ଏକାଠି ଖାଇବେ ନବୀନ-ଶାହା: ପଞ୍ଚ ତାରକା ହୋଟେଲରୁ ଆସିଲା ପ୍ରାୟ ୫୦ ପ୍ରକାର ବ୍ୟଞ୍ଜନ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ପୂର୍ବାଞ୍ଚଳ ଜୋନ ପରିଷଦ ବୈଠକରେ ଯୋଗଦେଇଥିବା ଅତିଥିମାନେ ନବୀନ ନିବାସରେ ମଧ୍ୟାହ୍ନଭୋଜନ କରିବେ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଭୋଜନରେ ସାମିଲ ହେବେ। ଏଥିଲାଗି ଭୁବନେଶ୍ୱରସ୍ଥ ଏକ ପଞ୍ଚତାରକା ହୋଟେଲରୁ ଖାଦ୍ୟ ଆସିଛି। ମୋଟ ୧୧ଜଣ ଭିଭିଆଇପି ଅତିଥିଙ୍କ ପାଇଁ ଖାଦ୍ୟ ପହଞ୍ଚିଛି। ମେନୁରେ ଉଭୟ ସାଦା ଓ ଆମିଷ ଖାଦ୍ୟ ରହିଛି। ପ୍ଲେନ ରାଇସ୍‌, ଫ୍ରାଏଡ୍‌ ରାଇସ, ଚିକେନ୍‌, ମଟନ୍‌, ଚିଙ୍ଗୁଡି ସହ ଶୁଦ୍ଧ ଓଡ଼ିଆ ଖାଦ୍ୟ ରହିଛି। ଏଥିସହ ଅତିଥିମାନଙ୍କୁ ଚାଉଳ ଖିରି, ରସଗୋଲା, ହାକା ନୁଡୁଲ୍ସ ଭଳି ପ୍ରାୟ ୫୦ ପ୍ରକାର ବ୍ୟଞ୍ଜନ ପରଷା ଯିବ ବୋଲି ଜଣାପଡ଼ିଛି।

ପୂର୍ବାହ୍ନରେ ଶାହା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଲୋକସେବା ଭବନରେ ଅନୁଷ୍ଠିତ ହେବାକୁ ଥିବା ପୂର୍ବାଞ୍ଚଳ ଜୋନ ପରିଷଦ(ଇଜେଡ୍‌ସି) ବୈଠକରେ ଯୋଗଦେଇଥିଲେ। ଏହାପରେ ଶାହା ନବୀନ ନିବାସ ଯାଇଛନ୍ତି। ସେଠାରେ ଶାହା ଅନ୍ୟ ମୁଖ୍ୟମନ୍ତ୍ରୀ ଏବଂ ପ୍ରତିନିଧିମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିବେ ବୋଲି ଜଣାପଡ଼ିଛି। ଗୋଟିଏ ଟେବୁଲରେ ବସି ମଧ୍ୟାହ୍ନ ଭୋଜନ କରିବା ଜଣାପଡ଼ିବା ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଡ଼ିଙ୍ଗିଆ, ପାଙ୍ଗା ପଞ୍ଚାୟତରେ ମାଓବାଦୀ ପୋଷ୍ଟର

ଫିରିଙ୍ଗିଆ, ୩ା୯- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ଓ ପାଙ୍ଗା ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ପୋଷ୍ଟର ଲଗାଇଛନ୍ତି। କେକେବିଏନ ଡିଭିଜନର କାନ୍ଥ ପତ୍ରିକା...

ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତିରେ ବିଳମ୍ବ : ଅଗଷ୍ଟ ୧ରେ ଜିଲା ଶିକ୍ଷା କାର୍ଯ୍ୟାଳୟ ଆଗରେ ଧାରଣା

ନୟାଗଡ଼ ଅଫିସ,୨୫।୭: ନୟାଗଡ଼ ଜିଲାରେ ପ୍ରାଥମିକ ଶିକ୍ଷକମାନଙ୍କ ପଦୋନ୍ନତିରେ ବିଳମ୍ବ ହୋଇଥିବା ନେଇ ଜିଲା ପ୍ରାଥମିକ ଶିକ୍ଷକ ସଂଘ ଅଭିଯୋଗ କରିଛି । ଏ ନେଇ...

ଯାତ୍ରୀ ହ୍ରାସ ଯୋଗୁ ବାତିଲ ହେଉଛି ଟ୍ରେନ୍‌

ଭୁବନେଶ୍ୱର, ୧୮।୩: ପୂର୍ବତଟ ରେଳପଥ ଯାତ୍ରୀ ପରିବହନ କ୍ଷେତ୍ରରେ ବୃହତ୍‌ ସଂଖ୍ୟାରେ ହ୍ରାସ ଘଟିଛି। ଲୋକମାନେ ବୁକିଂ କରିଥିବା ସେମାନଙ୍କ ଟିକେଟ ବାତିଲ କରି ଦେଉଛନ୍ତି।...

ସଂକ୍ରମଣ ବଢିଲେ ଲାଗୁ ହେବ କଟକଣା

ଭୁବନେଶ୍ୱର, ୭।୩(ବ୍ୟୁରୋ): ଆସନ୍ତା ୨୪ରେ ପୌର ନିର୍ବାଚନ। ଏଥିପାଇଁ ରାଜନୀତି ସରଗରମ ରହିଛି। ତେବେ ନିର୍ବାଚନ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ନିର୍ବାଚନ କମିଶନ ଆଦିତ୍ୟ ପାଢୀ।...

କଳାପଥର ଉତ୍ତୋଳନ:୫ ମାମଲାରେ ପେଞ୍ଚ

ଯାଜପୁର ଅଫିସ,୨୬।୩: ଯାଜପୁର ଜିଲା ରାଜସ୍ବ ବିଭାଗର ଛତ୍ରଛାୟା ତଳେ ଚାଲିଥିବା ବେଆଇନ କଳାପଥର ଲୁଟ୍‌ ଘଟଣା ଦିନକୁଦିନ ଅଣାୟତ୍ତ ହେବାରେ ଲାଗିଛି। ତହସିଲ କୋର୍ଟରୁ...

ଜାନୁୟାରୀ ଶେଷ ସୁଦ୍ଧା ସମ୍ପତ୍ତି ତାଲିକା ନ ଦେଲେ ବନ୍ଦ ହେବ ଦରମା

ଭୁବନେଶ୍ୱର,୧୦।୧: ଜାନୁୟାରୀ ଶେଷ ସୁଦ୍ଧା ସମସ୍ତ ସରକାରୀ କର୍ମଚାରୀ ନିଜ ସମ୍ପତ୍ତି ତାଲିକା ଦେବେ। ଏନେଇ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ...

ଟୁଇଟ୍‌ କରି ଜଣାଇଲେ ମୁଖ୍ୟମନ୍ତ୍ରୀ: ଗଞ୍ଜାମରେ ସ୍ବାବ୍‌ ସଂଗ୍ରହ କରିବ ମୋବାଇଲ ଭ୍ୟାନ୍‌

ଛତ୍ରପୁର, ୧୧।୭(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲାରେ କରୋନା ପଜିଟିଭ ସଂଖ୍ୟା ବଢ଼ି ଚାଲିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ମାଡ଼ି ଆସୁଛି ପାଣି ସଙ୍କଟ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ଭୟଙ୍କର ବିପଦର ଆଭାସ ଦେଲାଣି। ପାଣିମୁନ୍ଦେ ପାଇଁ ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଏକ ବିଷମ ପରିସ୍ଥିତି ସୃଷ୍ଟି ହେବା ନେଇ...

Advertisement
Archives

Model This Week