Posted inଜାତୀୟ

ଏନ୍‌ଡିଏ ଦୁଇତୃତୀୟାଂଶ ସଂଖ୍ୟାଗରିଷ୍ଠତା ପାଇବ

ନୂଆଦିଲ୍ଲୀ,୮ା୬(ପି.ଟି.): କରୋନା ଯୋଗୁ ଦେଶ ଲକ୍‌ଡାଉନରେ ରହିଥିବାବେଳେ ବିହାରରେ ବିଧାନସଭା ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ପକ୍ଷରୁ ରବିବାର ବିଗୁଲ ବାଜିଛି। ବରିଷ୍ଠ ଭାଜପା ନେତା ତଥା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ଭିଡିଓ କନ୍‌ଫରେନ୍ସ ଜରିଆରେ (ଭର୍ଚୁଆଲ) ପାଟନାର ଏକ ରାଲିକୁ ସମ୍ବୋଧନ କରି ଏନ୍‌ଡିଏ ସରକାର ଅମଳରେ ବିହାର ଜଙ୍ଗଲ ରାଜ୍‌ରୁ ମୁକ୍ତ ହୋଇ ଜନତା ରାଜ୍‌ରେ ପରିଣତ ହୋଇଥିବା କହିଥିଲେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍‌ଡିଏ ମେଣ୍ଟ ଆଗାମୀ ନିର୍ବାଚନରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଦଳୀୟ କର୍ମୀ ଓ ବିହାର ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବା ଅବସରରେ ଶାହା ବିରୋଧୀ ଆର୍‌ଜେଡି ଉପରେ ଜୋର୍‌ଦାର ବର୍ଷିଥିଲେ। ଆର୍‌ଜେଡି କ୍ଷମତାରେ ଥିବାବେଳେ ରାଜ୍ୟର ଆଥିର୍ତ୍କ ଅଭିବୃଦ୍ଧି ୩.୯ ପ୍ରତିଶତ ଥିବାବେଳେ ଏନ୍‌ଡିଏ ସରକାରରେ ଏହା ୧୧.୩%କୁ ବୃଦ୍ଧି ପାଇଥିବା ଶାହା କହିଥିଲେ। ଲଣ୍ଠନ ରାଜ୍‌ରୁ ରାଜ୍ୟ ଏଲ୍‌ଇଡି ରାଜ୍‌କୁ ଉନ୍ନୀତ ହୋଇଛି ବୋଲି ଆର୍‌ଜେଡି ଦଳୀୟ ଚିହ୍ନକୁ ଆକ୍ଷେପ କରିଥିଲେ ଶାହା।


Enter your email to get our daily news in your inbox.

All Right Reserved By Dharitri.Com

‘ଗୋଟିଏ ଦେଶ, ଗୋଟିଏ ରାଶନ କାର୍ଡ’ ବ୍ୟବସ୍ଥା ଲାଗୁ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୮।୬: ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବ୍ୟବସ୍ଥା ଦେଶରେ ଲାଗୁ କରିବା ପାଇଁ ଆଲୋଚନା ଚାଲିଥିଲାବେଳେ ଏବେ ମୋଦି ସରକାର ‘ଗୋଟିଏ ଦେଶ, ଗୋଟିଏ...

ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ଭଉଣୀ ସାୟମାଙ୍କ ପରଲୋକ

ମୁମ୍ବାଇ,୮।୧୨: ବଲିଉଡ୍‌ର ନାଁ କରା କଳାକାର ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ଭଉଣୀ ସାୟମା ତାମସି ସିଦ୍ଦିକିଙ୍କ ଶୁକ୍ରବାର ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି କ୍ୟାନସରରେ ପୀଡିତ...

କାରଖାନାରେ ନିଆଁ ଲାଗି ୪ମୃତ୍ୟୁ

ମହାରାଷ୍ଟ୍ର,୨୪।୪: ମହାରାଷ୍ଟ୍ରର ନାଗପୁର ଜିଲାର ଏକ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟି ୪ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡରେ ଆଉ ତିନିଜଣ ଆହତ ହୋଇଛନ୍ତି ଯେଉଁମାନଙ୍କୁ...

ମୃତ୍ୟୁ ସଂଖ୍ୟା-ଦୈନିକ ସଂକ୍ରମଣ ପୁଣି ବଢ଼ିଲା …

ନୂଆଦିଲ୍ଲୀ, ୧୮।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ପଶ୍ଚିମବଙ୍ଗ-ତାମିଲନାଡୁ-କେରଳ-ଆସାମ ପାଇଁ ନିର୍ବାଚନୀ ଥୋପ

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗ, ତାମିଲନାଡୁ,କେରଳ ଓ ଆସାମ ଆଦି ୪ ରାଜ୍ୟ ପାଇଁ ନିର୍ବାଚନୀ ଥୋପ...

ଶୋପିଆନରେ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୧୭।୪: ଗୋଟିଏ ପଟେ ସାରା ବିଶ୍ୱ କରୋନା ଭାଇରସ୍‌ ସଂକ୍ରମଣ ସଙ୍କଟରେ ଗତି କରୁଥିବା ବେଳେ ଅନ୍ୟପଟେ ଆତଙ୍କବାଦୀ ନିଜ ମନ୍ଦ ବୁଦ୍ଧିରୁ ବାଦ୍‌ ପଡ଼ୁନାହାନ୍ତି।...

ଦେଶରେ ୨୪,୨୪,୫୪୦ ଜଳ ଉତ୍ସ: ୯୭ ପ୍ରତିଶତ ଗ୍ରାମୀଣ ଅଞ୍ଚଳରେ…

ନୂଆଦିଲ୍ଲୀ,୨୪।୪ : ଭାରତ ଇତିହାସରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଜଳଉତ୍ସର ଗଣନା କରିଛନ୍ତି। ଏହା ଦେଶର ଜଳ ସମ୍ପଦର ଏକ...

ମୋଦି ସରକାରଙ୍କୁ ସମର୍ଥନ କଲା କଂଗ୍ରେସ

ନୂଆଦିଲ୍ଲୀ,୩।୩: ୟୁକ୍ରେନରେ ରୁଷିଆ ଚଳାଇଥିବା ଦମନଲୀଳା ବିରୋଧରେ ଆଗତ ଗୋଟିଏ ପ୍ରସ୍ତାବ ଜାତିସଂଘର ସାଧାରଣ ମହାସଭାରେ ପାରିତ ହୋଇଛି। ଏ ପ୍ରସ୍ତାବରେ ରୁଷିଆର ପଦକ୍ଷେପକୁ ନିନ୍ଦା...

Advertisement
Archives

Model This Week