ମାନସିକଧାରୀ ଭୋଗ ଲଗାଇଲେ ଆରିସା ପିଠା, ଖିର ଗଇଁଠା

ଚଣ୍ଡିଖୋଲ,୨୪।୧(ଡି.ଏନ.ଏ)

ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା ଶୁକ୍ରବାର ୫ମ ଦିନରେ ପହଞ୍ଚିଛି। ଅପରାହ୍ନରେ ମେଳାରେ ପଡ଼ିଥିବା ତିନିକଡ଼ ରାସ୍ତାରେ ବ୍ୟାପକ ଜନଗହଳି ସହିତ ପାହାଡ଼ ପାଦଦେଶରୁ ଶୀର୍ଷଦେଶ ପର୍ଯ୍ୟନ୍ତ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି। ୫୩ନଂ ଜାତୀୟ ରାଜପଥର ଗୋବରୀ ନଦୀକୂଳ ଦେଇ ପାହାଡ଼ ପାଦ ଦେଶରେ ଥିବା ମା’ ଓଳାଶୁଣୀକୁ ଦର୍ଶନ କରି ପାହାଡ଼ ଶୀର୍ଷ ଦେଶରେ ଥିବା ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିର ଦର୍ଶନ ପାଇଁ ଯାତ୍ରୀମାନେ ଆସୁଥିବାବେଳେ ଅନ୍ୟପଟରେ ୫୩ନଂ ଜାତୀୟ ରାଜପଥରୁ ବନ୍ଦରେଶ୍ୱର ଦେଇ ପାହାଡ଼ ପାଦଦେଶରେ ଥିବା ମେଳା ପଡ଼ିଆକୁ ଯାତ୍ରୀଙ୍କ ସୁଅ ଛୁଟିଥିଲା। ସେହିଭଳି ବୌଦ୍ଧପୀଠ ଲଳିତଗିରି ପଟରୁ ରାସ୍ତାରେ ଭିଡ଼ ପରିଲକ୍ଷିତ ହୋଇଥିଲା। ଶୁକ୍ରବାର ବହୁସଂଖ୍ୟାରେ ଭକ୍ତମାନେ ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିରରେ ଆରିସା ପିଠା ଓ ଖିର ଗଇଁଠା ମାନସିକ ଭୋଗ ଘରୁ ପ୍ରସ୍ତୁତ କରି ଆଣି ଭୋଗ କରିଥିଲେ। ଏହି ପୀଠକୁ ଯାଜପୁର, କେନ୍ଦ୍ରପଡ଼ା, କଟକ ଓ ଜଗତସିଂହ ପୁର ଜିଲାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଆସୁଛନ୍ତି। ତେବେ ମାନସିକ ପୋଡ଼ପିଠା ଧରି କେନ୍ଦ୍ରାପଡ଼ା ଜିଲାର ମାର୍ଶାଘାଇ, ପାଟକୁରା, ଗରଦପୁର, ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର ବହୁ ଭକ୍ତ ଆସି ଲମ୍ବା ଧାଡ଼ିରେ ଠିଆହୋଇ ମହାପୁରୁଷଙ୍କ ସମାଧି ମନ୍ଦିରରେ ଭୋଗ ଲାଗି କରୁଥିବା ଦେଖାଯାଇଥିଲା। ଓଲାଶୁଣୀ ପାହାଡ଼ ପାଦଦେଶରେ ପଡ଼ିଥିବା ମେଳା ପଡ଼ିଆରେ ମଧ୍ୟ ପ୍ରବଳ ଜନଗହଳି ହୋଇଥିଲା। ଅଧିକାଂଶ ମହିଳା ଘରକରଣା ସାମଗ୍ରୀ ମେଳା ପଡ଼ିଆରୁ କିଣୁଥିବା ଦେଖିବାକୁ ମିଳିଥିଲା। ମେଳା ପଡ଼ିଆରେ ପଡ଼ିଥିବା ହସ୍ତଶିଳ୍ପ ସାମଗ୍ରୀ ର ଚାହିଦା ଅଧିକ ଜଣାଯାଇଛି। ସେହିଭଳି ବିଭିନ୍ନ କମ୍ପାନୀର ଷ୍ଟଲ ମଧ୍ୟ ମେଳା ପରିସରରେ ଖୋଲାଯାଇଛି। ଏହି ମେଳାଟି ବଡ଼ଚଣା ବ୍ଲକ ଅନ୍ତର୍ଗତ ପଲାଇ ମୌଜାରେ ରହିଥିବା ଓଳାଶୁଣୀ ପାହାଡ଼ ପାଦଦେଶରୁ ଶୀର୍ଷ ଦେଶ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିତ୍ବାବେଳେ ଏଠାରେ ବଡ଼ଚଣା ଓ ମାହାଙ୍ଗା ଅଞ୍ଚଳର ବିଭିନ୍ନ ରାଜନୈତିକ ଦଳର ବ୍ୟାନର ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ସବୁ ଅଞ୍ଚଳର ଏବଂ ଦଳର କାର୍ଯ୍ୟାଳୟ ମେଳା ପରିସରରେ ଖୋଲାଯାଇଛି। ହେଲେ ଏକାଦଶୀ ତିଥି ପରେ ଅନ୍ୟ କୌଣସି ଦିନ ଏହି କାର୍ଯ୍ୟାଳୟରେ କେହି ଉପସ୍ଥିତ ରହୁ ନ ଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

ବିଶ୍ୱରଞ୍ଜନଙ୍କୁ ଟିକେଟ, ପଦ୍ମ ଧରିପାରନ୍ତି ସୁନନ୍ଦା

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୨୩ା୪:ଯାଜପୁର ଜିଲାର ବରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଧାୟିକା ସୁନନ୍ଦା ଦାସଙ୍କୁ ବିଜେଡି ବାଦ୍‌...

‘ଚକ୍ରାନ୍ତ କରି ମୋ ଟିକେଟ୍ କାଟିଦେଲେ, ତାଙ୍କ କଥା ଜଗନ୍ନାଥ ବୁଝିବେ’: ସୁନନ୍ଦା ଦାସ

ଭୁବନେଶ୍ୱର, ୨୨।୪: ସୋମବାର ବିଜୁ ଜନତା ଦଳ ପକ୍ଷରୁ ସପ୍ତମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରାଯାଇଛି। ଏଥିରେ ବରୀ ବିଧାୟକ ସୁନନ୍ଦା ଦାସଙ୍କ ସ୍ଥାନରେ ବିଶ୍ୱରଂଜନ...

ଗାଁରେ ପିଇବା ପାଣି ଅଭାବ

କାଏମା,୨୨ା୪(ଶିବପ୍ରସାଦ ମହାନ୍ତି):ସରକାର ଲୋକଙ୍କ ସର୍ବନିମ୍ନ ମୌଳିକ ସମସ୍ୟାରେ ସୁଧାର ଆଣିବାକୁ ଅହରହ ପ୍ରଚେଷ୍ଠା କରିଆସୁଛନ୍ତି। ମାତ୍ର କେତେଜଣ ଅଧିକାରୀଙ୍କ ଅପାରଗତା କାରଣରୁ ଧର୍ମଶାଳା ବ୍ଲକରେ ପାନୀୟ...

ଭାଜପା, ବିଜେଡିକୁ ଘାରିଛି ବିଦ୍ରୋହୀ ଚିନ୍ତା

ଯାଜପୁର,୨୨ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଲୋକ ସଭା ଓ ଏହା ଅଧୀନ ଜିଲାର ୭ ବିଧାନସଭା ଆସନରେ ଭୋଟ ଜୁନ୍‌ ୧ରେ ହେବାକୁ ଥିବାବେଳେ ମେ’ ମାସ ୭ରୁ...

ବଡଚଣା ରାଜନୀତି ସରଗରମ: ଅମରଙ୍କୁ ଭେଟିଲେ ବର୍ଷା

ଚଣ୍ଡିଖୋଲ,୨୨ା୪(ପ୍ରଦୀପ୍ତ କୁମାର ପୃଷ୍ଟି):ବଡ଼ଚଣା ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଭାବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମ ଘୋଷଣା ପରେ ରାଜନୀତି ସରଗରମ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri