Posted inଭଦ୍ରକ

ଏଏନ୍‌ଏମ୍‌ ସେଣ୍ଟର ପାଲଟିଛି ଧାନ ଗୋଦାମ

ତିହିଡ଼ି,୧୬।୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବାରୋ ପଞ୍ଚାୟତରେ ଥିବା ଏଏନ୍‌ଏମ୍‌ ସେଣ୍ଟର ଧାନଗୋଦାମ ପାଲଟିଛି। ଏହାକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ ବୁଧବାର ଏ ସମ୍ପର୍କରେ ଜିଲାପାଳଙ୍କ ନିକଟକୁ ଅଭିଯୋଗ ପଠାଇବା ସହ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ତିହିଡ଼ି ମେଡ଼ିକାଲ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି ଜଣାଇଛନ୍ତି। ପଞ୍ଚାୟତରେ ନବନିର୍ମିତ ଏଏନ୍‌ଏମ୍‌ ସେଣ୍ଟର ମହିଳା, ଶିଶୁ ଓ ଗର୍ଭବତୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଉଦ୍ଦିଷ୍ଟ। କେତେଜଣ ବ୍ୟକ୍ତି ଏହାକୁ ଜବରଦଖଲ କରି ଧାନ ଗୋଦାମ କରି ନିଜର ବ୍ୟକ୍ତିଗତ ଫାଇଦା ଉଠାଉଥିବା ଅଭିଯୋଗରେ ଦର୍ଶାଯାଇଛି। ଫଳରେ ଲୋକେ ଏଠାକୁ ଚିକିତ୍ସା ପାଇଁ ଆସି ନିରାଶରେ ଫେରୁଛନ୍ତି। ପଞ୍ଚାୟତର ବିଜୟ କୁମାର ଜେନା, ସତ୍ୟଜିତ ନାୟକ, ପ୍ରଦୀପ କୁମାର ବାରିକ, ଦୀପକ ବାରିକ, ନାରାୟଣ ଚନ୍ଦ୍ର ବିଶ୍ୱାଳ, ଜୟନ୍ତ କୁମାର ଦାସ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ବର୍ଷାରେ ବୁଡ଼ିଲା ବିଦ୍ୟାଳୟ, ଶ୍ରେଣୀ ଗୃହରେ ବିଷଧର ସାପ ପଶିବାରୁ ଆତଙ୍କ: ସାମ୍ନାକୁ ଆସିଲା ‘୫ଟି’ ରୂପାନ୍ତରୀକରଣର…

ଧାମନଗର, ୧୮।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟା ଓ ଜଳବନ୍ଦୀ…

ମଦ ଦୋକାନରୁ ୧୦ ଲକ୍ଷ ଟଙ୍କା ଚୋରି: ଟଙ୍କା ଧରି ଦୌଡୁଥିବା ବେଳେ

ତିହିଡ଼ି,୧୮।୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ବିଦେଶୀ ମଦ ଦୋକାନରୁ ଚୋରି କରିଥିବା ଦୋକାନ କର୍ମଚାରୀଙ୍କୁ ଶୁକ୍ରବାର ତିହିଡ଼ି ପୋଲିସ ଗିରଫ କରିଛି। ଗିରଫ…

ରାସ୍ତା ନ ଥିବାରୁ ଭାଙ୍ଗିଯାଉଛି ବିବାହ ପ୍ରସ୍ତାବ

ଚାନ୍ଦବାଲି,୧୮ା୭ (ରତିକାନ୍ତ ବାରିକ): ଭଲ ରାସ୍ତା ନ ଥିବାରୁ ସାହିର ପୁଅଙ୍କୁ କେହି ଝିଅ ଦେବାକୁ ରାଜି ହେଉନାହାନ୍ତି। ଅନେକ ପୁଅଙ୍କ ପ୍ରସ୍ତାବ ଭାଙ୍ଗିଗଲାଣି। କାଦୁଅ ଗଁାକୁ…

ଲଘୁଚାପ ବର୍ଷାରେ ଜଳମଗ୍ନ ଧାମନଗର ବ୍ଲକ

ଧାମନଗର, ୧୭।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିବା ବେଳେ ଜନଜୀବନ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri