ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କୁ ଆକ୍ରମଣ : ଯୁବକ କୋର୍ଟ ଚାଲାଣ

ପୁରୁଷୋତ୍ତମପୁର,୨୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ମହାମାରୀ କରୋନାକୁ ନେଇ ପ୍ରଶାସନ ଚିନ୍ତାରେ ପଡ଼ି ଦିନରାତି ଏକ କରି ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତା କରୁଥିବାବେଳେ ଏହି ସମୟରେ କାର୍ଯ୍ୟରତ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାରଙ୍କୁ ମଙ୍ଗଳବାର ଆକ୍ରମଣ କରାଯାଇଛି। ଫଳରେ ସେ ଆହତ ହୋଇ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ କଇଠଡ଼ା ଗ୍ରାମର ଲୋକନାଥ ପ୍ରଧାନ।
ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟାରେ ପୁରୁଷୋତ୍ତମପୁର ଅତିରିକ୍ତ ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ସୁନିଲ କୁମାର ଟୁଡୁ ଓ ଜନ୍ମେଜୟ ସାହୁ ଗାଡ଼ିରେ ବିଭିନ୍ନ ଗ୍ରାମକୁ ଯାଇ ପାଟ୍ରୋଲିଂ କରି ଲୋକଙ୍କୁ ସଚେତନ କରୁଥିଲେ। ଏହି ସମୟରେ କଇଠଡ଼ା ନିକଟରେ ଦୁଇ ଜଣ ଯୁବକ କରୋନା କଟକଣା ଆଇନକୁ ଉଲ୍ଲଂଘନ କରି ମାସ୍କ ନ ପିନ୍ଧି ଏକ ମୋଟରସାଇକେଲରେ ଦେଶୀ ମଦ ଧରି ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲେ। ଫଳରେ ଲୋକନାଥ ଉତ୍‌କ୍ଷିପ୍ତ ହୋଇ ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ତେବେ ଅନ୍ୟ ଯୁବକ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଲୋକନାଥଙ୍କୁ ଅତିରିକ୍ତ ତହସିଲଦାର ଦୁହେଁ ଓ ତାଙ୍କ ଡ୍ରାଇଭର କୌଶଳ କ୍ରମେ କାବୁକରି ରଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ସହ ୧୦ ଲିଟର ଦେଶୀ ମଦ ଓ ମୋଟରସାଇକେଲ ଜବତ କରି ଥାନାକୁ ଆଣିଥିଲା। ଅତିରିକ୍ତ ତହସିଲଦାର ପୋଲିସରେ ରିପୋର୍ଟ ଦେବା ପରେ ଥାନା ଆଇଆଇସି ଜଗନ୍ନାଥ ମଲିକ କେସ ନଂ. ୧୦୧/୨୦ରେ ମାମଲା ରୁଜୁ କରି ଏହାର ତଦନ୍ତ ଲାଗି ଏସ୍‌ଆଇ ସୁନିଲ କୁମାର ପ୍ରଧାନଙ୍କୁ ଦାୟିତ୍ୱ ଦେଇଥିଲେ। ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ବୁଧବାର ପୁରୁଷୋତ୍ତମପୁର କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ରରେ ଶ୍ରୀଶ୍ରୀ ଦଧିବାମନଙ୍କ ସୁନାବେଶ

ଭଟଲି,୧୩।୭(ଡି.ଏନ୍‌.ଏ): ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲି ଦଧିବାମନ ଧାମରେ ପ୍ରଭୁ ଶ୍ରୀଶ୍ରୀ ଦଧିବାମନଙ୍କ ନବଦିନାମତ୍କ ଗୁଣ୍ଡିଚା ଯାତ୍ରା ସମାପନ ହୋଇଯାଇଛି ।...

ମୋବାଇଲ୍‌ ଗେମ୍‌ ପାଇଁ ଗଲା ଛାତ୍ରଙ୍କ ଜୀବନ

ଆନନ୍ଦପୁର,୩୦ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଇନ୍ଦୁପୁରା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ମୋବାଇଲରେ ଗେମ୍‌ ଖେଳିବାକୁ ମନା କରିବାରୁ ଜଣେ ନବମ...

ଭୀମଭୋଇଙ୍କ ଅପ୍ରକାଶିତ ପାଣ୍ଡୁଲିପିର ପ୍ରକାଶନ ଉପରେ ଗୁରୁତ୍ୱ

ସୋନପୁର, ୧୮।୫(ନି.ପ୍ର.)ଭୀମଭୋଇଙ୍କ ସିଦ୍ଧି, ସାଧନା ଓ ସମାଧୀପୀଠ ଖଲିଆପାଲିଠାରେ ସନ୍ଥକବିଙ୍କ ଜୟନ୍ତୀ ଉତ୍ସବ ଶନିବାର ପାଳିତ ହୋଇଯାଇଛି। ବିଦ୍ୟାବାଚସ୍ପତି ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତା ମୁଖ୍ୟ...

ଭାରତ ବନ୍ଦ ପ୍ରଭାବରେ ଦାରିଙ୍ଗବାଡ଼ି ଠପ୍‌

ଦାରିଙ୍ଗବାଡ଼ି,୨୬।୩(ଡି.ଏନ୍‌.ଏ): ଭାରତ ସରକାରଙ୍କ ନୂଆ କୃଷି ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ବିରୋଧରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା...

ବରଗଡ଼ ଧନୁଯାତ୍ରା: ବଳରାମ ଭୂମିକାରେ ଅଭିନୟ କରିବେ କିଷନ

ବରଗଡ଼ ଅଫିସ,୧୩।୧୨: ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ବଳରାମ ଭୂମିକାର ଅଭିନୟ କରିବେ କିଷନ ର୍ବିତ୍ତିଆ । ଗୋପପୁର ସାଜୁଥିବା ଅମ୍ବାପାଲି ଗ୍ରାମରେ ବୈଠକ ପରେ...

ବାଲି ଚାଲାଣ ବେଳେ ୨ ଟ୍ରାକ୍ଟର ଜବତ

ବାଉଁଶୁଣୀ,୧୮।୬ (ଡି.ଏନ୍‌.ଏ.): ବୌଦ୍ଧ ତହସିଲ ପ୍ରଶାସନ ପକ୍ଷରୁ ବାଲି ଚାଲାଣ କରୁଥିବା ୨ ଟି ଟ୍ରାକ୍ଟରକୁ ଜବତ କରାଯାଇଛି। ବୌଦ୍ଧ ଅତିରିକ୍ତ ଜିଲାପାଳ ବବିତା ରାଣୀ...

ସରିଲା ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା: ୧୧ରୁ ମୂଲ୍ୟାୟନ

କଟକ ଅଫିସ,୫ା୮: ଗୁରୁବାର ମାଟ୍ରିକ ଅଫଲାଇନ ପରୀକ୍ଷା ଶେଷ ହୋଇଛି। ଆସନ୍ତା ୧୧ ତାରିଖରୁ ମୂଲ୍ୟାୟନ ଆରମ୍ଭ ହେବ। ୯ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା...

ହତ୍ୟା ଉଦ୍ୟମ ମାମଲା : ଜେଲ ଗଲେ ଅଭିଯୁକ୍ତ, ରକ୍ତଭିଜା ଛୁରି ଜବତ

ଦିଗପହଣ୍ଡି,୧୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଅନ୍ତର୍ଗତ ଦିଗପହଣ୍ଡି ପୋଲିସ ଦକ୍ଷିଣପୁର ଗ୍ରାମର ପି.ଜାଗିଲି ରେଡ୍ଡୀଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି।...

Advertisement
Archives

Model This Week