ଏସାର ଷ୍ଟିଲ ପାଇଁ ବଢୁଛି ଅଡୁଆ : ଶେଷ ହେବା ଅବସ୍ଥାରେ ଇବିଟିପିଏଲ୍‌ ଚୁକ୍ତି ଅବଧି

ପାରାଦୀପ,୧୭ା୮(ସ୍ବ.ପ୍ର.): ଦେଶର ଅନ୍ୟତମ ପ୍ରତିଷ୍ଠିତ କମ୍ପାନୀ ଏସାର ଷ୍ଟିଲ ଏବେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛି। କମ୍ପାନୀର ଦେବାଳିଆସ୍ଥିତି ପାଇଁ ବ୍ୟାଙ୍କର୍ସମାନେ ବିକ୍ରି ପାଇଁ ଉଦ୍ୟମ ଚଳାଇଛନ୍ତି। ଆର୍ସେଲର ମିତ୍ତଲ ଉକ୍ତ କମ୍ପାନୀ ଅଧିଗ୍ରହଣ କରିବା ମାମଲା ଏବେ କୋର୍ଟରେ ଗଡୁଛି। କମ୍ପାନୀର ଏଭଳି ସ୍ଥିତିରେ ଆଉ ଆହୁରି ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହେବାକୁଯାଉଛି। ସୂଚନା ଅନୁଯାୟୀ, ଏସାର କମ୍ପାନୀ ପାରାଦୀପ ବନ୍ଦରଠାରୁ ଏକ ବର୍ଥ ଲିଜ୍‌ ସୂତ୍ରରେ ନେଇଛି, ଯାହାର ନାମ ହେଉଛି ଏସାର ବଲ୍କ ଟର୍ମିନାଲ ଲିମିଟେଡ୍‌ (ଇବିଟିପିଏଲ୍‌)। ଏନେଇ ୨୦୧୦ ଏପ୍ରିଲ ୧୫ରେ କମ୍ପାନୀ ସହ ୧୦ ବର୍ଷିଆ ଚୁକ୍ତି ହୋଇଥିଲା, ଯାହାର ଅବଧି ୨୦୨୦ ଏପ୍ରିଲ୍‌ ୧୪ରେ ଶେଷ ହେବ। ଅବଧି ଆଉ ୮ ମାସ ଥିବାବେଳେ ଏବେ ଜଣେ ବମ୍ବେ ବାସିନ୍ଦା କମ୍ପାନୀର ନବୀକରଣ ପ୍ରସଙ୍ଗରେ ଅଭିଯୋଗ କରିଛନ୍ତି। ଚନ୍ଦ୍ରକାନ୍ତ ଶାହା ନାମକ ସମ୍ପୃକ୍ତ ବ୍ୟକ୍ତି ଗତ ଜୁନ୍‌ ୧୬ରେ ପାରାଦୀପ ବନ୍ଦରର ୧୨ଜଣ ଟ୍ରଷ୍ଟି ଓ ୧୧ଜଣ ଶାସକ-ପ୍ରଶାସକଙ୍କୁ ତଥ୍ୟ ସମ୍ବଳିତ ଚିଠି କରିଛନ୍ତି। ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଜାହାଜ ଚଳାଚଳ ମନ୍ତ୍ରୀ, ବିଭାଗୀୟ ସଚିବ, ସିଭିସି (ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର) ଓ ସିବିଆଇକୁ ଏହି ଚିଠି ଦିଆଯାଇଛି। ଚିଠି ପାଇବା ପରେ ଏବେ ପ୍ରଶାସନିକସ୍ତରରେ ଆଲୋଚନା ଚାଲିଛି। ୨୦୨୦ରେ ହେବାକୁ ଥିବା ନୂଆ ଚୁକ୍ତି ଉପରେ ଆଗାମୀ ଟ୍ରଷ୍ଟବୋର୍ଡ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ଇବିଟିପିଏଲ୍‌ ପାରାଦୀପ ବନ୍ଦରରେ କରିଥିବା ଚୁକ୍ତି ଓ ଉଲ୍ଲଂଘନ ସମ୍ପର୍କରେ ସବିଶେଷ ତଥ୍ୟ ରହିଛି। ଏପରିକି ଏସବୁ ତଥ୍ୟ ଓ ଚୁକ୍ତି ଉଲ୍ଲଂଘନ ପ୍ରସଙ୍ଗରେ ବମ୍ବେର ଗୁରୁଗାଓଁ କୋର୍ଟରେ ଏକ ମାମଲା ନଂ. ୩୦୪୧/୨୦୧୬ ମଧ୍ୟ ହୋଇଛି। ଚୁକ୍ତି ପରଠାରୁ କମ୍ପାନୀ ପାରାଦୀପ ବନ୍ଦର ସହ ଆର୍ଥିକ କ୍ଷେତ୍ରରେ ପ୍ରତିବର୍ଷ ବିଭିନ୍ନ ତ୍ରୁଟି କରିଛି। ୨୦୧୨-୧୩ ଆର୍ଥିକ ବର୍ଷଠାରୁ ୨୦୧୮-୧୯ ଶେଷ ସୁଦ୍ଧା ୧୩୫୧୩ ଥର ବା ଦିନ ଅର୍ଥ ଦାଖଲରେ ବିଫଳ ହୋଇଛି। ଏଥିସହ ବାର୍ଷିକ ଚୁକ୍ତିରେ ଦର୍ଶାଯାଇଥିବା ପଣ୍ୟ ବାର୍ଷିକ ୬ ମିଲିୟନ୍‌ ଟନ୍‌ ମଧ୍ୟ କାରବାର ହେଉନାହିଁ। ବନ୍ଦର ଟ୍ରାଫିକ୍‌ ବିଭାଗରୁ ଜନସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରେ ପ୍ରତିଟି ତ୍ରୁଟି ଉପରେ ତଥ୍ୟ ରହିଛି। ଏ ପ୍ରସଙ୍ଗରେ ଇବିଟିପିଏଲ୍‌ର ପାରାଦୀପ ମୁଖ୍ୟ ଟି.ଭେଙ୍କଟରାଓଙ୍କୁ ପଚାରିବାରେ ସେ କହିଛନ୍ତି ଯେ, କମ୍ପାନୀ କୌଣସି ଚୁକ୍ତି ଉଲ୍ଲଂଘନ କରିନାହିଁ। ବାର୍ଷିକ ୧୭୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପାରାଦୀପ ବନ୍ଦରକୁ ରାଜସ୍ବ ଦିଆଯାଉଛି। ବନ୍ଦର ପ୍ରଶାସନ ଅନୁମତି ଓ ଆଗୁଆ ଅର୍ଥ ବିନା ଜାହାଜ ଲଗାଇବ ନାହିଁ। ଏବେ ଯେଉଁ ଡିଫଲ୍ଟ ସମୟ ଦର୍ଶାଯାଉଛି ତାହା ଭିନ୍ନ କଥା। ସେଥିପାଇଁ କମ୍ପାନୀ ଜରିମାନା ଦେଇଛି। କିଛି ବିବାଦ ନାହିଁ। ସମ୍ପୃକ୍ତ ବ୍ୟକ୍ତି ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ପ୍ରରୋଚନାରେ ବିଭ୍ରାନ୍ତିକର ଚିଠି ସବୁ ଲେଖୁଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟଙ୍କୁ ପଚାରିବାରେ ସେ କହିଲେ ଯେ, ଇବିଟିପିଏଲ୍‌ର କୌଣସି ଅର୍ଥ ବାକି ନାହିଁ। ଯେଉଁ ସମୟ ମଧ୍ୟରେ ଅର୍ଥ ଜମା କରିବା କଥା ତାହା ସେ ନ କରିବାରେ ତାଙ୍କୁ ୧୫ ପ୍ରତିଶତ ପେନାଲ୍ଟି ପଡିଛି। ଜାହାଜ ଲାଗିବା ପୂର୍ବରୁ ପ୍ରଥମେ ଅର୍ଥ ଜମା କରିବାର ନିୟମ ଅଛି। ଉକ୍ତ କମ୍ପାନୀ ଏବେ ଏକ ଜାତୀୟକରଣ ବ୍ୟାଙ୍କ ଦ୍ୱାରା ଅର୍ଥ ଦେଉଛି। ଏହା ଦ୍ୱାରା ନବୀକରଣ ବା ଚୁକ୍ତି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାହାଜରୁ ୨୨୦ କୋଟିର କୋକେନ୍‌ ଜବତ

ପାରାଦୀପ,୨।୧୨(ଶରତ ରାଉତ): ପାନାମାରେ ତିଆରି ହୋଇଥିବା ‘ଏମ୍‌ଭି ଦେବୀ’ ନାମକ ପଣ୍ୟବାହୀ ଜାହାଜ ଇଣ୍ଡୋନେସିଆରୁ ଆସିଥିଲା। ପାରାଦୀପରୁ ଷ୍ଟିଲ୍‌ କାର୍ଗୋ ନେଇ ଡେନମାର୍କ ଯିବାର ଥିଲା।...

ଜାହଜରୁ ୩୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କୋକେନ୍‌ ଜବତ

ପାରାଦୀପ,୧।୧୨(ଶରତ ରାଉତ): ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହଜରୁ ଶୁକ୍ରବାର ବହୁପରିମାଣରେ କୋକେନ୍‌ ଜବତ କରାଯାଇଛି। ଅପରାହ୍ନ ୨ଟା ସୁଦ୍ଧା ୫୫ଟି ପ୍ୟାକେଟ ଜବତ ହୋଇଥିବା...

ଜାହାଜରୁ ସନ୍ଦେହଜନକ ସାମଗ୍ରୀ ଜବତ: କର୍ମଚାରୀ ଆତଙ୍କିତ

ପାରାଦୀପ,୧।୧୨(ଶରତ ରାଉତ):ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ)ବର୍ଥରୁ ଶୁକ୍ରବାର ଭୋରୁ କିଛି ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଛି। ମେରାଇନ ପୋଲିସ, କଷ୍ଟମ୍ସ ଓ...

ଆଜି ଜଗତ୍‌ସିଂହପୁର ପୌର ପରିଷଦ ୬ନଂ. ୱାର୍ଡ ଉପନିର୍ବାଚନ

ଜଗତ୍‌ସିଂହପୁର, ୨୯।୧୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ପୌର ପରିଷଦ ଅନ୍ତର୍ଗତ ୬ନଂ. ୱାର୍ଡରେ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହେବ। ସୁଜଙ୍ଗସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସର ୧ନଂ....

ଆଜି ପାରାଦୀପ ବନ୍ଦର ଦିବସ, ବୋଇତ ବନ୍ଦାଣ ଉତ୍ସବ

ପାରାଦୀପ,୨୭।୧୧(ଶରତ ରାଉତ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ପାରାଦୀପ ବନ୍ଦର ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସ...

ଆଜି ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୭।୧୧(ଅସମାପିକା ସାହୁ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚତ୍ଛନ୍ତି। ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ରାଷ୍ଟ୍ରପତି ମୁର୍ମୁ...

ବର୍ଷା ସାଙ୍ଗକୁ ପବନ, ଚିନ୍ତାରେ ଚାଷୀ

କୁଜଙ୍ଗ,୧୭।୧୧(ମନୋଜ ପ୍ରଧାନ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଜଗତ୍‌ସିଂହପୁର ଜିଲାର ଉପକୂଳବର୍ତ୍ତୀ ବ୍ଲକ କୁଜଙ୍ଗ ଓ ଏରସମା ଅଞ୍ଚଳରେ ଗୁରୁବାର ସକାଳୁ ଝିପି ଝିପି ବର୍ଷା...

ନିର୍ମାଣାଧୀନ ରାସ୍ତାର ସ୍ଥାୟିତ୍ୱ ନେଇ ଆଶଙ୍କା

ନାଉଗାଁ,୧୭ା୧୧(ସୁଧା ବେହୁରା): ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଥିବା ବେଳେ ଠିକାଦାରଙ୍କ ମନମୁଖି କାମ ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri