ଏଇ ଭାରତରେ

ମନ୍ଦିର ଭିତରକୁ କୁମ୍ଭୀର ପଶିଯିବା ଏକ ଅଚାନକ ଘଟଣା ହୋଇପାରେ, କିନ୍ତୁ ଗ୍ରାମବାସୀଙ୍କ ପାଇଁ ଥିଲା ଖୁସିର ସୁଯୋଗ। ଯେଉଁଥିପାଇଁ ବନ ବିଭାଗ କର୍ମଚାରୀଙ୍କୁ କୁମ୍ଭୀର ଉଦ୍ଧାର ପାଇଁ ଗ୍ରାମବାସୀ ବାଧା ସୃଷ୍ଟି କରିଥିଲେ। ସେମାନଙ୍କ ଧାରଣା ଥିଲା ମନ୍ଦିରର ଦେବୀଙ୍କ ବାହନ ହେଉଛି କୁମ୍ଭୀର। ଏପରି ଏକ ଘଟଣା ଘଟିଛି ଗୁଜରାଟର ମହିସାଗର ଜିଲାର ଖୋଦିୟାର ମାତା ମନ୍ଦିରରେ। ସ୍ଥାନୀୟ ମହିସାଗର ନଈରୁ ରାତିରେ ପଳାଇ ଆସିଥିବା କୁମ୍ଭୀରଟି ମନ୍ଦିରରେ ଆଶ୍ରୟ ନେବାପରେ ଗ୍ରାମବାସୀ ଏହାକୁ ଶୁଭସୂଚକ ମନେ କରିଥିଲେ। ଗୁଜରାଟରେ ପଟେଲ ସମ୍ପ୍ରଦାୟର ପାରିବାରିକ ଦେବୀ ହେଉଛନ୍ତି ଖୋଦିୟାର ମାତା। ସେ କୁମ୍ଭୀର ଉପରେ ସବାର ହୋଇ ଚଳପ୍ରଚଳ କରନ୍ତି ବୋଲି ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଛି। ମନ୍ଦିର ଭିତରେ କୁମ୍ଭୀର ଉପସ୍ଥିତି ଜାଣିବା ପରେ ବହୁ ସଂଖ୍ୟକ ଲୋକ ସେଠାରେ ସମବେତ ହୋଇ ପ୍ରାର୍ଥନା ଓ ଆଳତି କରିବା ସହିତ ୬ଫୁଟ ବିଶିଷ୍ଟ କୁମ୍ଭୀର ଉପରେ ସିନ୍ଦୂର ସିଞ୍ଚନ କରିଥିଲେ। କୁମ୍ଭୀରଟି ଦେବୀମୂର୍ତ୍ତିଙ୍କ ନିକଟରେ ପଡି ରହିଥିଲା। ବନ ବିଭାଗ କର୍ମଚାରୀମାନେ ଏହାକୁ ଉଦ୍ଧାର ପାଇଁ ଉଦ୍ୟମ କରିବାବେଳେ ଗ୍ରାମବାସୀ ବିରୋଧ କରିଥିଲେ। ଗ୍ରାମବାସୀଙ୍କ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇବାକୁ ବନ କର୍ମଚାରୀମାନେ ଚାହିଁ ନ ଥିଲେ। ଦୁଇଘଣ୍ଟା ବିତିଯିବା ପରେ କୌଣସି ପ୍ରକାରେ କୁମ୍ଭୀରକୁ ସେଠାରୁ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ଧର୍ମଧାରଣା ପାଇଁ ମନ୍ଦିର ଭିତରେ କୁମ୍ଭୀରକୁ ପୂଜା କରିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଓ କନ୍ୟାଙ୍କ କୋହ

ଡ. ବାସନ୍ତୀ ମହାନ୍ତି କନ୍ୟାମାନଙ୍କର ପୈତୃକ ସମ୍ପତ୍ତିରେ ଅଧିକାର ସମ୍ପର୍କରେ ବହୁ ବିତର୍କ ପରେ ଏବେ ୨୦୨୦ ମସିହା ଅଗଷ୍ଟ ମାସରେ ମାନ୍ୟବର ସୁପ୍ରିମ୍‌କୋର୍ଟ ଯେଉଁ...

ଏଇ ଭାରତରେ

ପରିବାରକୁ ନୂଆ ସନ୍ତାନଟିଏ ଆସିବାକୁ ଥିଲେ ଝିଅ କି ପୁଅ ହେବ ତାହାକୁ ନେଇ ଆରମ୍ଭ ହୋଇଯାଏ ଜ୍ୟୋତିଷ ଗଣନା। ଅନେକେ ବି ଗର୍ଭବତୀଙ୍କ ଲକ୍ଷଣକୁ...

ନାଗରିକ ହେବ କିଏ

ପ୍ରଦୀପ୍ତ ନାୟକ ଭାରତବର୍ଷର ନାଗରିକ କିଏ? ଏ ପ୍ରଶ୍ନ ଏବେ ଉଙ୍କି ମାରୁଛି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ। ଆସନ୍ତା ଏପ୍ରିଲ ପହିଲାରୁ ଜାତୀୟ ଜନସଂଖ୍ୟା ପଞ୍ଜିକା...

ଆଦାନୀ ନୁହେଁ ଭାରତ

ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ ବିରୋଧରେ ଶକ୍ତିଶାଳୀ ଅଭିଯୋଗ ଆଣିବା ପରେ ଭାରତୀୟ ପୁଞ୍ଜିବଜାର ଦୋହଲିଯାଇଛି। ବିଶ୍ୱରେ...

କୃତ୍ରିମ ବୁଦ୍ଧିମତ୍ତାର ଯୁଦ୍ଧ

ଭାରତର କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ(ସିଏଜି) ୨୦୧୭ରେ ପ୍ରକାଶ କରିଥିବା ରିପୋର୍ଟରେ ଦର୍ଶାଇଥିଲେ ଯେ, ଯଦି ଭବିଷ୍ୟତରେ ଭାରତର କାହା ସହ ଯୁଦ୍ଧ ହୁଏ ତେବେ...

ଏଇ ଭାରତରେ

ଭାରତୀୟ ସମରକଳାକୁ ବଞ୍ଚାଇ ରଖିବା ଲାଗି କେରଳର ଜଣେ ଅବସରପ୍ରାପ୍ତ ପୋଲିସଙ୍କ ତ୍ୟାଗ ପ୍ରଶଂସନୀୟ। କେ.ଭି. ମହମ୍ମଦ ଗୁରୁକ୍କଲ କେରଳ ପୋଲିସରେ ୩୨ ବର୍ଷ ଚାକିରି...

ଏଇ ଭାରତରେ

କୃଷି ବର୍ଜ୍ୟ ନ ପୋଡ଼ି ତାହାର ସଦୁପଯୋଗ କରିବାର ରାସ୍ତା ଦେଖାଇଛନ୍ତି ପୁଣେର ଡ. ପ୍ରିୟଦର୍ଶୀ କାର୍ଭେ। ଡ. କାର୍ଭେ ପଦାର୍ଥ ବିଜ୍ଞାନରେ ପୁଣେ ବିଶ୍ୱବିଦ୍ୟାଳୟରୁ...

ନୋବେଲ ଶାନ୍ତି ପୁରସ୍କାର, କ୍ଷୁଧା ଓ ଭାରତ

ଭାଲଚନ୍ଦ୍ର ଷଡ଼ଙ୍ଗୀ ବିଗତ ବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ଏଭଳି ଏକ ସଂସ୍ଥାକୁ ଦିଆଗଲା, ଯାହାର ଶାନ୍ତି ସହିତ କୌଣସି ସମ୍ପର୍କ...

Advertisement
Archives

Model This Week