Posted inଫୁରସତ

ଏମିତି ବିଶ୍ୱାସ: ଗଛରେ ପଘା ବାନ୍ଧନ୍ତି ମାନସିକଧାରୀ

କୌଣସି ବ୍ୟକ୍ତିଙ୍କ ଗୋରୁ ହଜିଯାଇଛି, ତେବେ ମା’ଙ୍କୁ ପୂଜାକରି ଏହି ଗଛରେ ଏକ ପଘାବାନ୍ଧିଲେ କୁଆଡ଼େ ହଜିଯାଇଥିବା ଗୋରୁ ଘରକୁ ଫେରୁଥିବାର ବିଶ୍ୱାସ କରନ୍ତି ଗାଁର ଲୋକମାନେ। କାଳକ୍ରମେ ଲୋକଙ୍କ ସହଯୋଗରେ ସେହି ସ୍ଥାନକୁ ଏକ ପକ୍କା ରାସ୍ତା ନିର୍ମାଣ କରାଯିବା ସହ ଠାକୁରାଣୀଙ୍କ ବିଜେସ୍ଥଳକୁ ବିକଶିତ କରାଯାଇଅଛି।

ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଛତାବର ଗ୍ରାମପଞ୍ଚାୟତ ଅଧୀନ ଦୁର୍ଗାପୁରରେ ଦେଖିବାକୁ ମିଳେ ଲୋକବିଶ୍ୱାସର ଏକ ନିଆରା ପରମ୍ପରା। ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ୧୬ନଂ. ଜାତୀୟ ରାଜପଥରେ ଯିବାବେଳେ ତମାଣ୍ଡୋ ନିକଟ ଗୋହିରା-ଛତାବର ରାସ୍ତାକଡ଼ରେ ଦେଖିବାକୁ ମିଳେ ତାଉରଙ୍ଗ ଗଛ। ଏହାର ଚାରିପାଖରେ ଅନେକ ଛୋଟବଡ଼ ଗଛ ରହିଛି। ଏଠାରେ ଥିବା ଏକ ଗଛମୂଳରେ ପୂଜା ପାଉଛନ୍ତି ମା’କାମାକ୍ଷା ଠାକୁରାଣୀ। ଏହି ଗଛର ବିଭିନ୍ନ ଡାଳରେ କେତେକ ମାନସିକଧାରୀ ବାନ୍ଧନ୍ତି ପଘା। ଏହି ପୀଠରେ ଏପରି କାର୍ଯ୍ୟ ବର୍ଷତମାମ ଦେଖିବାକୁ ମିଳିଥାଏ । ଯଦି କୌଣସି ବ୍ୟକ୍ତିଙ୍କ ଗୋରୁ ହଜିଯାଇଛି, ତେବେ ମା’ଙ୍କୁ ପୂଜାକରି ଏହି ଗଛରେ ଏକ ପଘାବାନ୍ଧିଲେ କୁଆଡ଼େ ହଜିଯାଇଥିବା ଗୋରୁ ଘରକୁ ଫେରୁଥିବାର ବିଶ୍ୱାସ କରନ୍ତି ଗାଁର ଲୋକମାନେ। ଏପରି ବିଶ୍ୱାସ ପଛରେ ରହିଥିବା କଥା ସମ୍ପର୍କରେ କେତେକେ କୁହନ୍ତି – ଗାଁ ଲୋକଙ୍କଠାରୁ ଶୁଣିବାକୁ ମିଳେ ଯେ, ବହୁବର୍ଷ ପୂର୍ବେ ଉକ୍ତ ଅଞ୍ଚଳଟି ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। କାଳକ୍ରମେ ଲୋକଙ୍କ ସହଯୋଗରେ ସେହି ସ୍ଥାନକୁ ଏକ ପକ୍କା ରାସ୍ତା ନିର୍ମାଣ କରାଯିବା ସହ ଠାକୁରାଣୀଙ୍କ ବିଜେସ୍ଥଳକୁ ବିକଶିତ କରାଯାଇଅଛି। ସେହି ଠାକୁରାଣୀଙ୍କୁ ଦୀର୍ଘଦିନ ଧରି ଦୁର୍ଯ୍ୟୋଧନ ପରିଡ଼ା ନାମକ ଜଣେ ବ୍ୟକ୍ତି ପୂଜାର୍ଚ୍ଚନା କରିଆସୁଥିଲେ। ମାତ୍ର ଏବେ ବାର୍ଦ୍ଧକ୍ୟ କାରଣରୁ ତାଙ୍କ ପରିବାରର ଅନ୍ୟ ସଦସ୍ୟ ଦୈନନ୍ଦିନ ପୂଜାର୍ଚ୍ଚନା ବଜାୟ ରଖିଛନ୍ତି। କିନ୍ତୁ ବର୍ଷର କେତେକ ନିର୍ଦ୍ଦିଷ୍ଟ ଦିନରେ ଠାକୁରାଣୀଙ୍କ ପୀଠରେ ସ୍ବତନ୍ତ୍ର ପୂଜାବିଧି ପାଳିତ ହୋଇଥାଏ। ଏହି ଗଛର ରହସ୍ୟ ସମ୍ପର୍କରେ ଅରୁଣ ପରିଡ଼ା କୁହନ୍ତି- ବହୁବର୍ଷ ତଳେ ଠାକୁରାଣୀଙ୍କ ପୀଠ ନିକଟସ୍ଥ ଏକ ପ୍ରାକୃତିକ ନାଳରୁ ଲୋକମାନେ ଚୂନପଥର ସଂଗ୍ରହ କରୁଥିଲେ। ସେଠାରେ ଏକ ଚୂନଭାଟି ମଧ୍ୟ ରହିଥିଲା। ସେବେଠାରୁ ଦୁର୍ଯ୍ୟୋଧନ ଏହି ବୃକ୍ଷକୁ ପୂଜା କରିଆସୁଥିଲେ। ପରବର୍ତ୍ତୀ ସମୟରେ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା ଓ ପ୍ରାର୍ଥନା କରି ସାନ୍ନିଧ୍ୟ ଲାଭ କରିଥିଲେ। ତେଣୁ ଏପରି ବିଶ୍ୱାସରେ ଅନୁପ୍ରାଣିତ ହୋଇ କେହି କେହି ମାନସିକକରି ଉକ୍ତ ଗଛରେ ପଘା ବାନ୍ଧୁଥିବାରୁ ଏହି ସ୍ଥାନ ଅନେକଙ୍କ ପାଇଁ ନିଆରା ପରମ୍ପରା ସୃଷ୍ଟି କରିଛି। ତେବେ ଏପରି ଗୁଜବରେ କ’ଣ ସତ୍ୟତା ରହିଛି, ତାହା ଜାଣିବା ପାଇଁ ଅନେକଙ୍କ ମନରେ ଉତ୍ସୁକତା ସୃଷ୍ଟି ହୋଇଥାଏ।
-ବନବିହାରୀ ବେହେରା
କମଳାକାନ୍ତ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଣ୍ଟିଆ ଅନଶନ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ ତରଫରୁ ଦେଶ ବ୍ୟାପୀ ଅନଶନ ଓ ସତ୍ୟାଗ୍ରହ ଗୁରୁବାର କରାଯାଇଥିବାବେଳେ ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରୁ…

‘ଫେକ ନ୍ୟୁଜ ଫେକ ଇଣ୍ଟଲିଜେନ୍ସ ଠାରୁ ମଧ୍ୟ ଖରାପ’: ହର୍ମୁଜକୁ ନିୟନ୍ତ୍ରଣ କରିବା ସମ୍ପର୍କରେ ଟ୍ରମ୍ପଙ୍କ ବୟାନ ଉପରେ ଇରାନର କଟାକ୍ଷ

ତେହରାନ,୧୩।୮: ଗୁରୁବାର ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ ଆରାଘଚି ଆମେରିକୀୟ ଗୁପ୍ତଚର ଉପରେ କଟାକ୍ଷ କରିଥିଲେ। ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହର୍ମୁଜ ପ୍ରଣାଳୀ…

ସୁଇମିଂ ଷ୍ଟାର ସୌରଭ ପୁଟେଲଙ୍କୁ ସମ୍ମାନିତ କଲେ ବଲାଙ୍ଗୀର ଜିଲାପାଳ, ଅଭିନନ୍ଦନ ଜଣାଇ…

ବଲାଙ୍ଗୀର,୧୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଇନ୍ଦିରାନଗରପଡ଼ାର ଉଦୟୀମାନ କ୍ରୀଡାବିତ୍‌ ସୌରଭ ପୁଟେଲ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ବଲାଙ୍ଗୀର ପତିତପାବନ ହାଇସ୍କୁଲ ଛାତ୍ର ଭାବେ ରାଜସ୍ଥାନର…

Air Indiaର ସମସ୍ତ ପାଇଲଟଙ୍କର ହେବ ଡ୍ରଗ୍ସ ଟେଷ୍ଟ, ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ,୧୩।୮: ‘ମାରିଜୁଆନା ଘଟଣା’ ପରେ, ଏୟାର ଇଣ୍ଡିଆ ଏହାର ସମସ୍ତ ପାଇଲଟଙ୍କ ପାଇଁ ବାଧ୍ୟତାମୂଳକ ସ୍କ୍ରିନିଂ ନିର୍ଦ୍ଦେଶ ଦେଇଛି। ନିଷିଦ୍ଧ ପଦାର୍ଥ ଏବଂ ଔଷଧର ଯାଞ୍ଚ ନିୟମ…

ଗମ୍ଭୀରଙ୍କୁ ନେଇ ଏଭଳି କହିଦେଲେ ହରଭଜନ ସିଂ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୮: ଗୌତମ ଗମ୍ଭୀରଙ୍କୁ ନେଇ ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ ଏକ ବଡ଼ ବୟାନ ଦେଇଛନ୍ତି । ହରଭଜନଙ୍କ କହିବାନୁଯାୟୀ, ସେ ଯେଉଁ ଗୌତମ ଗମ୍ଭୀରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri