ଏକ୍‌ଜିଟ ପୋଲ୍‌:ଉଛୁଳିଲା ବଜାର

ମୁମ୍ବାଇ,୨୧-୫: ଦେଶର ସାଧାରଣ ନିର୍ବାଚନ ଫଳାଫଳ ୨୩ରେ ଆସିବାକୁ ଥିବା ବେଳେ କେନ୍ଦ୍ରରେ ପୁଣି ଥରେ ଏନ୍‌ଡିଏ ସରକାର ଶାସନ କ୍ଷମତାକୁ ଫେରିବା ନେଇ ଏକ୍‌ଜିଟ ପୋଲ୍‌ କହିସାରିଛି। ଏପରିସ୍ଥିତିରେ ସୋମବାର ଏହାର ପ୍ରଭାବ ଶେୟାର ବଜାର ଉପରେ ପରିଲକ୍ଷିତ ହୋଇଛି। ନିବେଶକଙ୍କ ମଧ୍ୟରେ ଉତ୍ସାହ ଯୋଗୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ)ରେ ସୂଚକାଙ୍କ ୧୪୨୧.୯୦ ପଏଣ୍ଟ (୩.୭୫%) ବୃଦ୍ଧି ଘଟିଛି, ଯାହା କି ରେକର୍ଡ ଭାଙ୍ଗିଛି। ବିଏସ୍‌ଇ ସେନ୍‌ସେକ୍ସ ୩୯,୩୫୨.୬୭ ପଏଣ୍ଟ ସ୍ତର ଛୁଇଁଥିବା ବେଳେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ୪୨୧.୧୦ ପଏଣ୍ଟ( ୩.୬୯%) ବୃଦ୍ଧି ଘଟି ୧୧,୮୨୮.୨୫ ସ୍ତରରେ ବନ୍ଦ ହୋଇଛି। ୩୦ ସୂଚକାଙ୍କ ବିଶିଷ୍ଟ ବିଏସ୍‌ଇରେ ସୋମବାର ଦୈନିକ କାରବାର ଗତ ୬ ବର୍ଷର ସର୍ବୋଚ୍ଚ ସ୍ତରରେ ରହିବା ସହ ଇଣ୍ଟ୍ରାଡେ ରେକର୍ଡ ୩୯,୪୧୨.୫୬ ପଏଣ୍ଟ ସ୍ତର ଛୁଇଁବାକୁ ସକ୍ଷମ ହୋଇଥିଲା। ସେହିଭଳି ନିଫ୍ଟି ଏହାର ଦୈନିକ କାରବାରରେ ୧୦ ବର୍ଷର ରେକର୍ଡକୁ ଭାଙ୍ଗିଥିବା ଜଣାପଡିଛି। ଏହି ସମୟରେ ବିଏସ୍‌ଇ ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣରେ ୫.୩୩ ଲକ୍ଷ କୋଟି ବୃଦ୍ଧି ଘଟିଥିବା ବେଳେ ନିବେଶକଙ୍କୁ ୫.୩୩ ଲକ୍ଷ କୋଟି ଟଙ୍କା ଲାଭ ହୋଇଥିବା ଷ୍ଟକ ବଜାର ସୂତ୍ରରୁ ଜଣାଯାଇଛି।
ବିଏସ୍‌ଇରେ ଏସ୍‌ବିଆଇ, ଇଣ୍ଡସଇଣ୍ଡ ବ୍ୟାଙ୍କ,ଟାଟା ମୋଟର୍ସ, ଏଲ ଆଣ୍ଡ ଟି, ୟେସ୍‌ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି,ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ମାରୁତି, ଓଏନ୍‌ଜିସି, ରିଲାଏନ୍ସ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କ ଭଳି କମ୍ପାନୀଗୁଡିକର ଷ୍ଟକ କାରବାର ଉନ୍ନତ ରହିଛି। ଉକ୍ତ କମ୍ପାନୀଗୁଡିକର ଷ୍ଟକରେ ପ୍ରାୟ ୮.୫୧% ବୃଦ୍ଧି ଘଟିଛି। ଏହି ସମୟରେ ବଜାଜ ଅଟୋ ଏବଂ ଇନଫୋସିସର କାରବାର ୧.୦୪% ହ୍ରାସ ଘଟିଛି। ବିଏସ୍‌ଇର ମିଡ୍‌ କ୍ୟାପ ଏବଂ ସ୍ମଲ କ୍ୟାପ ସୂଚକାଙ୍କରେ କାରବାର ପ୍ରାୟ ୩.୫୭% ବଢିଛି।
ଏହାବାଦ ନିଫ୍ଟିରେ ପିଏସ୍‌ୟୁ ବ୍ୟାଙ୍କ, ରିୟଲିଟି, ଫାଇନାନ୍ସିଆଲ ସର୍ଭିସ,ବ୍ୟାଙ୍କିଙ୍ଗ ଷ୍ଟକ ଭଲ ପ୍ରଦର୍ଶନ କରିବା ସହ ୭.୮୮% ଉଚ୍ଚ ସ୍ତରରେ ରହିଛି। ରବିବାର ପ୍ରକାଶିତ ଏକ୍‌ଜିଟ ପୋଲ ଫଳାଫଳରେ କେନ୍ଦ୍ରର ଶାସନାଧୀନ ଏନ୍‌ଡିଏକୁ ୩୦୦ରୁ ଅଧିକ ଆସନ ମିଳିବ ବୋଲି କୁହାଯାଇଛି। ଲୋକସଭାରେ ସଂଖ୍ୟା ଗରିଷ୍ଠତା କୁହାଯାଉଥିବା ୨୭୨ ଆସନ ଠାରୁ ଏନ୍‌ଡିଏ ଅଧିକ ଆସନ ଲାଭ କରିବାକୁ ସକ୍ଷମ ହେବ ଆକଳନ କରାଯାଇଛି। ଏନ୍‌ଡିଏ ସରକାର ପୁଣି କ୍ଷମତାକୁ ଆସିଲେ ସଂସ୍କାର ଧାରା ଜାରି ରଖିବେ ବୋଲି ବଜାର ବିଶେଷଜ୍ଞ ମାନେ କହିଛନ୍ତି। ଏନ୍‌ଡିଏକୁ ସଂଖ୍ୟା ଗରିଷ୍ଠତା ମିଳିବା ନେଇ ଆକଳନ ହୋଇଥିବାରୁ ଏହାର ପ୍ରଭାବ ପୁଞ୍ଜି ବଜାର ଉପରେ ପଡିଥିବା ଏମ୍‌କେ ଓ୍ବେଲଥ ମ୍ୟାନେଜମେଣ୍ଟ ରିସର୍ଚ୍ଚର ମୁଖ୍ୟ ଯୋଶେପ ଥୋମାସ କହିଛନ୍ତି। ସେହିଭଳି ଦିନ ମଧ୍ୟରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ୪୯ ପଇସା ବୃଦ୍ଧି ଘଟିଛି। ଏହା ବାଦ ବ୍ରେଣ୍ଟ କ୍ରୁଡ ମୂଲ୍ୟ ମଧ୍ୟ ବ୍ୟାରେଲ ପିଛା ୭୨.୬୧ ଡଲାର ରହିଛି। ଏଥିରେ ୧.୪୦% ବୃଦ୍ଧି ଘଟିଥିବା ବଜାର ସୂତ୍ରରୁ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୧ରୁ ବଦଳିବାକୁ ଯାଉଛି ଟଙ୍କା ପଇସା ସହ ଜଡ଼ିତ ଏହି ବଡ଼ ନିୟମ, ଆପଣଙ୍କ ପକେଟ୍ ଉପରେ ପଡ଼ିବ ସିଧାସଳଖ ପ୍ରଭାବ!

ନୂଆଦିଲ୍ଲୀ, ୨୭।୧୧: ନୂଆ ମାସ ଅର୍ଥାତ୍ ୧ ଡିସେମ୍ବର ୨୦୨୬ ନିଜ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ ନେଇ ଆସୁଛି, ଯାହାର ସିଧାସଳଖ ପ୍ରଭାବ ସାଧାରଣ…

UPI ପେମେଣ୍ଟ କରୁଥିଲେ ଆସିଲା ବଡ଼ ଅପଡେଟ୍‌: ୧ ଜାନୁଆରୀରୁ ବନ୍ଦ ହେବ…

ନୂଆଦିଲ୍ଲୀ,୨୭।୧୧: ଆଜିକାଲି ଛୋଟରୁ ଛୋଟ କିଣାକିଣି ପାଇଁ ମଧ୍ୟ ଲୋକେ UPIରେ ପେମେଣ୍ଟ କରୁଛନ୍ତି। କେବେ ୫୦ ଟଙ୍କାର ଚା’ ତ କେବେ ୨୦୦ ଟଙ୍କାର ସାମଗ୍ରୀ…

ସୁନା ୭୨ ହଜାର, ରୁପା ୨.୭୫ ଲକ୍ଷ ଟଙ୍କା ଶସ୍ତା! ୨୦୧୩ ପରେ ସବୁଠାରୁ ବଡ଼ ହ୍ରାସ

ନୂଆଦିଲ୍ଲୀ,୨୭।୧୧: ୨୦୨୬ରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ରେକର୍ଡ ହୋଇଛି। ଜୁନ ୨୦୧୩ ପରଠାରୁ ଏହାକୁ ସବୁଠାରୁ ବଡ଼ ହ୍ରାସ ବୋଲି କୁହାଯାଉଛି।…

ବଜାର ପୁଞ୍ଜିକୁ ନେଇ ଏନ୍‌ଏସ୍‌ଇ ୩ୟ ବୃହତ୍ତମ ଷ୍ଟକ୍‌ ଏକ୍ସଚେଞ୍ଜ

ମୁମ୍ବାଇ,୨୭ା୧୧:ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ବଜାର ପୁଞ୍ଜି (ମାର୍କେଟ କ୍ୟାପିଟାଲାଇଜେଶନ) ଦୃଷ୍ଟିରୁ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟକ୍‌ ଏକ୍ସଚେଞ୍ଜ ଭାବେ ମାନ୍ୟତାଲାଭ କରିଛି । ଗତ ସେପ୍ଟେମ୍ବରରେ…

ଜମୁଛି ବାଲିଯାତ୍ରା, ଗ୍ରାହକଙ୍କୁ ଆକର୍ଷିତ କରୁଛି ଫାବୋ

କଟକ,୨୭।୧୧(କାର୍ତ୍ତିକ ସାହୁ): ବାଲିଯାତ୍ରାରେ ଗ୍ରାହକଙ୍କୁ ଆକର୍ଷିତ କଲା ଭଳି ଅଫର ପ୍ରଦାନ କରୁଛି ଫାବୋ। କମ୍ପାନୀର ବିଭିନ୍ନ ଉତ୍ପାଦ ଉପରେ ଗୋଟିଏ କିଣିଲେ ଗୋଟିଏ ମାଗଣା ସହ…

SBI କ୍ରେଡିଟ କାର୍ଡ ଗ୍ରାହକ ସାବଧାନ! ଡିସେମ୍ବର ୧ରୁ ବଦଳିବ ନିୟମ, ଦେବାକୁ ପଡ଼ିବ ଅତିରିକ୍ତ ଚାର୍ଜ

ନୂଆଦିଲ୍ଲୀ,୨୭।୧୧: ଯଦି ଆପଣ SBI କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ଏବଂ ଯାତ୍ରା, ପରିବହନ କିମ୍ବା ପେଟ୍ରୋଲ-ଡିଜେଲ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି, ତେବେ ଡିସେମ୍ବର…

ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ଅପଡେଟ୍‌! ଡିସେମ୍ବରରୁ ନୂଆ ନିୟମ, ବୁକିଂ ପୂର୍ବରୁ ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୧: ପ୍ରତ୍ୟେକ ଘରର ରୋଷେଇ ଘରର ବଜେଟ ବହୁ ପରିମାଣରେ ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ନିର୍ଭର କରିଥାଏ। ଯଦି ଆପଣ ଇଣ୍ଡେନ (Indane), ଏଚ୍ପି ଗ୍ୟାସ…

ଚନ୍ଦ୍ରଶେଖରନ୍‌ଙ୍କ ପୁନଃ ନିଯୁକ୍ତିକୁ ଚ୍ୟାଲେଞ୍ଜ, ହାଇକୋର୍ଟ ଗଲା ଟାଟା ଟ୍ରଷ୍ଟ

ମୁମ୍ବାଇ,୨୭।୧୧(ପି.ଟି.): ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଏନ୍‌. ଚନ୍ଦ୍ରଶେଖରନ୍‌ଙ୍କୁ ତୃତୀୟ ୫ ବର୍ଷିଆ କାର୍ଯ୍ୟକାଳ ପାଇଁ ଦିଆଯାଇଥିବା ପୁନଃ ନିଯୁକ୍ତିକୁ ଚ୍ୟାଲେଞ୍ଜ କରାଯାଇ ‘ସାର୍‌ ଦୋରାବଜୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?