ଏଇ ଭାରତରେ

ଜୀବନ ଜୀବିକା ପଥରେ ସଫଳତାର ସହ ଆଗକୁ ବଢ଼ିବାରେ ଦିବ୍ୟାଙ୍ଗଙ୍କ ଦକ୍ଷତା କେବଳ ଈଶ୍ୱରଙ୍କ କୃପା ବୋଲି କହିବାକୁ ହେବ। ଏମିତି ଜଣେ ଦିବ୍ୟାଙ୍ଗ ହେଉଛନ୍ତି କେରଳର ସୁଧାକର କୁରୁପ। କେରଳର ପଥନାମଥିଟ୍ଟା ଜିଲା ଭାଲିକୋଡୁ ଗାଁରେ ଏକ ଷ୍ଟେସନେରୀ ଦୋକାନ ଦୀର୍ଘ ୪୬ ବର୍ଷ ହେବ ଚଳାଇ ସ୍ବାବଲମ୍ବୀ ହେବାର ପ୍ରେରଣା ପାଲଟିଛନ୍ତି। ସେ ୨୧ ବର୍ଷ ବୟସରେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇଥିଲେ। ଦୃଷ୍ଟିବାଧିତ ସୁଧାକର ଦୋକାନ ଖୋଲିବା, ଗୋଦାମରୁ ଜିନିଷ ଆଣିବା, ଲୋକଙ୍କୁ ଜିନିଷ ଯୋଗାଇଦେବା ଓ ଟଙ୍କା ରଖିତ୍ବା କାର୍ଯ୍ୟ ନିଜେ ହିଁ କରୁଛନ୍ତି। ସୁଧାକରଙ୍କୁ ଏବେ ବୟସ ୬୯। ସେ ୨୨ ବର୍ଷ ବୟସରେ ଏହି ଦୋକାନ ଆରମ୍ଭ କରିଥିଲେ। ସେ ତାଙ୍କ ବନ୍ଧୁଙ୍କ ଅଟୋରେ ଗୋଦାମରୁ ଜିନିଷ ଆଣିଥାନ୍ତିି। ୪୬ ବର୍ଷ ତଳେ ସେ ଯେଉଁ ଥାକରେ ଯେଉଁ ଜିନିଷ ରଖୁଥିଲେ ଆଜି ବି ସେମିତି ରଖୁଛନ୍ତି; ଯାହା ଫଳରେ ସେଗୁଡ଼ିକୁ ପାଇବାରେ ତାଙ୍କୁ ଅସୁବିଧା ହେଉନାହିଁ। କେବଳ ୨୦୧୬ର ବିମୁଦ୍ରୀକରଣ ସମୟରେ କିଛିଦିନ ସମସ୍ୟାରେ ପଡିଥିଲେ ବୋଲି କହନ୍ତି ସୁଧାକର। ପରେ ସେ ନୂଆ ନୋଟ୍‌ର ଲମ୍ବ-ପ୍ରସ୍ଥ ଜାଣିବା ପରେ ଆଉ ସମସ୍ୟା ରହି ନ ଥିଲା। ତାଙ୍କୁ ଗ୍ରାମବାସୀ ‘କୋଚିଟାନ’ ବା ସାନଭାଇ ବୋଲି ସମ୍ବୋଧନ କରନ୍ତି। ଦୋକାନରେ ବିଭିନ୍ନ ଥାକରୁ ଜିନିଷ ଆଣି ଦେବାରେ ବିଳମ୍ବ ହେଲେ ବି ଗ୍ରାମବାସୀ ଧୈର୍ଯ୍ୟର ସହ ଅପେକ୍ଷା କରିଥାନ୍ତି। ଦୋକାନରେ ଥିତ୍ବା ୮୦ଟି ଥାକରୁ ଜିନିଷ ଆଣିବାରେ ତାଙ୍କୁ କୌଣସି ସମସ୍ୟା ହୁଏନାହିଁ। ଦିନ ରାତି ଯେତେବେଳେ ଯାହା ଚାହିଁଲେ ବି ତାଙ୍କ ଦୋକାନରୁ ଜିନିଷ ମିଳିଥାଏ, କାରଣ ସେ ଦୋକାନରେ ହିଁ ଶୋଇଥାନ୍ତି। ଦୋକାନରୁ ଯାହା ଲାଭ ହୁଏ ସେଥିରେ କିଛି ନୂଆ ଜିନିଷ କିଣନ୍ତି ଓ ଆଉ ସବୁ ପରିବାର ପିଛା ଖର୍ଚ୍ଚ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ ବିୟୋଗର କାହାଣୀ

ସାମାଜିକ ସଂରଚନାରେ ମଧ୍ୟବିତ୍ତ ଶ୍ରେଣୀ ଏପରି ଏକ ଅଦୃଶ୍ୟ ସେତୁ, ଯିଏ ଗରିବର ଅଭାବ ଏବଂ ଧନୀର ବୈଭବ ମଝିରେ ନିଜକୁ ସନ୍ତୁଳିତ ରଖିବାକୁ ଆପ୍ରାଣ ଚେଷ୍ଟା…

କେବଳ ରାଜନୈତିକ ବିଜୟ ନୁହେଁ, ବିକାଶର ଉଦ୍‌ଘୋଷ

ସଦ୍ୟ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ସୋମବାର ପ୍ରକାଶିତ ହୋଇଥିବା ଏହାର ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ…

ନେତା ମତଦାତା

ପୂର୍ବରୁ ଥିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଓ ମୁହଁ ଜଣା ନ ପଡ଼ିଲେ ବିଧାନସଭା ନିର୍ବାଚନ ଲଢ଼ିବା କଷ୍ଟକର। ଏଥିସହିିତ ସବୁବେଳେ କୁହାଯାଉଥିଲା ‘ବିକଳ୍ପ କିଏ’। ଇଂଲିଶ୍‌ରେ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri