ଏଇ ଭାରତରେ

ପିଆଜ ଦର ଏବେ ଆକାଶଛୁଆଁ। ବିଶ୍ୱରେ ଭାରତ ଦ୍ୱିତୀୟ ବୃହତ୍ତମ ପିଆଜ ଉପତ୍ାଦନକାରୀ ଦେଶ ହୋଇ ଏଭଳି ପରିସ୍ଥିତିର ସାମ୍‌ନା କରିବା ଅତ୍ୟନ୍ତ ଦୁଃଖଦାୟକ। ପ୍ରାକୃିତକ ବିପର୍ଯ୍ୟୟ ତଥା ଉନ୍ନତ ଭଣ୍ଡାରଣ ବ୍ୟବସ୍ଥା ନ ଥିବା ଯୋଗୁ ପିଆଜ ନଷ୍ଟ ହେଉଛି ଓ ଦରବୃଦ୍ଧି ଘଟୁଛି। ଚାଷୀମାନେ ଭଣ୍ଡାରଘରେ ଯେତିକି ପିଆଜ ରଖନ୍ତି ସେଥିରୁ ୪୫ରୁ ୫୦ ପ୍ରତିଶତ ନଷ୍ଟ ହୋଇଯାଏ। ତେବେ ଭଣ୍ଡାରଘରେ ପିଆଜ ନଷ୍ଟ ରୋକିବା ଲାଗି ଅଣ୍ଟାଭିଡିଛନ୍ତି ମହାରାଷ୍ଟ୍ରର ୨୩ ବର୍ଷୀୟା କଲ୍ୟାଣୀ ସିନ୍ଦେ। ଏସିଆର ବୃହତ୍‌ ପିଆଜ ମାର୍କେଟ କୁହାଯାଉଥିବା ନାସିକ ଜିଲା ଲସାଲଗାଓଁରେ ତାଙ୍କ ଜନ୍ମ। କୃଷକ ପରିବାରରେ ଜନ୍ମିତ କଲ୍ୟାଣୀ ଭଣ୍ଡାରଘରେ ଉନ୍ନତ ଜ୍ଞାନକୌଶଳ ଉପଯୋଗ କରି ପିଆଜ ନଷ୍ଟ ରୋକିବାରେ ସଫଳ ହୋଇଛନ୍ତି। ପାରମ୍ପରିକ ଭଣ୍ଡାରଘରକୁ ସ୍ମାର୍ଟ ଭଣ୍ଡାରଘରରେ ପରିଣତ କରୁଛନ୍ତି। ସେଥିରେ ସେ ସେନ୍‌ସର ଲଗାଉଛନ୍ତି, ଯାହା ତା’ଭିତରର ପରିବେଶକୁ ସୂକ୍ଷ୍ମସ୍ତରରେ ଟ୍ରାକ୍‌ କରି କୃଷକମାନଙ୍କୁ ପିଆଜ ନଷ୍ଟ ହେବା ପୂର୍ବରୁୁ ଜଣାଇଦେଉଛି। ସେନ୍‌ସର ବିଦ୍ୟୁତଶକ୍ତିରେ ଚାଲୁଛି। ଏହାକୁ ପିଆଜ ମଧ୍ୟରେ ରଖାଯାଉଛି, ଯାହା ଠିକ୍‌ ସମୟରେ ହ୍ୟୁମିଡିଟି ସମ୍ପର୍କରେ ତଥ୍ୟ ଯୋଗାଇ ଦେଉଛି। ନଷ୍ଟ ହେବା ଆରମ୍ଭ ହେବା ମାତ୍ରେ ତାହା କୃଷକଙ୍କୁ ଏ ସମ୍ପର୍କରେ ଅବଗତ କରିପାରୁଛି। ସେ କମ୍ପ୍ୟୁଟର ସାଇନରେ ଡିଗ୍ରୀ କରୁଥିବାବେଳେ ଭଣ୍ଡାରଘରେ କିଭଳି ପିଆଜ ନଷ୍ଟ ନ ହେବ ତା’ଉପରେ ଗବେଷଣା କରି ସଫଳ ହୋଇଥିଲେ। ଏବେ ଭଣ୍ଡାରଘରେ ଉପଯୋଗ ଟେକ୍‌ନୋଲୋଜିରେ ନଷ୍ଟ ହେଉଥିବା ପିଆଜ ପରିମାଣ ୨୦ରୁ ୨୫% କମ୍‌ ହେବ ବୋଲି କହନ୍ତି କଲ୍ୟାଣୀ।


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri