ଏମ୍‌କେସିଜି କରୋନା ୱାର୍ଡରେ ଅଛନ୍ତି ୭ ସନ୍ଦିଗ୍ଧ

ବ୍ରହ୍ମପୁର ଅଫିସ , ୩୧।୩: କରୋନା (କୋଭିଡ-୧୯)ଭାଇରସ ଏବେ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅନେକ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ସାରା ଦେଶରେ ଏବେ ଲକ୍‌ଡାଉନ (ତାଲା ବନ୍ଦ) ଘୋଷଣା କରାଯାଇଛି। ବିଭିନ୍ନ ରାଜ୍ୟ ତଥା ବିଦେଶରେ ରହି କାମ କରୁଥିବା ହଜାର ହଜାର ଲୋକ ଏବେ ଓଡ଼ିଶା ଫେରିଛନ୍ତି। ଏବେ ସୁଦ୍ଧା ଓଡ଼ିଶାରେ ୩ କରୋନା ପଜିଟିଭ୍‌ ରହିଛନ୍ତି। ସେହିପରି ଏମ୍‌କେସିଜି ମେଡିକାଲରେ ଗତ ୧୩ ତାରିଖରୁ ୩୧ ତାରିଖ ସୁଦ୍ଧା ୨୯ ଜଣ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ମେଡିକଲରୁ ଡିସ୍‌ଚାର୍ଜ କରାଯାଇଛି। ଅନ୍ୟ ୭ ଜଣ ସନ୍ଦିଗ୍ଧ ଥିବା ବେଳେ ସେମାନଙ୍କ ସ୍ବାବ ଟେଷ୍ଟ ପାଇଁ ମଙ୍ଗଳବାର ଭୁବନେଶ୍ୱର ଆର୍‌ଏମ୍‌ଆରସିକୁ ପଠାଯିବ ବୋଲି ମେଡିକାଲ ଅଧୀକ୍ଷକ ପ୍ରଫେସର ଡ. ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ

ଫୁଲବାଣୀ ଅଫିସ, ୭ା୭- ଏକ ଲାଞ୍ଚ ମାମଲାର ବିଚାର କରି ଶନିବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ଭଗବାନ ପ୍ରଧାନ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ୨...

ଭିଜିଲାନ୍ସ ଜାଲରେ ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ

ଲଖନପୁର, ୨।୯(ଡି.ଏନ୍‌.ଏ.)- ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଦିଲୀପ ପଟେଲଙ୍କ ସରକାରୀ ବାସଭବନ ସମେତ ୬ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ...

କରୋନା ଭୟରେ ପରିବାର ଲୋକ ନେଲେନି ମୃତଦେହ: ସାମାଜିକ କର୍ମୀ କଲେ ସତ୍କାର

ବୌଦ୍ଧ, ୩୧ା୮(ସ୍ବ.ପ୍ର.)-କରୋନା ଭୟରେ ପରିବାର ଲୋକେ ଜଣେ ଯୁବକଙ୍କ ମୃତଦେହ ନେବାକୁ ମନା କରିଦେଲେ ା ଶେଷରେ ପ୍ରଶାସନ ପକ୍ଷରୁ ସାମାଜିକ କର୍ମୀଙ୍କ ସହାୟତାରେ ତାଙ୍କର...

୧୫୨୨ ଛାତ୍ରୀଛାତ୍ରଙ୍କୁ ମିଳିବ ଲ୍ୟାପଟପ୍‌

ବ୍ରହ୍ମପୁର ଅଫିସ୍‌,୧୪ା୧୧-ଯୁକ୍ତ ୨ରେ ଉତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରୀଛାତ୍ରଙ୍କୁ ମାଗଣା ଲ୍ୟାପଟପ୍‌ ପ୍ରଦାନ ପାଇଁ ତାଲିକା ଚୂଡ଼ାନ୍ତ ହୋଇଛି । ଗଞ୍ଜାମ ଜିଲାରେ ଚଳିତବର୍ଷ ୧୫୨୨...

ଅନ୍‌ଲାଇନ୍‌ରେ ମଦ ବିକ୍ରି ନାଁରେ ଲକ୍ଷାଧିକ ଠକେଇ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ବିଜ୍ଞାପନ ଦେଇ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଲକ୍ଷ୍ମୀସାଗର, ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ଏକାଧିକ...

ପରଜଙ୍ଗରେ ଥମୁନି ହାତୀ ଆତଙ୍କ; ଯୁବକଙ୍କୁ ଦାନ୍ତରେ ଭୁସିଦେଲା ଦନ୍ତା

ପରଜଙ୍ଗ, ୧୧।୧୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରେ ହାତୀ ଆତଙ୍କ ଚରମସୀମାରେ ପହଞ୍ଚତ୍ଛି। ଜନବସତିରେ ହାତୀପଲର ଉପଦ୍ରବ ଏବଂ ଆକ୍ରମଣରେ ବ୍ୟାପକ ଧନଜୀବନ ହାନି ହେଉଛି। ରବିବାର...

ମାଲକାନଗିରିରେ ବନ୍ୟା ପରିସ୍ଥିତି: କ୍ଷୟକ୍ଷତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

କୋରୁକୋଣ୍ଡା,୩୧।୭(ଡି.ଏନ୍‌.ଏ.): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡୀ ବୁଧବାର ମାଲକାନଗିରି ଗସ୍ତରେ ଯାଇ ବନ୍ୟା ଜନିତ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ଗତ ୪ ଦିନ ଧରି ଲଗାଣ...

କେବଳ ସାଧୁସନ୍ଥଙ୍କୁ ଅନୁମତି

ଢେଙ୍କାନାଳ ଅଫିସ, ୯।୨: ମହିମା ଧର୍ମପୀଠ ଯୋରନ୍ଦାରେ ବିଶ୍ୱପ୍ରସିଦ୍ଧ ମାଘମେଳା ଫେବୃୟାରୀ ୧୫ରେ ଅନୁଷ୍ଠିତ ହେବ। କୋଭିଡ୍‌ ସଂକ୍ରମଣ ଆଶଙ୍କା ଥିବାରୁ ଚଳିତବର୍ଷ ଜନସାଧାରଣଙ୍କ ସମାଗମକୁ ବାରଣ...

Advertisement
Archives

Model This Week