନ୍.ଏ.): ରଘୁନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୃଙ୍ଖଳିତ ତଥା କର୍ତ୍ତବ୍ୟନିଷ୍ଟ ପ୍ରଧାନ ଶିକ୍ଷକ ରାଜକିଶୋର ଓଝାଙ୍କ ନିଲମ୍ବନ ଆଦେଶକୁ ରଦ୍ଦ କରାଯାଇ ତାଙ୍କୁ ପୁଣି...

୬ ମାସରେ ୨ ଥର ରାସ୍ତା ଢଳେଇ: କାର୍ଯ୍ୟାନୁଷ୍ଠାନ ଦାବି
ତିର୍ତ୍ତୋଲ, ୬।୮ (ଡି.ଏନ.ଏ.): ଜଗତ୍ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନୀମୂଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ପଞ୍ଚାୟତ ସମିତି ତରଫରୁ ଅନୁମୋଦିତ ହୋଇଥିବା ପ୍ରକଳ୍ପରେ ବ୍ୟାପକ...

ନୂଆଗଡ଼ରୁ ହରିଣ ଉଦ୍ଧାର
ପାରାଦୀପ, ୨୮।୩ (ସ୍ବ.ପ୍ର.)- ପାରାଦୀପ ଲକ୍ ଥାନା ଅଧୀନ ନୂଆଗଡ଼ ଗ୍ରାମ ଉପାନ୍ତ ମହାନଦୀ ପଠାରୁ ଶନିବାର ସକାଳୁ ଏକ ହରିଣ ଉଦ୍ଧାର କରାଯାଇଛି। ମହାନଦୀରେ...

୭ ବର୍ଷ ହେଲା ନାହାନ୍ତି ସ୍ଥାୟୀ ଡାକ୍ତର, ୫ ପଞ୍ଚାୟତର ଲୋକେ ପାଉନାହାନ୍ତି ସ୍ବାସ୍ଥ୍ୟସେବା
ନାଉଗାଁ,୧୧ା୭(ସ୍ବ.ପ୍ର.): ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାର ଯୋଜନା ଉପରେ ଯୋଜନା କରିଚାଲିଛନ୍ତି। ପ୍ରତି ୫ ହଜାର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଉପକେନ୍ଦ୍ର...

ପୂଜକ-ମ୍ୟାନେଜିଂ ଟ୍ରଷ୍ଟି ଆଲୋଚନା ବିଫଳ
ରଘୁନାଥପୁର, ୧୦ା୧(ଡି.ଏନ.ଏ.): ଜଗତ୍ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରଭୁ ଗୋରଖନାଥ ପୀଠରେ ପ୍ରସାଦ ବ୍ୟବସ୍ଥାକୁ ନେଇ ଲାଗି ରହିଥିବା ବିବାଦ ଥମିବାର ନଁା ଧରୁନି।...

ଯୁବତୀଙ୍କୁ ବଳାତ୍କାର ଅଭିଯୋଗ
ନାଉଗାଁ,୧୩ା୧(ସ୍ବ.ପ୍ର.): ନାଉଗାଁ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ରବିବାର ଥାନାରେ ଅଭିଯୋଗ ହୋଇଛି। ଏନେଇ ଏକ ମାମଲା ନଂ-୬/୨୦ରୁଜୁ କରାଯିବା ସହ ସମ୍ପୃକ୍ତ...

କାମ ନ କରି ଅର୍ଥ ବାଟମାରଣା
ନାଉଗାଁ,୨୨ା୫(ସ୍ବ.ପ୍ର.): ନାଉଗାଁ ବ୍ଲକରେ ଏମ୍ଜିଏନ୍ଆର୍ଇଜିଏସ୍(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା)ରେ ବ୍ୟାପକ ଦୁର୍ନୀତି ହୋଇଛି। ଏଠାରେ କେଉଁଠି ପ୍ରକଳ୍ପ ନିର୍ମାଣ ହୋଇ...