ଏନ୍‌ଜେନ ମନମୁଖି କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ: ଉପଭୋକ୍ତାଙ୍କ ଉପରେ ବଢ଼ୁଛି ବିଦ୍ୟୁତ୍‌ ବୋଝ

ତାଳଚେର, ୨୬ା୬ – କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ଓ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିକୁ ନେଇ ତାଳଚେର ବିଦ୍ୟୁତ୍‌ ସେବାରେ ସୃଷ୍ଟି ହୋଇଛି ବଡ଼ ସଙ୍କଟ। ବିଦ୍ୟୁତ୍‌ ରକ୍ଷଣାବେକ୍ଷଣ ଓ ବିଲ୍‌ ଆଦାୟ ଦାୟିତ୍ୱରେ ଥିବା ଏନ୍‌ଜେନ କମ୍ପାନୀର ଚାଇଁପାଳ ଡିଭିଜନରେ କାର୍ଯ୍ୟରତ ୧୪ଟି ସେକ୍ସନର ୩୯୩ କର୍ମଚାରୀ ୨ ମାସ ହେଲା ଆନ୍ଦୋଳନ ଚଳାଇଥିବାରୁ ସେବା ଯୋଗାଣଠାରୁ ଆରମ୍ଭ କରି ବିଲ୍‌ ଆଦାୟ ଯାଏ ସବୁକିଛି ଅବ୍ୟବସ୍ଥିତ ହୋଇପଡ଼ିଛି। ବିଶେଷକରି କାଳ ବୈଶାଖୀ ଯୋଗୁ ବହୁ ସ୍ଥାନରେ ବିଦ୍ୟୁତ୍‌ ଚାର୍ଜ ବିଚ୍ଛିନ୍ନ ରହିଥିଲେ ବି ପୁନଃ ସଂଯୋଗ କରାଯାଉ ନାହିଁ। ଫଳରେ ଶହ ଶହ ଉପଭୋକ୍ତାଙ୍କ ପରିବାର ଓ ବ୍ୟବସାୟୀ ବିନା ବିଜୁଳିରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ୩ ମାସ ହେଲା ମିଟର ରିଡିଂ କରାଯାଉ ନାହିଁ କି ଉପଭୋକ୍ତାଙ୍କୁ ବିଲ୍‌ ଦିଆଯାଉ ନାହିଁ। ଅଭିଯୋଗ କରିବାକୁ ଏନ୍‌ଜେନ ଅଫିସକୁ ଗଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। କାରଣ କର୍ମଚାରୀମାନେ ସେଠାରେ ତାଲା ଝୁଲାଇ ଦେଇଥିବାରୁ ଅଭିଯୋଗକାରୀଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି। ଅସୁବିଧା ସମ୍ପର୍କରେ କର୍ମଚାରୀମାନେ ଶୁଣୁ ନ ଥିବା ବେଳେ ସେସୁ କର୍ତ୍ତୃପକ୍ଷ କର୍ଣ୍ଣପାତ ନ କରି ଏନ୍‌ଜେନ ଉପରକୁ ଦାୟିତ୍ୱ ଠେଲି ଦେଉଛନ୍ତି। ଏପରି ସ୍ଥଳେ ପ୍ରଶାସନ ଉପଭୋକ୍ତାଙ୍କ ଶେଷ ଭରସା ହୋଇଥିଲେ ବି ଅଧିକାରୀମାନେ ଏନ୍‌ଜେନ କର୍ତ୍ତୃପକ୍ଷଙ୍କ ପରି ନୀରବଦ୍ରଷ୍ଟା ହୋଇ ବସିଯାଇଛନ୍ତି। ଜନପ୍ରତିନିଧିମାନେ ମଧ୍ୟ ଜନତାଙ୍କ ଦୁଃଖ ଦୂର ପାଇଁ କୌଣସି ଉଦ୍ୟମ କରୁ ନ ଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ବିଦ୍ୟୁତ୍‌ ସେବାରେ ଏପରି ଅବ୍ୟବସ୍ଥାକୁ ନେଇ ଗୋଟିଏ ପଟେ ସରକାରଙ୍କ ରାଜସ୍ବ କ୍ଷତି ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ଅନାଦାୟ ଦେୟ ଉପଭୋକ୍ତାଙ୍କ ଉପରେ ଏବେ ବୋଝ ହୋଇଚାଲିଛି। କେଉଁ କାରଣ ପାଇଁ ଏନଜେନ, ପ୍ରଶାସନ ଓ ଜନପ୍ରତିନିଧିମାନେ ସମସ୍ୟାର ସମାଧାନ କରୁନାହାନ୍ତି ଓ ଏହା ପଛରେ କି ଉଦ୍ଦେଶ୍ୟ ରହିଛି ତାହାକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

(ମନୋଜ ନନ୍ଦ)


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri