Posted inଫୁରସତ

ଏମିତି ବିଶ୍ୱାସ: ଗଛରେ ପଘା ବାନ୍ଧନ୍ତି ମାନସିକଧାରୀ

କୌଣସି ବ୍ୟକ୍ତିଙ୍କ ଗୋରୁ ହଜିଯାଇଛି, ତେବେ ମା’ଙ୍କୁ ପୂଜାକରି ଏହି ଗଛରେ ଏକ ପଘାବାନ୍ଧିଲେ କୁଆଡ଼େ ହଜିଯାଇଥିବା ଗୋରୁ ଘରକୁ ଫେରୁଥିବାର ବିଶ୍ୱାସ କରନ୍ତି ଗାଁର ଲୋକମାନେ। କାଳକ୍ରମେ ଲୋକଙ୍କ ସହଯୋଗରେ ସେହି ସ୍ଥାନକୁ ଏକ ପକ୍କା ରାସ୍ତା ନିର୍ମାଣ କରାଯିବା ସହ ଠାକୁରାଣୀଙ୍କ ବିଜେସ୍ଥଳକୁ ବିକଶିତ କରାଯାଇଅଛି।

ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଛତାବର ଗ୍ରାମପଞ୍ଚାୟତ ଅଧୀନ ଦୁର୍ଗାପୁରରେ ଦେଖିବାକୁ ମିଳେ ଲୋକବିଶ୍ୱାସର ଏକ ନିଆରା ପରମ୍ପରା। ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ୧୬ନଂ. ଜାତୀୟ ରାଜପଥରେ ଯିବାବେଳେ ତମାଣ୍ଡୋ ନିକଟ ଗୋହିରା-ଛତାବର ରାସ୍ତାକଡ଼ରେ ଦେଖିବାକୁ ମିଳେ ତାଉରଙ୍ଗ ଗଛ। ଏହାର ଚାରିପାଖରେ ଅନେକ ଛୋଟବଡ଼ ଗଛ ରହିଛି। ଏଠାରେ ଥିବା ଏକ ଗଛମୂଳରେ ପୂଜା ପାଉଛନ୍ତି ମା’କାମାକ୍ଷା ଠାକୁରାଣୀ। ଏହି ଗଛର ବିଭିନ୍ନ ଡାଳରେ କେତେକ ମାନସିକଧାରୀ ବାନ୍ଧନ୍ତି ପଘା। ଏହି ପୀଠରେ ଏପରି କାର୍ଯ୍ୟ ବର୍ଷତମାମ ଦେଖିବାକୁ ମିଳିଥାଏ । ଯଦି କୌଣସି ବ୍ୟକ୍ତିଙ୍କ ଗୋରୁ ହଜିଯାଇଛି, ତେବେ ମା’ଙ୍କୁ ପୂଜାକରି ଏହି ଗଛରେ ଏକ ପଘାବାନ୍ଧିଲେ କୁଆଡ଼େ ହଜିଯାଇଥିବା ଗୋରୁ ଘରକୁ ଫେରୁଥିବାର ବିଶ୍ୱାସ କରନ୍ତି ଗାଁର ଲୋକମାନେ। ଏପରି ବିଶ୍ୱାସ ପଛରେ ରହିଥିବା କଥା ସମ୍ପର୍କରେ କେତେକେ କୁହନ୍ତି – ଗାଁ ଲୋକଙ୍କଠାରୁ ଶୁଣିବାକୁ ମିଳେ ଯେ, ବହୁବର୍ଷ ପୂର୍ବେ ଉକ୍ତ ଅଞ୍ଚଳଟି ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। କାଳକ୍ରମେ ଲୋକଙ୍କ ସହଯୋଗରେ ସେହି ସ୍ଥାନକୁ ଏକ ପକ୍କା ରାସ୍ତା ନିର୍ମାଣ କରାଯିବା ସହ ଠାକୁରାଣୀଙ୍କ ବିଜେସ୍ଥଳକୁ ବିକଶିତ କରାଯାଇଅଛି। ସେହି ଠାକୁରାଣୀଙ୍କୁ ଦୀର୍ଘଦିନ ଧରି ଦୁର୍ଯ୍ୟୋଧନ ପରିଡ଼ା ନାମକ ଜଣେ ବ୍ୟକ୍ତି ପୂଜାର୍ଚ୍ଚନା କରିଆସୁଥିଲେ। ମାତ୍ର ଏବେ ବାର୍ଦ୍ଧକ୍ୟ କାରଣରୁ ତାଙ୍କ ପରିବାରର ଅନ୍ୟ ସଦସ୍ୟ ଦୈନନ୍ଦିନ ପୂଜାର୍ଚ୍ଚନା ବଜାୟ ରଖିଛନ୍ତି। କିନ୍ତୁ ବର୍ଷର କେତେକ ନିର୍ଦ୍ଦିଷ୍ଟ ଦିନରେ ଠାକୁରାଣୀଙ୍କ ପୀଠରେ ସ୍ବତନ୍ତ୍ର ପୂଜାବିଧି ପାଳିତ ହୋଇଥାଏ। ଏହି ଗଛର ରହସ୍ୟ ସମ୍ପର୍କରେ ଅରୁଣ ପରିଡ଼ା କୁହନ୍ତି- ବହୁବର୍ଷ ତଳେ ଠାକୁରାଣୀଙ୍କ ପୀଠ ନିକଟସ୍ଥ ଏକ ପ୍ରାକୃତିକ ନାଳରୁ ଲୋକମାନେ ଚୂନପଥର ସଂଗ୍ରହ କରୁଥିଲେ। ସେଠାରେ ଏକ ଚୂନଭାଟି ମଧ୍ୟ ରହିଥିଲା। ସେବେଠାରୁ ଦୁର୍ଯ୍ୟୋଧନ ଏହି ବୃକ୍ଷକୁ ପୂଜା କରିଆସୁଥିଲେ। ପରବର୍ତ୍ତୀ ସମୟରେ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା ଓ ପ୍ରାର୍ଥନା କରି ସାନ୍ନିଧ୍ୟ ଲାଭ କରିଥିଲେ। ତେଣୁ ଏପରି ବିଶ୍ୱାସରେ ଅନୁପ୍ରାଣିତ ହୋଇ କେହି କେହି ମାନସିକକରି ଉକ୍ତ ଗଛରେ ପଘା ବାନ୍ଧୁଥିବାରୁ ଏହି ସ୍ଥାନ ଅନେକଙ୍କ ପାଇଁ ନିଆରା ପରମ୍ପରା ସୃଷ୍ଟି କରିଛି। ତେବେ ଏପରି ଗୁଜବରେ କ’ଣ ସତ୍ୟତା ରହିଛି, ତାହା ଜାଣିବା ପାଇଁ ଅନେକଙ୍କ ମନରେ ଉତ୍ସୁକତା ସୃଷ୍ଟି ହୋଇଥାଏ।
-ବନବିହାରୀ ବେହେରା
କମଳାକାନ୍ତ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri