ଏଫ୍‌ଏମ୍‌ ମେଡିକାଲ କଲେଜ ହସ୍ପିଟାଲରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର ଅଫିସ,୨୮ା୩: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା କରିବା ଲାଗି ରାଜ୍ୟ ସରକାର ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସାମୟିକ ଭାବେ ନିଯୁକ୍ତି ଦେବା ଲାଗି ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସ୍‌ପିଟାଲ କର୍ତ୍ତୃପକ୍ଷ ବିଭିନ୍ନ ପାରାମେଡ଼ିକାଲ ପଦବୀରେ ସାମୟିକ ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିନିମନ୍ତେ ଯୋଗ୍ୟ ପ୍ରାର୍ଥୀମାନଙ୍କଠାରୁ ଦରଖାସ୍ତ ଆହ୍ବାନ କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ ୩ ଓ ୪ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ମଧ୍ୟରେ ହେବାକୁ ଥିବା ସାକ୍ଷାତ୍‌କାରରେ ସିଧାସଳଖ ଭାଗ ନେଇପାରିବେ ବୋଲି କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ରେମୁଣାସ୍ଥିତ ଫକୀରମୋହନ ମେଡିକାଲ କଲେଜ ଓ ହସ୍‌ପିଟାଲ କ୍ୟାମ୍ପସରେ ଅନୁଷ୍ଠିତ ହେବାକୁ ଥିବା ଏହି ସାକ୍ଷାତ୍‌କାରରେ ଅବସର ଗ୍ରହଣ କରିସାରିଥିବା ପ୍ରାର୍ଥୀମାନେ ମଧ୍ୟ ଭାଗ ନେଇପାରିବେ। ଷ୍ଟାଫନର୍ସ, ଲାବରୋଟୋରୀ ଟେକ୍ନିସିଆନ, ଫାର୍ମାସିଷ୍ଟ ଓ ରେଡ଼ିଓଗ୍ରାଫର ପଦବୀ ପାଇଁ ସାକ୍ଷାତକାର ଅନୁଷ୍ଠିତ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଜୁନ୍‌ ୩୦ପର୍ଯ୍ୟନ୍ତ ସାମୟିକ ଭାବେ ନିଯୁକ୍ତି ଦିଆଯିବାକୁ ଥିବା ବେଳେ ଆବଶ୍ୟକସ୍ଥଳେ ଏହାର ସମୟସୀମାକୁ ବୃଦ୍ଧି କରାଯିବ। ସେହିପରି ସାମୟିକ ନିଯୁକ୍ତି ପାଇଁ ଚୟନ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କୁ ଦୈନିକ ୧ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ ସମ୍ମୁଖରେ ଲୋକଙ୍କ ଭିଡ଼: ରହୁନି ସାମାଜିକ ଦୂରତ୍ୱ, ଦାରିଙ୍ଗବାଡି ପୋଲିସର ମୃଦୁ ଲାଠିଚାଳନା

ଦାରିଙ୍ଗବାଡ଼ି,୧୫।୪(ଡି.ଏନ୍‌.ଏ): ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଅବଧିକୁ ମେ’ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ବ୍ୟାକୁଳତା ବଢ଼ିଯାଇଛି। ସରକାରଙ୍କ ବିଭିନ୍ନ...

‘ମଙ୍କିପକ୍ସ ମାମଲା ବଢିଲେ ଦୁଇ ପ୍ରକାର ସର୍ଭିଲାନ୍ସ କରାଯିବ’

ଭୁବନେଶ୍ୱର,୨।୬(ବ୍ୟୁରୋ) : ଦେଶରେ ଏବେ ଚିନ୍ତା ବଢାଉଛି ମଙ୍କିପକ୍ସ ମାମଲା। ଏହାରି ଭିତରେ ମଙ୍କିପକ୍ସ ମାମଲାକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି।...

ଭିମ୍‌ସାର, ଏସ୍‌ସିବି ନର୍ସିଂ କଲେଜ୭୦ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ବୁର୍ଲାସ୍ଥିତ ଭିମ୍‌ସାର ନର୍ସିଂ କଲେଜ ଓ କଟକ ଏସ୍‌ସିବି ନର୍ସିଂ କଲେଜ ପାଇଁ ୭୦ ନୂତନ ପଦବୀ ସୃଷ୍ଟି କରିବା ନିମନ୍ତେ ସୋମବାର ମୁଖ୍ୟମନ୍ତ୍ରୀ...

ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ: ‘ଦେଶର ସ୍ଥିତି ନେଇ ଗଭୀର ମର୍ମାହତ’

ଭୁବନେଶ୍ୱର,୨୬।୨(ବ୍ୟୁରୋ)/ପୁରୀ ଅଫିସ: ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାରଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ରାତି ପ୍ରାୟ...

ଗଞ୍ଜାମରେ କରୋନାରେ ଗୁରୁତର ୬୧ ଜଣଙ୍କୁ ଦିଆଗଲାଣି ପ୍ଲାଜମା ଥେରାପି

ଛତ୍ରପୁର, ୨୪।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନାରେ ଗୁରୁତର ୬୧ ରୋଗୀଙ୍କୁ ପ୍ଲାଜମା ଥେରାପି ଦିଆଗଲାଣି। ଜିଲାର ଶିତଳାପଲ୍ଲିସ୍ଥିତ କୋଭିଡ୍‌ ହସ୍ପିଟାଲରେ ଏହି ଗୁରୁତରମାନେ ଚିକିତ୍ସିତ ହେଉଛନ୍ତି।...

ଆରମ୍ଭ ହେଲା ଇକୋ ପର୍ଯ୍ୟଟନ ପର୍ବ

ଭୁବନେଶ୍ୱର, (ବ୍ୟୁରୋ)/କୋଣାର୍କ (ଡି.ଏନ୍‌.ଏ.): କୋଭିଡ୍‌-୧୯ ଯୋଗୁ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଗତ କିଛିମାସ ହେବ ପର୍ଯ୍ୟଟନ ଶିଳ୍ପ ଚଳଚଞ୍ଚଳ ହେବା ଆରମ୍ଭ...

୩ ମାସ ପରେ ଭାକ୍ସିନ ନେଇପାରିବେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ, ୧୯।୫: ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍‌ ଅନ୍‌ ଭାକ୍ସିନ ଆଡ୍‌ମିନିଷ୍ଟ୍ରଶନ୍‌ (ଏନ୍‌ଇଜିଭିଏସି) ପକ୍ଷରୁ କରୋନା ଭାକ୍ସିନ ଟିକାକରଣ ନେଇ ଦିଆଯାଇଥିବା ପରାମର୍ଶ ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...

ପୁଣି ରାଜ୍ୟରେ ୧୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୧୬ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୪୫ରେ ପହଞ୍ଚିଥିବା ରାଜ୍ୟ...

Advertisement
Archives

Model This Week