ଏମକେସିଜିରେ ପୁଣି ୩ କରୋନା ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ ,୧୦।୪: କରୋନା ଭାଇରସ ଆତଙ୍କ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏଡାର ମୁକାବିଲା ଲାଗି ସରକାର ସାରା ଦେଶରେ ଲକ୍‌ ଡାଉନ ଜାରି କରିଛନ୍ତି। ଅନ୍ୟପଟେ ଦିନକୁ ଦିନ କରୋନା ପୋଜେଟଭ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଏମ୍‌କେସିଜି ମେଡିକାଲରେ ୩ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଭଞ୍ଜନଗର ଅଞ୍ଚଳର ଜଣେ, ଗଜପତିର ଜଣେ ଓ ଗୋଳନ୍ଥରାର ଜଣେ ରହିଛନ୍ତି। ସେମାନଙ୍କ ସ୍ବାବ ଟେଷ୍ଟ ପାଇଁ ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସିକୁ ପଠାଯାଇଥିବା ମେଡିକାଲ ଅଧିକ୍ଷକ ପ୍ରଫେସର ଡ. ସନ୍ତୋଷ କୁମାର ମିଶ୍ର କହିଛନ୍ତି । ସେହିପରି ପୂର୍ବରୁ ମେଡିକାଲର କରୋନା ୱାର୍ଡରେ ଚିକିତ୍ସିତ ହେଉଥିବା ୩ ସନ୍ଦିଗ୍ଧଙ୍କ ସ୍ବାବ ଟେଷ୍ଟ ରିପୋର୍ଟ ଏବେ ସୁଦ୍ଧା ଆସି ନାହିଁ।
ଗତ ମାର୍ଚ୍ଚ ୧୩ ତାରିଖରୁ ଏମ୍‌କେସିଜି ମେଡିକାଲରେ କରୋନା ୱାର୍ଡରେ ଭର୍ତ୍ତି ହୋଇଥିବା ସମସ୍ତ ସନ୍ଦିଗ୍ଧଙ୍କ ସ୍ବାବ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ମେଡିକଲରୁ ଡିସ୍‌ଚାର୍ଜ କରାଯାଇବା ଅଧିକ୍ଷକ ମିଶ୍ର ସୂଚନା ଦେଇଛନ୍ତି । ଏବେ ମେଡିକାଲର କରୋନା ୱାର୍ଡରେ ୬ ଜଣ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାନ୍ଦିପୋରାର ୬ଟି ଗାଁ ‘ରେଡ୍‌ ଜୋନ’ ଘୋଷିତ

ଶ୍ରୀନଗର,୫।୪: ସାରା ଦେଶରେ କରୋନା ଭାଇରସ୍‌ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌କୁ କଡ଼ାକଡି କରାଯିିବା ସହ କେତେକ କଟକଣା...

ଝଲସିଲାଣି ପତିରାଜପୁର ମେଳା ମଣ୍ଡପ: ବିରାଜିବେ ଦୋଳଗୋବିନ୍ଦ

ଖଇରା, ୯।୩-କଳା, ସଂସ୍କୃତି, ଆଧ୍ୟାତ୍ମିକତା ଓ ଐତିହ୍ୟର ପ୍ରତୀକ ଭାବେ ବାଲେଶ୍ୱର ଜିଲାର ପତିରାଜପୁର ମେଳା ପ୍ରସିଦ୍ଧ। ସୋମବାର ରାତିରୁ ମେଳା ପଡିଆରେ ଦୋଳମେଳନ ଆରମ୍ଭ...

ଈର୍ଷାପରାୟଣ ହୋଇ ଝିଆରୀଙ୍କୁ ହତ୍ୟା କଲେ ଖୁଡ଼ୀ

ବରଗଡ଼ ଅଫିସ୍‌,୧୦।୧: ବରଗଡ଼ ଜିଲା ପାଇକମାଳ ଥାନା ଅଧୀନ ଯୋଗିନ୍ଦ୍ରନାଥପୁର ଗ୍ରାମର ଜଣେ ନାବାଳିକାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ପାରିବାରିକ କଳହ ହତ୍ୟାର...

ଲାଟିନ୍‌ ଆମେରିକାରେ କରୋନା ଆତଙ୍କ

ଓ୍ବାଶିଂଟନ,୨୩।୫: ଏବେ କରୋନା ମହାମାରୀର ନୂଆ ଠିକଣା ପାଲଟିଛି ଲାଟିନ୍‌ ଆମେରିକା। ଏଠାରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲାଟନ୍‌ ଆମେରିକାର...

ରାତ୍ରିକାଳୀନ କର୍ଫ୍ୟୁ କଟକଣା ଜୋର୍‌ଦାର: ପଇଁତରା ମାରୁଛି ପୋଲିସ

ଭଦ୍ରକ ଅଫିସ,୬ା୫: ଭଦ୍ରକ ଜିଲାରେ ମଙ୍ଗଳବାରଠାରୁ ରାତ୍ରିକାଳୀନ କର୍ଫ୍ୟୁ କଟକଣା ଜାରି କରାଯାଇଛି। ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି।...

ପୃଥିବୀରେ ଭାରତ ଶୀର୍ଷରେ: କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୮୦ ପ୍ରତିଶତ

ନୂଆଦିଲ୍ଲୀ, ୨୧।୯: କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାରରେ ଭାରତ ପୃଥିବୀରେ ଶୀର୍ଷରେ ରହିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୮୦ ପ୍ରତିଶତ...

ପାଟଣା ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ, ଥରିଲା ସବୁକିଛି

ପାଟଣା,୨୭ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ ସୋମବାର ପୂର୍ବାହ୍ନରେ ୨ ଥର ପ୍ରଚଣ୍ତ ଶବ୍ଦ ଶୁଣିବାକୁ ମିଳିଛି। ଫଳରେ ଭୂମି ସହ ଘର କାନ୍ଥ, ଝରକା,...

କାର୍‌ରେ ପ୍ରେସ୍‌ ଲେଖି କରୁଥିଲେ ଗଞ୍ଜେଇ ଚାଲାଣ: ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଫୁଲବାଣୀ ଅଫିସ, ୧୯ା୮- କନ୍ଧମାଳ ଜିଲାରେ ଚୋରା ବ୍ୟବସାୟୀମାନେ ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି। ସେପଟେ ଜିଲା ଚାରିପଟେ କରୋନା ପାଇଁ ଚେକିଂ କଡାକଡି...

Advertisement
Archives

Model This Week