ଏମ୍‌ସରେ ଆରମ୍ଭ ହେଲା କରୋନା ପରୀକ୍ଷା: ଆର୍‌ଏମ୍‌ଆର୍‌ସି ପରେ ଓଡ଼ିଶାର ଦ୍ୱିତୀୟ ନମୁନା ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ଭୁବନେଶ୍ବର ଏମ୍‌ସରେ ରାଜ୍ୟର ଦ୍ୱିତୀୟ କରୋନା ଭୂତାଣୁ (କୋଭିଡ-୧୯) ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ବୁଧବାରଠାରୁ ଏଠାରେ ନମୁନା ପରୀକ୍ଷା ହୋଇଛି। ପ୍ରଥମ ଦିନରେ ୩ ନମୁନା ପରୀକ୍ଷା କରାଯାଇଥିଲା। ସମସ୍ତ ରିପୋର୍ଟ ନେଗେଟିଭ୍‌ ରହିଥିବା ଏମ୍‌ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣକୁ ନଜରରେ ରଖି ନିୟମିତ ଏମ୍‌ସର ଓପିଡି ତଥା ବହିର୍ବିଭାଗକୁ ନିୟମିତ ଚିକିତ୍ସା ପାଇଁ ନ ଆସିବା ଲାଗି କର୍ତ୍ତୃପକ୍ଷ ରୋଗୀମାନଙ୍କୁ ଅନୁରୋଧ କରିଛନ୍ତି। ଏବେ ଏମ୍‌ସରେ କେବଳ ଜରୁରିକାଳୀନ ଶଲ୍ୟ ଚିକିତ୍ସା ଏବଂ ଏମର୍‌ଜେନ୍ସି ଚିକିତ୍ସା କରାଯାଉଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ଓଡ଼ିଶାରେ କେବଳ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍‌ଏମ୍‌ଆର୍‌ସି)ରେ କରୋନା ନମୁନା ପରୀକ୍ଷା କରାଯାଉଥିଲା। ଏମ୍‌ସ ଭୁବନେଶ୍ବରରେ କରୋନା ପରୀକ୍ଷା ଆରମ୍ଭ ହେବାପରେ ଆରଏମ୍‌ଆରସି ଉପରେ ରହୁଥିବା ଚାପ କିଛି ମାତ୍ରାରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୨୮।୭: ଦଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର...

ଝିଅ ବାହାଘର ପରେ କର୍ମଚାରୀଙ୍କୁ ଦେଲେ ୨ଲକ୍ଷ ଟଙ୍କାର ଉପହାର

ଅମରପାଲି,୧୯ା୧୨(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧୀନ ମୁର୍ଷୁଣ୍ଢି ଗ୍ରାମର ବିଶିଷ୍ଟ ବ୍ୟବସାୟୀ କୁଶ କୁମାର ସାହୁଙ୍କ ଝିଅ ଶତାଦ୍ଦୀର ବାହାଘର ସରିଛି। ବାହାଘର ପରେ...

ଗୋଟିଏ ଜାଗାରେ ୪ ଭିନ୍ନ ସୂଚନା

ନାଉଗଁା,୨୧ା୯(ସ୍ବ.ପ୍ର.): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଞ୍ଚାୟତଗୁଡିକର ଉନ୍ନତୀକରଣ ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି। ମାତ୍ର ଗୋଟିଏ ଜାଗାରେ ଦୁଇଟି କାମ ଚାଲିଥିବା...

ଭୋକ ଉପାସରେ ଧାରଣା ଦେଲେ ବୋହୂ

ବାଲେଶ୍ୱର ଅଫିସ, ୧୬।୧୦: ଗଞ୍ଜାମ ପରେ ବାଲେଶ୍ୱର ଜିଲାର ଜଣେ ନବବଧୂ ଶ୍ୱଶୁର ଘରକୁ ପ୍ରବେଶ ନେଇ ରାତି ସାରା ଗେଟ୍‌ ସମ୍ମୁଖରେ ଧାରଣା ଦେବା...

ପୁଣି ଲେଉଟିଲା ତାତି : ୪୦ ଡିଗ୍ରୀ ଟପିଲା ୯ ସହର

ଭୁବନେଶ୍ୱର,୧୦।୬(ବ୍ୟୁରୋ) : ପୁଣି ତାତି ଲେଉଟିଛି। ଶନିବାର ଅପେକ୍ଷା ରବିବାର ତାପମାତ୍ରା ବୃଦ୍ଧି ପାଇଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା।...

ସରକାରୀ କର୍ମଚାରୀଙ୍କୁ ଅଫିସ ମନା

ଭୁବନେଶ୍ୱର, ୯।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ୫୦୦ରୁ ଅଧିକ ମାମଲା ଦୃଷ୍ଟିକୁ ଆସୁଛି। ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାଜନେତାମାନେ...

ମିଶନ୍‌ ‘ବିୟୁଟି ସିଟି’ ତ୍ୱରାନ୍ବିତ: ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ

ବାଲେଶ୍ୱର ଅଫିସ, ୧୫।୧୦-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ମିଶନ୍‌ ‘ବିୟୁଟି ସିଟି’ ପାଇଁ ଉଚ୍ଛେଦ ପ୍ରକ୍ରିୟାକୁ ଚଳିତବର୍ଷ ଦୁର୍ଗାପୂଜା ପାଇଁ ବନ୍ଦ କରାଯାଇଥିଲା।...

ଆଇପିଏସ୍‌ ଅଫିସର ସ୍ତରରେ ବଡଧରଣର ଅଦଳ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ)-ରାଜ୍ୟ ସରକାର ଆଇପିଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୨୧ ଜଣ ଆଇପିଏସ୍‌ ଓ ଜଣେ ଓପିଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି ।...

Advertisement
Archives

Model This Week