ରାଜନୀତିରେ ହିଂସା

ପ୍ରକାଶ ତ୍ରିପାଠୀ

ପଶ୍ଚିମ ବଙ୍ଗ ପୁଣି ଚର୍ଚ୍ଚାରେ। ଏ ଚର୍ଚ୍ଚା ନୋବେଲ ବିଜେତା ରବୀନ୍ଦ୍ରନାଥ ଟାଗୋର, ସ୍ବାମୀ ବିବେକାନନ୍ଦ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଅରବିନ୍ଦ ଘୋଷ, ବଙ୍କିମ ଚନ୍ଦ୍ର ଚାଟ୍ଟାର୍ଜୀ ବା ସତ୍ୟଜିତ ରାୟଙ୍କ ଭଳି ମହାପୁରୁଷଙ୍କ ପାଇଁ ନୁହେଁ, ଏ ଚର୍ଚ୍ଚା କ୍ଷମତା ଲଢ଼େଇଜନିତ ରାଜନୈତିକ ହିଂସା ପାଇଁ। ଯେଉଁ ରାଜ୍ୟ ଦିନେ ଉପର ବର୍ଣ୍ଣିତ ମହାନ୍‌ ଆତ୍ମାଙ୍କ ସାହିତ୍ୟ, ସଙ୍ଗୀତ, କଳା, ଆଧ୍ୟାତ୍ମିକ ଓ ସଂସ୍କୃତି କ୍ଷେତ୍ରରେ ଅବିସ୍ମରଣୀୟ ଅବଦାନ ପାଇଁ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିଲା, ସେହି ରାଜ୍ୟରେ ଆଜି କ୍ଷମତା ଆହରଣ ପାଇଁ ରାଜନୈତିକ ଦଳଗୁଡିକର ହିଂସାତ୍ମକ କାର୍ଯ୍ୟକ୍ରମ ରାଜ୍ୟର ନାମକୁ ଭୂପତିତ କରିବାରେ ଲାଗିଛି।
୩୪ବର୍ଷର ଦୀର୍ଘ କମ୍ୟୁନିଷ୍ଟ ଶାସନକୁ ହଟାଇ ୨୦୧୧ ବିଧାନସଭା ନିର୍ବାଚନରେ ତୃଣାମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ପଶ୍ଚିମ ବଙ୍ଗର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେଲେ। ୨୦୧୬ ବିଧାନସଭା ନିର୍ବାଚନରେ ସମୁଦାୟ ୨୯୪ ଆସନରୁ ୨୧୧ ଆସନ ଜିତି ସେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେଲେ। ଦୁଇ ମୁଖ୍ୟ ବିପକ୍ଷ ଦଳ କମ୍ୟୁନିଷ୍ଟ ଓ କଂଗ୍ରେସ ଦଳ ରାଜ୍ୟରେ କ୍ରମଶଃ ଦୁର୍ବଳ ହେବାରେ ଲାଗିଥିଲା ବେଳେ ବିକଳ୍ପ ଭାବେ ପ୍ରତୀୟମାନ ହୋଇଥିଲା ଭାରତୀୟ ଜନତା ପାର୍ଟି (ଭାଜପା)। ଜାତୀୟ ସ୍ତରରେ ନିଜର ସ୍ଥିତିକୁ ମଜଭୁତ କରିଥିବା ଭାଜପା ୨୦୧୬ରେ ଏକ ଅଙ୍କରେ ସୀମିତ ରହି ରାଜ୍ୟରେ ତା’ର ମୂଳଦୁଆ ପକାଇବାରେ ସମର୍ଥ ହୋଇଥିଲା। ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟରେ ୪୦ ପ୍ରତିଶତ ଭୋଟ ହାସଲ କରିବା ଓ ଚଳିତବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନରେ କ୍ଷମତା ହାସଲ କରିବା ପାଇଁ ଭାଜପାର ଯୋଜନା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିଦ ହଜାଇଦେଇଛି। ରାଜ୍ୟରେ ଗତ କିଛିଦିନର ଘଟଣାବଳୀକୁ ତର୍ଜମା କଲେ ବୁଝାପଡ଼େ ଯେ ସତେ ଯେମିତି ରାଜ୍ୟରେ ରାଜନୈତିକ ପରିସ୍ଥିତି ଏକ ଅପ୍ରୀତିକର ଦିଗକୁ ଗତି କରୁଛି। ରାଜନୈତିକ ସ୍ଥିତି ସୁଦୃଢ ପାଇଁ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଉପେକ୍ଷା କରି ହିଂସାତ୍ମକ କାର୍ଯ୍ୟକୁ ପ୍ରୋତ୍ସାହନ ଦିଅଯାଉଛି। ରାଜ୍ୟର ରାଜନୈତିକ ହିଂସା ଅତି ସାଧାରଣ ହୋଇଗଲାଣି ଓ ବିଭିନ୍ନ ସମୟରେ ଏହା ମୃତାହାତର ରୂପ ନେଉଛି। ପ୍ରାକ୍‌ ସ୍ବାଧୀନତା ସମୟରେ ବନ୍ଦେ ମାତରମ ନାରା ସୃଷ୍ଟିକରି ସ୍ବାଧୀନତା ଆନ୍ଦୋଳନର ପୁରୋଧା ସାଜିଥିବା ପଶ୍ଚିମ ବଙ୍ଗରେ ଆଜି କ୍ଷମତା ପାଇଁ କୁତ୍ସିତ ଚିନ୍ତାଧାରାକୁ ଆପଣା ଯାଉଛି। ବିଶ୍ବ ଗୁରୁ ରବୀନ୍ଦ୍ରନାଥଙ୍କ ଜନଗଣମନ ହେଉ ବା ବିବେକାନନ୍ଦଙ୍କ ବିଶ୍ବ ଧର୍ମ ସଭାରେ ଉଦ୍‌ବୋଧନ ହେଉ, ଏହା କେବେ ବି ବଙ୍ଗଳାକୁ ନୁହେଁ, ସମଗ୍ର ଭାରତ ବର୍ଷକୁ ପ୍ରତିନିଧିତ୍ୱ କରିଥିଲା। ମାତ୍ର ଏବେ ଅଣ ବଙ୍ଗାଳୀ ଭାଷାଭାଷୀଙ୍କୁ ବାହାର ଲୋକ କହି ସେହି ମହାନ୍‌ ଚିନ୍ତାଧାରାକୁ ସଙ୍କୁଚିତ କରାଯାଉଛି, ଯାହା କେବଳ ନିଜ ହୀନ ରାଜନୈତିକ ଚିନ୍ତାଧାରାର ପରିପୂର୍ଣ୍ଣତା ପାଇଁ।
୨୦୨୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଯେତେ ନିକଟତର ହେଉଛି, ରାଜ୍ୟରେ ରାଜନୈତିକ ବାତାବରଣ ସେତେ ଉଷ୍ମ ହେବାରେ ଲାଗିଛି। ସବୁ ରାଜନୈତିକ ଦଳ ନିଜର ସ୍ଥିତି ସୁଦୃଢ ପାଇଁ କସରତ ଆରମ୍ଭ କରିଦେଲେଣି। ତା’ ସହ ରାଜନୈତିକ ହିଂସା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ପଟେ ତୃଣମୂଳ କଂଗ୍ରେସ ନିଜର ଗଡ ବଞ୍ଚାଇବାକୁ ପ୍ରାଣପଣେ ଉଦ୍ୟମ ଜାରି ରଖିଥିବା ବେଳେ ଭାରତୀୟ ଜନତା ପାର୍ଟି ନିଜର ବିସ୍ତାରବାଦୀ ନୀତି ଆଧାରରେ ପଶ୍ଚିମବଙ୍ଗରେ ସରକାର ଗଢିବାକୁ ରାତିଦିନ ଏକ କରିଦେଇଛି। ୧୯୦୫ ରେ ଲର୍ଡ କର୍ଜନଙ୍କ ସମୟରେ ବଙ୍ଗ ବିଭାଜନ ସମୟରୁ ବେଙ୍ଗଲରେ ଜନ୍ମ ନେଇଥିବା ହିଂସା କାଣ୍ଡ ଏବେ ବି ଭିନ୍ନ ରୂପରେ ବିଦ୍ୟମାନ। ଏକଦା ହିଂସା ଇଂରେଜ ବିରୁଦ୍ଧରେ ହେଉଥିଲା ଓ ଏବେ ତାହା କ୍ଷମତା ଆହରଣ ପାଇଁ। କୌଣସି ଗୋଟିଏ ରାଜନୈତିକ ଦଳ ନୁହେଁ, ସଭି ଦଳ ବିରୋଧରେ ଏ ଅଭିଯୋଗ ଅଳ୍ପ ବହୁତ ଉଠେ। ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ ୨୦୧୮ରେ ପଶ୍ଚିମବଙ୍ଗରେ ସର୍ବାଧିକ ରାଜନୈତିକ ହିଂସା ସଂଗଠିତ ହୋଇଥିଲା। ୧୯୯୯ରୁ ୨୦୧୬ ମଧ୍ୟରେ ୨୦ଟି ରାଜନୈତିକ ହତ୍ୟା ସଂଗଠିତ ହୋଇଥିବା କୁହାଯାଏ। ସେ ପଞ୍ଚାୟତ ନିର୍ବାଚନ ହେଉ ବା ଲୋକ ସଭା ନିର୍ବାଚନ ହେଉ, ବିନା ରାଜନୈତିକ ହିଂସାକାଣ୍ଡରେ ସତେଯେପରି ନିର୍ବାଚନ ଅସମ୍ଭବ। ଗୋଟିଏ ପଟେ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ବିରୋଧରେ ହିଂସା ରାଜନୀତି ଅଭିଯୋଗ ଉଠୁଥିବା ବେଳେ ଅନ୍ୟପଟେ ଜଣକ ପରେ ଜଣେ ରାଜନେତା ତୃଣମୂଳ କଂଗ୍ରେସ ଛାଡି ଭାଜପାର ଶରଣାପନ୍ନ ହେବା ମମତା ବାନାର୍ଜୀଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି।
ପଶ୍ଚିମବଙ୍ଗର ମହାନ୍‌ ସାଂସ୍କୃତିକ ପରମ୍ପରା ବିଶ୍ବବିଦିତ। ଯେଉଁ ବଙ୍ଗଳା ଦିନେ ନିଜର ପ୍ରତିଭା, କଳା, ସିନେମା, ସାହିତ୍ୟକୁ ନେଇ ବିଶ୍ବ ବିଖ୍ୟାତ ଥିଲା, ତାହା ଆଜି ବହୁଲୁଣ୍ଠିତ ଓ ବଦନାମିତ। ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଆଜିକାଲି ଖବରକାଗଜର ମୁଖ୍ୟ ଖବର। ବିଶ୍ବାସ କରିହୁଏ ନାହିଁ ଯେ ଯେଉଁ ରାଜ୍ୟରେ ମହାପ୍ରଭୁ ଚୈତନ୍ୟ, ମହାଯୋଗୀ ରାମକୃଷ୍ଣ ପରମହଂସ ଓ ସ୍ବାମୀ ବିବେକାନନ୍ଦ ଆଦି ମହାପୁରୁଷଙ୍କ ଅହିଂସା ବାଣୀ ସମଗ୍ର ବିଶ୍ବକୁ ମନ୍ତ୍ରମୁଗ୍ଧ କରୁଥିଲା, ସେହି ରାଜ୍ୟରେ ହିଂସାକାଣ୍ଡକୁ କିପରି ପ୍ରଶ୍ରୟ ଦିଆଯାଇ ପାରୁଛି। ପଶ୍ଚିମବଙ୍ଗରେ ଯେଉଁ ଦଳ କ୍ଷମତାରେ ରହିଛି, ସେହି ଦଳ ହିଂସାକାଣ୍ଡ ସୃଷ୍ଟିକରିବା ଅଭିଯୋଗରେ ବଦ୍‌ନାମ ହୋଇଛି। ସେ ଅତୀତର କମ୍ୟୁନିଷ୍ଟ ଶାସନ ହେଉ ବା ବର୍ତ୍ତମାନର ତୃଣମୂଳ କଂଗ୍ରେସ ହେଉ। ନିର୍ବାଚନ ପାଖେଇ ଆସିଲେ ରାଜ୍ୟର ସାମାଜିକ ଓ ରାଜନୈତିକ ସ୍ଥିତି କ’ଣ ହେବ ତାହା ବର୍ତ୍ତମାନର ସ୍ଥିତି ଦେଖିଲେ ସହଜରେ ଅନୁମାନ କରିହୁଏ। ମାତ୍ର ଏହା ସ୍ବୀକାର କରିବାକୁ ହେବ ଯେ, ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବା ସଫଳ ଗଣତନ୍ତ୍ର ପାଇଁ ରାଜନୈତିକ ହିଂସା ଆଦୌ ଗ୍ରହଣୀୟ ନୁହେଁ। ଏକ ସଭ୍ୟ ସମାଜ ଓ ଗଣତାନ୍ତ୍ରିକ ସମାଜ ପାଇଁ ହିଂସାର ସ୍ଥାନ ନାହିଁ। କ୍ଷମତାକୁ ଆସିବାକୁ ଚାହୁଁଥିବା ବା କ୍ଷମତାରେ ଥିବା ରାଜନେତାମାନେ ଏହା ସ୍ମରଣ ରଖିବା ଉଚିତ। ନଚେତ୍‌ ଦେଶର ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡିଯାଇପାରେ।
ରାଜନୈତିକ ଅସହିଷ୍ଣୁତା ଯେ କୌଣସି ପ୍ରଗତିଶୀଳ ସମାଜ ପାଇଁ ବିଷ ସଦୃଶ। ବିଶେଷ କରି ଏହା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଅରାଜକତା ଓ ହିଂସା ବୃଦ୍ଧିରେ ସହାୟକ ହୋଇଥାଏ ।
ଆଜି ପଶ୍ଚିମବଙ୍ଗରେ ଯେଉଁ ରାଜନୈତିକ ହିଂସା ଅବ୍ୟାହତ ରହିଛି ତା’ର ମୂଳରେ ରହିଛି ଏହି ଅସହିଷ୍ଣୁତା। କେବଳ ପଶ୍ଚିମବଙ୍ଗ ନୁହେଁ, ସମଗ୍ର ଭାରତରେ ଅଳ୍ପ ବହୁତ ଏହା ଅନୁଭୂତ ହେଉଛି। ପଶ୍ଚିମବଙ୍ଗରେ ଅଧିକ ମାତ୍ରାରେ ହେଉଥିବାରୁ ସାଧାରଣରେ ଏହାକୁ ନେଇ ଅଧିକ ଚର୍ଚ୍ଚା ହେଉଛି। କଳେ ବଳେ କ୍ଷମତାରେ ରହିବା ପାଇଁ ସବୁ ଦଳର ଉଦ୍ୟମ ହିଁ ସୃଷ୍ଟିକରେ ଅସହିଷ୍ଣୁତା ଓ ଏଥିରୁ ଜନ୍ମ ନିଏ ରାଜନୈତିକ ହିଂସା। ଯେତେବେଳେ କ୍ଷମତାରେ ଥିବା ଦଳ ହିଂସାରେ ସାମିଲ ହୁଏ ତାହା ସାଧାରଣତଃ ଉଗ୍ର ରୂପ ଧାରଣ କରିଥାଏ। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସର୍ବଶକ୍ତିମାନ ହେଉଛନ୍ତି ଭୋଟର। କିଛିଦିନ ପାଇଁ ସେମାନଙ୍କୁ ଅନ୍ଧାରରେ ରଖିହୁଏ, ମାତ୍ର ସବୁଦିନ ପାଇଁ ନୁହେଁ। ଭାରତୀୟ ଭୋଟରମାନେ ପରିପକ୍ୱ ହେଲେଣି ଓ ବିଗତ କେତୋଟି ନିର୍ବାଚନରେ ଏହାର ପ୍ରମାଣ ମିଳିସାରିଛି। କଶ୍ମୀରରେ ନିକଟରେ ଶେଷ ହୋଇଥିବା ଜିଲା ବିକାଶ ପରିଷଦର ସଫଳ ନିର୍ବାଚନ ଏହାର ସଦ୍ୟତମ ଉଦାହରଣ। ସର୍ବାଧିକ ଆତଙ୍କବାଦପ୍ରବଣ ବୁଲଗ୍ରାମରେ ୭୦ ପ୍ରତିଶତ ମତଦାନ ପ୍ରମାଣ ଦେଇଛି ମତଦାତାଙ୍କ ନିର୍ଭୀକ ଓ ସାହସିକ ପଦକ୍ଷେପ। କଶ୍ମୀରରୁ ୩୭୦ ଧାରା ଉଠିବା ପରେ ଏହା ଥିଲା ପ୍ରଥମ ନିର୍ବାଚନ; ଯାହାକୁ କି ବିପୁଳ ଜନସମର୍ଥନ ମିଳିଛି। ହିଂସା ଓ ଆତଙ୍କବାଦ ନୁହେଁ, ଶାନ୍ତି, ଅହିଂସା ଓ ଗଣତନ୍ତ୍ର ବିଶ୍ବାସ ରଖୁଥିବା ସାଧାରଣ ଭୋଟର ନିଜ ଭୋଟ ଦାନରେ ତାହା ପ୍ରମାଣ ଦେଇଛନ୍ତି। ଏହାକୁ ଗଣତନ୍ତ୍ରର ପ୍ରକୃତ ବିଜୟ ବୋଲି କୁହାଯାଇ ପାରେ । କ୍ଷମତାରେ ରହିବା ପାଇଁ ରାଜନୈତିକ ଦଳର ଭିତିରି ଉଦ୍ଦେଶ୍ୟ ଆଉ ଅବୁଝା ନାହିଁ ଭୋଟରମାନଙ୍କ ପାଇଁ। କେବଳ ରାଜନେତାମାନେ ଏହା ବୁଝିବା ଉଚିତ।
prakas.tripathy୦୯@gmail.com


Enter your email to get our daily news in your inbox.

All Right Reserved By Dharitri.Com
Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri