ଏସ୍‌ଏଚ୍‌ଜି ମହିଳାଙ୍କୁ ଦିଆଯିବ ବିପର୍ଯ୍ୟୟ ମୁକାବିଲା ତାଲିମ

ବ୍ରହ୍ମପୁର ଅଫିସ୍‌,୧୧ା୫-ବଙ୍ଗୋପସାଗର ଉପକୂଳରେ ଥିବା ଗଞ୍ଜାମ ଜିଲାକୁ ପ୍ରତି ବର୍ଷ ବାତ୍ୟା ଏବଂ ବନ୍ୟାର ଭୟ ଦେଖାଦେଇଥାଏ । ୨୦୧୩ରେ ଫାଇଲିନ୍‌, ୨୦୧୪ରେ ହୁଡ୍‌ହୁଡ୍‌ ହେଉ ଅବା ୨୦୧୮ରେ ତିତ୍‌ଲି  ଏବଂ ପୁଣି ୨୦୧୯ରେ ଫନୀ ବାତ୍ୟାରେ ପ୍ରବଳ ଧନଜୀବନ ହାନୀ ହୋଇଛି। ଥରେ ବାତ୍ୟା ଏବଂ ବନ୍ୟା ହେଲା ପରେ ପ୍ରଭାବିତଙ୍କୁ ଯେଉଁ ସରକାରୀ ସହାୟତା ମିଳେ, ତାହା ଖୁବ୍‌ କମ୍‌ । ତେବେ ଗଂଜାମ ଜିଲାର ବାସିନ୍ଦାଙ୍କୁ ବାତ୍ୟା ଏବଂ ବନ୍ୟାର କ୍ଷୟକ୍ଷତିରୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନେଇଛି ଜିଲା ପ୍ରଶାସନ ।

ଜିଲାରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ର ମହିଳାମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ତାଲିମ୍‌ ଦେବା ପାଇଁ ଜିଲା ପ୍ରଶାସନ ଯୋଜନା ପ୍ରସ୍ତୁତ କରିଛି । ଜିଲାର ୨୨ହଜାରରୁ ଉର୍ଦ୍ଧ୍ୱ ସ୍ବୟଂ ସହାୟକ ଗୋଷ୍ଠୀକୁ ଏଥିରେ ସାମିଲ୍‌ କରାଯିବ ।

ପ୍ରଶାସନିକ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜିଲା ପ୍ରଶାସନ ପକ୍ଷରୁ ବାତ୍ୟା ଏବଂ ବନ୍ୟାର ମୁକାବିଲା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି।  ଗର୍ଭବତୀଙ୍କୁ ଚିକିତ୍ସାଳୟରେ ଭର୍ତ୍ତି ଆଦି ପଦକ୍ଷେପ ନିଆଯାଏ । ତେବେ ଦେଖିବାକୁ ମିଳିଛି ଯେ, ମୁକାବିଲା ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିବା ବେଳେ ପ୍ରଶାସନ ଆଗରେ ମୁଖ୍ୟ ଚ୍ୟାଲେଞ୍ଜ ରହୁଛି ମାନବ ସମ୍ବଳର ଅଭାବ । କେବଳ ସରକାରୀ କର୍ମଚାରୀମାନେ ଯଥେଷ୍ଟ ହେଉନାହାନ୍ତି। ଅଧିକ ମାନବ ସମ୍ବଳର ଆବଶ୍ୟକତା ପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ଜିଲାର ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସାମିଲ୍‌ କରାଯିବ । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର ହେଉ ଅବା ଖାଦ୍ୟ ପ୍ରଦାନ, ଏସବୁ କାର୍ଯ୍ୟକ୍ରମରେ ସେମାନଙ୍କୁ ବ୍ୟବହାର କରାଯିବ । ସରକାରଙ୍କ ବିଭିନ୍ନ ବିଭାଗରେ ସ୍ବତନ୍ତ୍ର ତାଲିମଦାତା ରହିଛନ୍ତି । ପ୍ରଥମେ ଏହି ତାଲିମଦାତାଙ୍କୁ ତାଲିମ୍‌ ପ୍ରଦାନ କରାଯିବ ।

ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ବନ ବିଭାଗ ଆଦି ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀମାନେ ଏହି ତାଲିମଦାତାଙ୍କୁ ତାଲିମ୍‌ ଦେବେ । ପରେ ଏହି ତାଲିମଦାତାମାନେ ବ୍ଲକ ସ୍ତରରେ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ତାଲିମ୍‌ ପ୍ରଦାନ କରିବେ । ପ୍ରଥମେ ଗୋଷ୍ଠୀଗୁଡ଼ିକର ସଭାନେତ୍ରୀମାନଙ୍କୁ ଏବଂ ପରେ ସଦସ୍ୟାମାନଙ୍କୁ ତାଲିମ୍‌ ପ୍ରଦାନ କରାଯିବ । ମୁଖ୍ୟତଃ ବାତ୍ୟା, ବନ୍ୟା, ଭୂମିକମ୍ପ, ଅଗ୍ନିକାଣ୍ଡ, ଦୁର୍ଘଟଣା, ସାପ କାମୁଡ଼ା ଏବଂ ଭାସିଯାଉଥିବା ବେଳେ କେମିତି ଉଦ୍ଧାର କରାଯିବ ସେନେଇ ତାଲିମ୍‌ ଦିଆଯିବ । ବର୍ତ୍ତମାନ ତାଲିମ୍‌ ସଂପର୍କରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଛି । ଖୁବ୍‌ ଶୀଘ୍ର ତାଲିମ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସଂପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି ।

ଯୋଜନାର ସଫଳତାକୁ ପ୍ରଶାସନିକ ସ୍ତରରେ ଗୁରୁତ୍ୱ ଦିଆଯାଉଥିବା ଜଣାପଡ଼ିଛି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବେଳେ ମାନବ ସମ୍ବଳ ସମସ୍ୟା ଦୂର ହେବ ବୋଲି କୁହାଯାଉଛି । ମିଶନ୍‌ ଶକ୍ତି ଏବଂ ଅନ୍ୟାନ୍ୟ ଯୋଜନାଗୁଡ଼ିକ ଦ୍ୱାରା ସରକାରଙ୍କ ତରଫରୁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଆମତ୍ନିର୍ଭରଶୀଳ କରିବା ଦିଗରେ ପଦକ୍ଷେପ ନିଆଯାଇଛି ।

ବିପର୍ଯ୍ୟୟ ମୁକାବିଲ୍‌ ତାଲିମ୍‌ ଏହି ଦିଗରେ ଆଉ ଏକ ଉଦ୍ୟମ । ଅନ୍ୟପଟେ ଗୋଷ୍ଠୀଗୁଡ଼ିକ ତରଫରୁ ମଧ୍ୟ ପ୍ରଶାସନକୁ ଏହି ପଦକ୍ଷେପକୁ ପ୍ରସଂସା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

ଗଞ୍ଜାମ ସହରରେ ଆଲୋକୀକରଣ ବ୍ୟବସ୍ଥା ପ୍ରହସନ! ଶୁଭାରମ୍ଭର ମାସେ ପରେ ବି ଜଳୁନି ଷ୍ଟ୍ରିଟ ଲାଇଟ

ଗଞ୍ଜାମ, ୫।୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଆଲୋକୀକରଣ ବ୍ୟବସ୍ଥା ଏବେ ପ୍ରହସନରେ ପରିଣତ ହୋଇଛି। ଗତ ଅଗଷ୍ଟ ୩୧ ତାରିଖରେ ସହରରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?