ଏନ୍‌ଆର୍‌ୟୁ ଲାଗୁ କରିବାକୁ ଯୁବ କଂଗ୍ରେସର ଦାବି

ଫୁଲବାଣୀ ଅଫିସ, ୨୯ା୧-ଦେଶରେ ବେକାରି ସମସ୍ୟା ଉତ୍କଟ ହୋଇଛି ା ଜାତି ସଂଘର ରିପୋର୍ଟ ଅନୁଯାୟୀ ପ୍ରତି ୫ ଯୁବତୀ ଯୁବତୀଙ୍କ ମଧ୍ୟରେ ୨ ଜଣ ବେକାର ଅଛନ୍ତି। ଦେଶର ୨୦ରୁ ୩୪ ବର୍ଷର ଯୁବତୀ ଯୁବକ ଶିକ୍ଷା ଓ ରୋଜଗାରଠାରୁ ବହୁ ଦୂରରେ ଥିବା ଏକ ସର୍ବେକ୍ଷଣ ରିପୋର୍ଟରୁ ଜଣାପଡିଛି ା ବେକାରି ସମସ୍ୟା ଯୋଗୁ ଯୁବତୀ ଯୁବକ ଆତ୍ମହତ୍ୟା କରୁଛନ୍ତି। ଏଭଳି ସମୟରେ ଦେଶରେ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି) ପାଇଁ ପଦକ୍ଷେପ ନିଆଯାଉଛି ା ଯାହାକୁ ନେଇ ବିବାଦ ଲାଗିରହିଛି ା କେନ୍ଦ୍ର ସରକାର ଏନ୍‌ଆରସି ବଦଳରେ ରାଷ୍ଟ୍ରୀୟ ବେକାର ପଞ୍ଜୀକରଣ (ଏନ୍‌ଆର୍‌ୟୁ) ଲାଗୁ କରିବାକୁ କନ୍ଧମାଳ ଜିଲା ଯୁବ କଂଗ୍ରେସ ପକ୍ଷରୁ ସ୍ଥାନୀୟ ଫୁଲବାଣୀ କ୍ଲବରେ ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଦାବି କରାଯାଇଛି। ଯୁବ କଂଗ୍ରେସ ଜିଲା ସଭାପତି ନନ୍ଦ କିଶୋର ଦାସ ଏଥିରେ ଯୋଗଦେଇ କେନ୍ଦ୍ରର ଭାଜପା ଓ ରାଜ୍ୟର ବିଜେଡି ସରକାର ବେକାରିଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଥିବା କହିଛନ୍ତି। ଖବରଦାତା ସମ୍ମିଳନୀରେ ସମୀର କୁମାର କର, ଆଶିଷ କୁମାର ବେହେରା, ଗୌର ଚରଣ ବେହେରା, ଶିବ ଶଙ୍କର ବେହେରା, ବଳଦେବ ବେହେରା, ବସନ୍ତ କୁମାର ବେହେରା ପ୍ରମୁଖ
ଯୁବନେତା ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକ ପରୀକ୍ଷା ଲାଗି ଫର୍ମ ପୂରଣରୁ ବଞ୍ଚିତ ଛାତ୍ରୀଛାତ୍ର : ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ଯୋଡ଼ା,୩୦।୧୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ବନେଇକଳା ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣରୁ ଛାତ୍ରୀଛାତ୍ର ବଞ୍ଚିତ ହୋଇଥିବାରୁ ଅଭିଭାବକମାନେ ଶନିବାର ସ୍କୁଲରେ ତାଲା ପକାଇ...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର: ଛତିଶଗଡ଼ରୁ ଧରାପଡିଲେ, ଜେଲ ଗଲେ ପ୍ରେମିକ

କୋକସରା,୧୨।୬ (ଡି.ଏନ.ଏ.)- କଳାହାଣ୍ଡି ଜିଲା କୋକସରା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ କୋକସରା ପୋଲିସ ବେହେରା ପଞ୍ଚାୟତ ନୁନପାଣି ଗାଁର...

ନିଷ୍କାସନ ପଥ ବନ୍ଦ : ବିଦ୍ୟାଳୟ ପରିସରରେ ବର୍ଷା ପାଣି

ଖଣ୍ଡପଡା,୨୬।୧୦(ସ୍ବ.ପ୍ର.): ଗତ ୩ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧବ ବିଦ୍ୟାପୀଠ ପରିସରରେ ବର୍ଷାପାଣି...

ପରଜଙ୍ଗ ଥାନା ଅଞ୍ଚଳରେ ଲୁଟେରା ଆତଙ୍କ; ରାତିକ ଭିତରେ ୫ ଗାଡ଼ିରୁ ଚୋରି

ପରଜଙ୍ଗ, ୫।୮(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ଲୁଟେରା ଆତଙ୍କ ଦେଖାଦେଇଛି। ଡିହଡୋଳ ଗ୍ରାମ ନିକଟ ୫୩ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ରଖାଯାଇଥିବା ୫ଟି ଗାଡ଼ିରୁ...

ନୂଆପଡ଼ାରେ ବାଘ ଆତଙ୍କ

ନୂଆପଡ଼ା ଅଫିସ,୨।୧୧: ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନରେ ପୁଣି ବାଘ ଆତଙ୍କ ଦେଖାଦେଇଛି । ନୂଆପଡା ସଦର ବ୍ଲକ କେନ୍ଦୁବାହାରା ପଞ୍ଚାୟତ ଜାମୁରସାଲେଭଟା ଗ୍ରାମରେ...

୨ କନିଷ୍ଠ ଯନ୍ତ୍ରୀ, ଅସ୍ଥାୟୀ କର୍ମଚାରୀ କୋର୍ଟଚାଲାଣ

କୁଜଙ୍ଗ, ୨୩।୪: (ଡି.ଏନ୍‌.ଏ) ପାରାଦୀପ ତୈଳ ବିଶୋଧନାଗାର ପ୍ରକଳ୍ପର ନିଷିଦ୍ଧାଞ୍ଚଳକୁ ନକଲି ଏମ୍ପ୍ଲଇ କାର୍ଡରେ ପ୍ରବେଶ କରି ଆଲ୍‌କାଲାଇଟ୍‌ ଚୋରି କରିବାକୁ ଯୋଜନା କରିବା ଅଭିଯୋଗରେ...

ଦୁର୍ଘଟଣା: ଯୋଡ଼ା ପୌରପାଳିକାର ୫ କର୍ମଚାରୀ ଆହତ

ଯୋଡ଼ା,୨୫ା୧(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କରଣସାହିଠାରେ ଗୁରୁବାର ରାତିରେ ଏକ ବୋଲେରୋ ଦୁର୍ଘଟଣାରେ ଯୋଡ଼ା ପୌରପାଳିକାର ୫ କର୍ମଚାରୀ ଆହତ...

ଖୋଲିଲା ତାମ୍ପରା ଲେକ୍‌ ଭ୍ୟୁ ଫ୍ରଣ୍ଟ୍‌

ଛତ୍ରପୁର,୭।୩(ଡି.ଏନ.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ହୁମୁରୀ ତାମ୍ପରା ପର୍ଯ୍ୟଟନ କ୍ଷେତ୍ରକୁ ନୂତନ ରୂପ ମିଳିଛି। ତାମ୍ପରା ଲେକ୍‌ ଭିୟୁ ଫ୍ରଣ୍ଟ୍‌ ପର୍ଯ୍ୟଟକଙ୍କ ପାଇଁ ଟ୍ରାଏଲ...

Advertisement
Archives

Model This Week