Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଟିମ ଇଣ୍ଡିଆର ନୂଆ ଜର୍ସି

ଭୁବନେଶ୍ୱର,୫।୬(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆନ୍ତର୍ଜାତିକ ହକି ଫେହେରେଶନ (ଏଫ୍‌ଆଇଏଚ୍‌) ସିରିଜ ଫାଇନାଲରେ ଭାଗ ନେବାକୁ ଯାଉଥିବା ଘରୋଇ ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚତ ହୋଇଛି। ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ କ୍ରୀଡ଼ା ସଚିବ ବଶାଲ ଦେବଙ୍କୁ ପ୍ରଦାନ କରିଛନ୍ତି। ଏହି ଜର୍ସି ବେଶ୍‌ ସୁନ୍ଦର ଓ ଆକର୍ଷଣୀୟ ହୋଇଛି। ଟିମ୍‌ ଇଣ୍ଡିଆର ଅଫିସିଆଲ କିଟିଂ ପାର୍ଟନର ଶିବ ନରେଶ ଏହି ଜର୍ସି ପ୍ରସ୍ତୁତ କରିଛନ୍ତି। ଜର୍ସିର ରଙ୍ଗ ଗାଢ ନୀଳ ରହିଛି। ଏହାର ଭାରତୀୟ ଦଳର ଆକ୍ରମଣାତ୍ମକ ଅଭିମୁଖ୍ୟକୁ ସୂଚାଉଛି। ଏହା ବେଶ ହାଲକା ଓ ଏଥିରେ ପବନ ଜିବା ଆସିବା କରିପାରିବ। ମିଡଫିଲ୍ଡର ମନପ୍ରୀତ ସିଂଙ୍କ ନେତୃତ୍ୱରେ ଭାରତୀୟ ଖେଳାଳିମାନେ ଏହି ନୂଆ ଜର୍ସି ପରିଧାନ କରି ପଡିଆକୁ ଓହ୍ଲାଇବେ। ଆସନ୍ତା ୬ ତାରିଖରୁ ଆରମ୍ଭ ହୋଇ ଏହି ଟୁର୍ନାମେଣ୍ଟ ୧୫ ତାରିଖା ଶେଷ ହେବ। ଟୋକିଓରେ ଆୟୋଜନ ହେବାକୁ ଯାଉଥିବା ୨୦୨୦ ଅଲିମ୍ପିକ୍ସ ପାଇଁ ଏହି ଟୁର୍ନାମେଣ୍ଟ ଭାରତ ପାଇଁ ଯୋଗ୍ୟତା ହାସଲ କରିବାର ପ୍ରଥମ ପାହାଚ ସଦୃଶ ହେବ। ପୁଲ୍‌ ଏ’ରେ ଭାରତ ସମେତ ପୋଲାଣ୍ଡ, ରୁଷିଆ ଓ ଉଜ୍‌ବେକିସ୍ତାନ ସ୍ଥାନ ପାଇଛନ୍ତି। ସେହିପରି ପୁଲ୍‌ ବି’ରେ ଦକ୍ଷିଣ ଆଫ୍ରିକା, ଜାପାନ, ଆମେରିକା ଓ ମେକ୍ସିକୋ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁର୍ଘଟଣାର ଶିକାର ହେଲେ ଜର୍ମାନୀ କୋଚ୍‌

ବର୍ଲିନ,୩୧।୫(ଏଏଫ୍‌ପି)- ଜର୍ମାନୀ କୋଚ୍‌ ଜୋଆଚିମ ଲିଉ ବ୍ୟାୟାମ କରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଣୁ ଆଗାମୀ ବେଲାରୁସ ଓ ଇଷ୍ଟୋନିଆ ବିପକ୍ଷ ମ୍ୟାଚ୍‌ରେ ଦଳୀୟ କ୍ୟାମ୍ପରେ...

ଅଧିନାୟକ ଭାବେ ଫେରିଲେ ପୋଲାର୍ଡ

ସେଣ୍ଟ. ଜୋନ୍ସ(ଆଣ୍ଟିଗୁଆ),୧।୧: ଅଧିନାୟକ ଭାବେ ଓ୍ବେଷ୍ଟଇଣ୍ଡିଜ ଟି୨୦ ଦଳକୁ କରିନ ପୋଲାର୍ଡ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଇଂଲଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷ ଆଗାମୀ ଟି୨୦ ସିରିଜରେ ସେ...

ୟୁଏସ୍‌ ଓପନ୍‌: ପାଭିକ୍‌-ସୋଆରେସ୍‌ ଯୋଡ଼ିଙ୍କୁ ପୁରୁଷ ଡବଲ୍ସ ଟାଇଟଲ

ନ୍ୟୁୟର୍କ,୧୨।୯(ଏପି): ୟୁଏସ୍‌ ଓପନ୍‌ ପୁରୁଷ ଡବଲ୍ସ ଇଭେଣ୍ଟରେ କ୍ରୋଏସିଆର ମେଟ୍‌ ପାଭିକ୍‌ ଓ ଅଭିଜ୍ଞ ବ୍ରାଜିଲ ଖେଳାଳି ବ୍ରୁନୋ ସୁଆରେସ୍‌ ଟାଇଟଲ ହାସଲ କରିଛନ୍ତି। ଗୁରୁବାର...

ପୁକୋଭସ୍କି ଆହତ

ସିଡ୍‌ନୀ, ୧୨ା୧ (ପି.ଟି.)-ଭାରତ ବିପକ୍ଷ ତୃତୀୟ ଡ୍ର’ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ପଦାର୍ପଣକାରୀ ବ୍ୟାଟ୍ସମ୍ୟାନ ଓ୍ବିଲ୍‌ ପୁକୋଭସ୍କି ଆହତ ହୋଇଛନ୍ତି। ସ୍କାନ ପାଇଁ ତାଙ୍କୁ ସ୍ଥାନୀୟ...

ଟି୨୦ ବିଶ୍ୱକପ୍‌ ନ୍ୟୁଜିଲାଣ୍ଡରେ ଆୟୋଜନ ହୋଇପାରେ: ଡିନ୍‌ ଜୋନ୍ସ

ସିଡ୍‌ନୀ, ୩।୬: ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ନ୍ୟୁଜିଲାଣ୍ଡରେ ଆୟୋଜନ ହୋଇପାରେ ବୋଲି ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର ଡିନ୍‌ ଜୋନ୍ସ କହିଛନ୍ତି। ନ୍ୟୁଜିଲାଣ୍ଡରେ କୋଭିଡ୍‌-୧୯...

ଆଇସିସି ଟୁର୍ନାମେଣ୍ଟର ଶ୍ରେଷ୍ଠ ଦଳରେ ନାହାନ୍ତି ଭାରତୀୟ ଖେଳାଳି

ଦୁବାଇ,୧୫।୧୧: ଟି୨୦ ବିଶ୍ୱକପ୍‌ ରବିବାର ଶେଷ ହେବା ପରେ ଆଇସିସି ପକ୍ଷରୁ ପ୍ରକାଶ ପାଇଛି ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ। ଏହି ଦଳରେ ଚାମ୍ପିୟନ ଅଷ୍ଟ୍ରେଲିଆ,...

ବର୍ଷେ ପରେ ଟୋକିଓ ଅଲିମ୍ପିକ୍ସ: ପଦକ ଉନ୍ମୋଚିତ

ଟୋକିଓ,୨୫।୭(ପି.ଟି.)- ୨୦୨୦ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ଗୋଟିଏ ବର୍ଷ ବାକି ରହିଛି। ଏହି ଅବଗଣନା ଆରମ୍ଭ କରିବା ଅବସରରେ ଅଲିମ୍ପିକ୍ସର ସ୍ବର୍ଣ୍ଣ, ରୌପ୍ୟ...

ହିଟ୍‌ମ୍ୟାନ୍‌ଙ୍କୁ ଦେଖି କାନ୍ଦି ପକାଇଲେ ଏହି ଯୁବକ,କହିଲେ ଭଗବାନ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଓପନର୍‌ ରୋହିତ ଶର୍ମା ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟତମ। ତାଙ୍କର କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଅଛନ୍ତି। କ୍ରିକେଟ ପଡ଼ିଆରେ...

Advertisement
Archives

Model This Week