ଏଇ ଭାରତରେ

ଯେତେ ପ୍ରତିକୂଳ ପରିସ୍ଥିତି ଆସିଲେ ବି କିଛି ଲୋକ ହାର୍‌ ମାନନ୍ତି ନାହିଁ। ଏମିତି ଏକ ଉଦାହରଣ ହେଉଛନ୍ତି ବିହାର ପାଟନାର ରଗ୍‌ବି ଷ୍ଟାର ରାହୁଲ କୁମାର। ବିହାର ପାଇଁ ଅନେକ ଗୌରବ ଆଣିଥିବା ରଗ୍‌ବି ଷ୍ଟାର୍‌ ରାହୁଲ ଲକ୍‌ଡାଉନ୍‌ ପାଇଁ ନିଜର ରୋଜଗାର ହରାଇଥିଲେ। ରଗ୍‌ବି ଷ୍ଟାର ହେବା ସତ୍ତ୍ୱେ ତାଙ୍କୁ ଅନ୍ୟ କୌଣସି ସଂସ୍ଥା କିମ୍ବା ସରକାରଙ୍କ ଠାରୁ ମଧ୍ୟ ସାହାଯ୍ୟ ମିଳି ନ ଥିଲା। ପରିବାରର ଦଶପ୍ରାଣୀ କୁଟୁମ୍ବ ତାଙ୍କ ଉପରେ ନିର୍ଭରଶୀଳ ଥିବାରୁ ଏବେ ଭୋକ ଉପାସରେ ଦିନ କାଟୁଛନ୍ତି। କିନ୍ତୁ ଏହି ସମୟରେ ବି ନିଜ ଧୈର୍ଯ୍ୟ ହରାଇ ନାହାନ୍ତି ରାହୁଲ। ଲକ୍‌ଡାଉନ୍‌ରେ ସେ ଗରିବ ପିଲାମାନଙ୍କୁ ମାଗଣାରେ ରଗ୍‌ବି ପ୍ରଶିକ୍ଷଣ ଦେଉଛନ୍ତି। ମାତ୍ର ୧୦ ବର୍ଷ ବୟସରୁ ରାହୁଲ ରଗ୍‌ବି ଖେଳି ଅନେକ କୃତିତ୍ୱ ଅର୍ଜନ କରିଛନ୍ତି। ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ଖେଳରେ ଭାଗ ନେଇ ସେ ରାଜ୍ୟ ପାଇଁ ଅନେକ ଥର ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି। ପେଟପାଟଣା ପାଇଁ ଏବେ ସେ ଋଣ କରି ଗାଁରେ ପରିବାର ସହ ମିଶି ଚାଷ କରୁଛନ୍ତି। କିନ୍ତୁ ରଗ୍‌ବି ନିଶାକୁ ଛାଡ଼ିପାରିନାହାନ୍ତି। ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ଏକ ରଗ୍‌ବି ସ୍କୁଲ ଖୋଲିବା ପାଇଁ ମଧ୍ୟ ବାରମ୍ବାର ଆବେଦନ କରୁଛନ୍ତି। ମୁଜାଫରପୁର ଓ ପାଟନାରେ ରଗ୍‌ବି ସ୍କୁଲ ଖୋଲିଗଲେ ଅନେକ ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପାଦକୀୟ/ କିଏ ବଞ୍ଚାଇବ

ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି କିଭଳି ବିପର୍ଯ୍ୟସ୍ତ ହେବାରେ ଲାଗିଛି, ତାହା ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ଅପରାଧରୁ ଦେଖିବାକୁ ମିଳୁଛି। ନିକଟରେ କଳାହାଣ୍ଡି...

ନୀରବ ଯନ୍ତ୍ରଣା

ଆକାର ପଟେଲ   ମନମୋହନ ସିଂ ସରକାର କିଭଳି ଦୁର୍ବଳ ଥିଲା ତାହା ଜଣାଇବା ଲାଗି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଚାଲୁ ରହିବ ବୋଲି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ...

ବିପର୍ଯ୍ୟୟର ବିଭୀଷିକା: ବଜ୍ରପାତ

ଉମାଶଙ୍କର ଦାସ ଜଳବାୟୁ ପରିବତ୍ତର୍ର୍ନ ପାଣିପାଗ ସମ୍ପର୍କିତ ବିପର୍ଯ୍ୟୟର ମୁଖ୍ୟ ଉତ୍ସ ବୋଲି ୨୦୦୬ରେ ସାଇନ୍ସ ପତ୍ରିକାରେ ପ୍ରକାଶ ପାଇଥିଲା। ବରିଷ୍ଠ ବୈଜ୍ଞାନିକ ତଥା ପାଣିପାଗବିତ୍‌...

ପରିସଂଖ୍ୟାନର ଉଭୟ ଦିଶା

ବିଭୁପ୍ରସାଦ ମହାପାତ୍ର କିଛି କୃତବିଦ୍ୟ ସାହିତି୍ୟକ ସେମାନଙ୍କ ପେନ୍‌ ନେମ୍‌ରେ ପାଠକଙ୍କ ଗହଣରେ ଜଣାଶୁଣା ଅଥଚ ପ୍ରକୃତ ନାମ ବହୁତ କମ୍‌ ଲୋକ ଜାଣିଥାନ୍ତି। ଆମ...

ଏଇ ଭାରତରେ

କୌଣସି ଅପରାଧ କରି ପୋଲିସ ହାତରେ ଧରାପଡ଼ିଲେ ଜେଲଦଣ୍ଡ ଭୋଗିବାକୁ ପଡିଥାଏ। ଏଥିପାଇଁ ସବୁ ବୟସ ବର୍ଗର ବ୍ୟକ୍ତିଙ୍କୁ ଦଣ୍ଡ ମିଳିବାର ଆଇନ ରହିଛି। କିନ୍ତୁ...

ଏଇ ଭାରତରେ

ଭାରତରେ ରହିଛି ଏପରି ଏକ ଗାଁ ଯେଉଁଠି ଦେଶର ଆଇନ ବ୍ୟବସ୍ଥା ଚଳି ନ ଥାଏ। ହିମାଚଳପ୍ରଦେଶର କୁଲ୍ଲୁ ନିକଟରେ ଥିବା ଏହି ଗାଁର ନାମ...

ଠକାମି ପ୍ରତିଯୋଗିତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ‘ସ୍ବଚ୍ଛ ଭାରତ ଅଭିଯାନ’ ଆରମ୍ଭ କଲେ। ଗ୍ରାମଗୁଡ଼ିକୁ ବାହ୍ୟ ମଳମୁକ୍ତ କରିବାକୁ ଆହ୍ବାନ ଦେଲେ। ବେଶ୍‌ କିଛି ଲୋକ ଏଥିରେ...

ବିଡ଼ମ୍ବିତ ଶୈଶବ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ଗତ ବାଲ୍ୟକାଳର ସ୍ମୃତି ରୋମନ୍ଥନ କରି କେହି ଜଣେ ଦରଦୀ କବି ପରମ ଆବେଗରେ ପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ-”ମୋ ସକଳ...

Advertisement
Archives

Model This Week