ଏଏପି ବିଧାୟିକା କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ,୧୭।୬: ଦିଲ୍ଲୀରେ କରୋନା ସଂକ୍ରମଣ ସଙ୍କଟ ଦିନକୁ ଦିନ ଭୟାବହ ହେବାରେ ଲାଗିଛି। ଏଥିରୁ କରୋନା ଯୋଦ୍ଧା କି ନେତା ମନ୍ତ୍ରୀ ମଧ୍ୟ ବର୍ତ୍ତି ପାରୁନାହାନ୍ତି। ଇତିମଧ୍ୟରେ ଆମ ଆଦମୀ ପାର୍ଟି(ଏଏପି)ର ବିଧାୟିକା ଅତିଶି ବୁଧବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀର କାଲକାଜୀ ବିଧାନସଭା ଆସନରୁ ସେ ବିଧାୟିକା ରହିଛନ୍ତି। ସୂଚନାଯୋଗ୍ୟ, ଜୁନ୍‌ ୧୬ରେ ଅତିଶିଙ୍କ ନିକଟରେ ଥଣ୍ଡା, କାଶ ଓ କରୋନା ଲକ୍ଷଣ ଦେଖାଦେଇଥିଲା। ଏହାପରେ ତାଙ୍କର କରୋନା ଯାଞ୍ଚ କରାଯାଇଥିଲା। ତେବେ ଜୁନ ୧୭ରେ ଆସିଥିବା ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଥିଲା। ବର୍ତ୍ତମାନ ଅତିଶିଙ୍କ ନିକଟରେ ସାମାନ୍ୟ ଲକ୍ଷଣ ରହିଥିବାରୁ ସେ ନିଜକୁ ଘରେ କ୍ୱାରାଣ୍ଟାଇନ୍‌ରେ ରଖିଛନ୍ତି। କରୋନା ମୁକାବିଲା ନେଇ ଅତିଶି ସ୍ବାସ୍ଥ୍ୟ ବିଭାଗ ସହ କାମ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିତି ଏହି ଜୁସ୍‌ରୁ ଅଧାକପ୍‌ ରଖେ ହାର୍ଟ ଆଟାକ୍‌ରୁ ଦୂରେଇ…

ସକାଳେ ଅଧାକପ୍‌ ତରଭୁଜ ଜୁସ୍‌ ପିଇଲେ ଅନେକ ଲାଭ ମିଳିଥାଏ। ଏଥିରେ ଓମେଗା ୩ ଏସିଡ୍‌ ପ୍ରଚୁର ପରିମାଣରେ ରହିଥାଏ। ଏହି ଜୁସ୍‌କୁ ନିୟମିତ ପିଇଲେ...

ଦାୟିତ୍ୱ ନେଲେ ନୌସେନା ମୁଖ୍ୟ: ସମୁଦ୍ର ସୀମାକୁ ସୁରକ୍ଷା ଦେବାକୁ କରାଯିବ ଯଥା ସମ୍ଭବ ପ୍ରୟାସ

ନୂଆଦିଲ୍ଲୀ,୩୦ ।୧୧: ନୂଆ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ଭାରତୀୟ ନୌସେନାର ମୁଖ୍ୟ ପଦ ଗ୍ରହଣ କରିଛନ୍ତି । ପୂର୍ବତନ ନୌସେନାଧ୍ୟକ୍ଷ ଆଡମିରାଲ...

ମୋଦି ପୁଣି ଦେଲେ ଝଟ୍‌କା: ଲୋକ ସଭା ବାଚସ୍ପତି ହେବେ ଓମ୍‌ ବିର୍ଲା

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଝଟ୍‌କା ଦେଇଛନ୍ତି। ଲୋକ ସଭା ବାଚସ୍ପତି ପଦ ପାଇଁ ବହୁ ଚର୍ଚ୍ଚା ଲାଗି ରହିଥିଲା। ତେବେ ରାଜସ୍ଥାନ କୋଟା...

ସ୍ପଷ୍ଟ କଲା ଆମେରିକା: ଅରୁଣାଞ୍ଚଳରେ ଗାଁ ନିର୍ମାଣ କରିଛି ଚାଇନା

ନୂଆଦିଲ୍ଲୀ,୪।୧୧: ଅରୁଣାଞ୍ଚଳ ସଂଲଗ୍ନ ଲାଇନ୍‌ ଅଫ୍‌ ଆକଚ୍ୟୁଆଲ କଣ୍ଟ୍ରୋଲ (ଏଲ୍‌ଏସି) ଭିତରେ ଗାଁ ନିର୍ମାଣ କରିଛି ଚାଇନା। ଏହା ଆମେରିକାର ବାର୍ଷିକ ପ୍ରତିରକ୍ଷା ବିଭାଗର ରିପୋର୍ଟରେ...

CORONAVIRUS UPDATE: ରାଜ୍ୟରେ ପୁଣି ୨୧୯୬ ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୨୬୬୩୪୫ରେ ପହଞ୍ଚିଲା

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୨୧୯୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୬୩୪୫ ରେ ପହଞ୍ଚିଛି।...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଶରୀରରେ କରୋନା ଟିକା ହେବ ପରୀକ୍ଷା

ଚଣ୍ଡିଗଡ,୧୮।୧୧: କରୋନା ବିରୋଧରେ ଲଢିବା ପାଇଁ ଟିକା ପ୍ରସ୍ତୁତି ଚାଲିଛି। ଏହି ସମୟରେ ହରିୟାଣା ଗୃହ ଓ ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ ନିଜ ଉପରେ କରୋନା...

ବାବୁ ବି କଲେଣି ରାଜନୀତି

ନୂଆଦିଲ୍ଲୀ,୫ା୪:ଲୋକପ୍ରିୟ ଯୋଜନା ମାଧ୍ୟମରେ ରାଜ୍ୟ ସରକାରଗୁଡ଼ିକ ଲୋକମାନଙ୍କୁ ଦେଉଥିବା ମାଗଣା ସୁବିଧା ଉପରେ କେନ୍ଦ୍ର ସରକାରଙ୍କ କେତେଜଣ ବରିଷ୍ଠ ସଚିବ ପ୍ରଶ୍ନ ଉଠାଇ କହିଛନ୍ତି ଯେ,...

ବଜେଟ୍‌ ଅଧିବେଶନର ଦ୍ୱିତୀୟ ପାଳି ମାର୍ଚ୍ଚ ୧୪ରୁ ଆରମ୍ଭ ସମ୍ଭାବନା…

ନୂଆଦିଲ୍ଲୀ,୮।୩ : ବଜେଟ୍‌ ଅଧିବେଶନର ଦ୍ୱିତୀୟ ପାଳି ମାର୍ଚ୍ଚ ୧୪ରୁ ଆରମ୍ଭ ସମ୍ଭାବନା ରହିଛି। ଏନେଇ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌.ଭେଙ୍କିୟା ନାଇଡୁ ଏବଂ ଲୋକ...

Advertisement
Archives

Model This Week