ଏସ୍‌ପିଙ୍କ ଅଫିସ ସମ୍ମୁଖରେ ନିର୍ଯାତିତା ମା’ ଝିଅଙ୍କ ଧାରଣା

ଭଦ୍ରକ ଅଫିସ, ୧୨।୬: ପୋଲିସ ଅଭିଯୋଗକୁ ଗୁରୁତ୍ୱ ନ ଦେବାରୁ ଜଣେ ନିର୍ଯାତିତା ମହିଳା ଓ ତାଙ୍କ ୫ ବର୍ଷର ଝିଅ ବୁଧବାର ଭଦ୍ରକ ଜିଲା ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ଏସ୍‌ପି ରାଜେଶ ପଣ୍ଡିତ ଉକ୍ତ ମହିଳାଙ୍କୁ ଡାକି ଚଳିତ ମାସ ଶେଷ ସୁଦ୍ଧା ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ।
ସୂଚନା ମୁତାବକ ଭଦ୍ରକ ପୌରପାଳିକାର ୨୯ ନମ୍ବର ୱାର୍ଡର ଦୁର୍ଗାପୁର ମସ୍ତିସାହିର ସାଜିଆ ଖାତୁନ ୨୦୧୨ରେ ଗୁଜିଦରଡ଼ା ଫାଣ୍ଡି ଅନ୍ତର୍ଗତ ହବିବୁର ରାହେମାନ ଖଁ।ଙ୍କୁ ଭଲପାଇ ବାହା ହୋଇଥିଲେ। ୩ ବର୍ଷ ଠିକ୍‌ଠାକ୍‌ ଚାଲିଥିଲା। ୨୦୧୫ରେ ଶାଶୁଘରେ ତାଙ୍କୁ ଓ ତାଙ୍କ ଝିଅକୁ ନିର୍ଯାତନା ଦିଆଯାଇ ମାରିଦେବାକୁ ଉଦ୍ୟମ କରାଯିବା ପରେ ସାଜିଆ ବାପଘରେ ରହିଆସୁଥିଲେ। ଏ ସମ୍ପର୍କରେ ସେ ଦୁଇବର୍ଷ ପୂର୍ବେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଜିଦରଡ଼ା ଫାଣ୍ଡିରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଫାଣ୍ଡି ପୋଲିସ ଗୁରୁତ୍ୱ ନ ଦେଇ ମାମଲା ରୁଜୁ କରି ନ ଥିବା ସେ ଅଭିଯୋଗ କରିଛନ୍ତି। ପୋଲିସ ଉପରେ ଆସ୍ଥା ହରାଇ ଶେଷରେ ସେ ଏସ୍‌ପିଙ୍କ କାର୍ଯ୍ୟାଳୟ ସାମ୍ନାରେ ଝିଅକୁ ଧରି ଧାରଣାରେ ବସିଥିବା କହିଥିଲେ। ଏସ୍‌ପି ରାଜେଶ ପଣ୍ଡିତ ଫାଣ୍ଡି ପୋଲିସ, ଗ୍ରାମାଞ୍ଚଳ ଥାନା ପୋଲିସ ଓ ମହିଳାଙ୍କୁ ଡକାଇ ଆଲୋଚନା କରିବା ପରେ ଅଭିଯୋଗକୁ ଗୁରୁତ୍ୱ ଦିଆଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ମିଲେଟ୍‌-ପ୍ରେନ୍ୟୁଅର୍ସଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୩୦।୧(ବ୍ୟୁରୋ):ଓଡ଼ିଶାର ମିଲେଟ୍‌-ପ୍ରେନ୍ୟୁଅର୍ସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ରବିବାର ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ, ଆପଣଙ୍କୁ ଗୋଟିଏ...

ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପ୍ଲାନ୍‌

ପୁରୀ ଅଫିସ,୧୭।୬:ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଗୁରୁବାର ପୁରୀ ଜିଲା ପୋଲିସ କାର୍ଯ୍ୟାଳୟରେ ପୋଲିସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ...

ଲୁହାସ୍କ୍ରାପ ଚୋରାଚାଲାଣ : ୩ ଗିରଫ, ଟେମ୍ପୋ ଓ ବନ୍ଧୁକ ଜବତ

ବଡ଼ବିଲ,୨୫ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ପୋଲିସ ଝାଡ଼ଖଣ୍ଡକୁ ଚୋରାଚାଲାଣ ହେଉଥିବା ଏକ ଲୁହାସ୍କ୍ରାପ ବୋଝେଇ ଟେମ୍ପୋକୁ ରାଜ୍ୟ ସୀମାନ୍ତରୁ ଜବତ କରିବା ସହ ଘଟଣାରେ...

୨୮ ଜିଲାକୁ ପଛରେ ପକାଇଲା ଖୋର୍ଦ୍ଧା

ଭୁବନେଶ୍ୱର,୩୦।୮(ବ୍ୟୁରୋ): ରାଜ୍ୟରେ ୨୯ ଜିଲାରୁ ଆଉ ୩୦୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ଖୋର୍ଦ୍ଧାର ସର୍ବାଧିକ ୬୮୪ଜଣ ଥିବା ବେଳେ ଅନୁଗୋଳର ୨୫, ବାଲେଶ୍ୱରର...

ଲ୍ୟାମ୍ପ୍‌ସ ଅଫିସରେ ତାଲାଦେଲେ ମହିଳା

ନନ୍ଦାହାଣ୍ଡି,୪ା୯(ଡି.ଏନ୍‌.ଏ.): ଚାଷୀଙ୍କୁ ୟୁରିଆ ସାର ନ ଦେଇ ଚୋରାଚାଲାଣ ହେଉଥିଲା। ଏହାର ପ୍ରତିବାଦରେ ମହିଳା ଚାଷୀମାନେ ଲ୍ୟାମ୍ପ୍‌ସ କାର୍ଯ୍ୟାଳୟରେ ଶନିବାର ତାଲା ପକାଇ ଦେଇଥିଲେ। ନବରଙ୍ଗପୁର...

ଲୁଟ୍‌ବେଳେ ଷ୍ଟାର୍ଟ ହେଲାନି ବାଇକ୍‌, ଧରାପଡ଼ିଲେ ଅଭିଯୁକ୍ତ

ଭୁବନେଶ୍ୱର,୪।୫(ବ୍ୟୁରୋ): ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପିନେଇ ଖସି ପଳାଉଥିବାବେଳେ ବାଇକ୍‌ ଷ୍ଟାର୍ଟ ବନ୍ଦ ହୋଇଗଲା। ଫଳରେ ଜଣେ ଲୁଟେରା ଧରାପଡିଥିବାବେଳେ ଆଉଜଣେ ଖସି ଯାଇଛନ୍ତି। ତେବେ...

ଶିଳ୍ପସଂସ୍ଥାକୁ ଜଳକର ଅନୁକମ୍ପା

ଯାଜପୁର ଅଫିସ୍‌, ୧ା୧୦:ରାଜ୍ୟର ୫୫ ସରକାରୀ ଓ ବେସରକାରୀ ସଂସ୍ଥା ପାଖରେ ମାର୍ଚ୍ଚ ୩୧ ସୁଦ୍ଧା ୩୩୬୫.୭୫୧ କୋଟି ଟଙ୍କା ଜଳ କର ବାକି ପଡ଼ିଛି।...

ବକେୟା ମହଙ୍ଗା ଭତ୍ତା, ବର୍ଦ୍ଧିତ ଦରମା ପ୍ରସଙ୍ଗ: ମିଳିବା ନେଇ କର୍ମଚାରୀ ଆଶାବାଦୀ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ରାଜ୍ୟ ସରକାରୀ କର୍ମଚାରୀ ବକେୟା ମହଙ୍ଗା ଭତ୍ତା ଏବଂ ବର୍ଦ୍ଧିତ ଦରମା ପାଇବାକୁ ରହିଛି। ବିଶେଷ କରି ଲୋକସେବା ଭବନରେ କାର୍ଯ୍ୟରତ କର୍ମଚାରୀ ମହଲରେ ଏହାକୁ...

Advertisement
Archives

Model This Week