ଏଇ ଭାରତରେ

ଅକ୍ଷୟ କୋଠାଓ୍ବାଲେ ପେସାରେ ଅଟୋ ଚାଳକ। ହେଲେ ଲକ୍‌ଡାଉନରେ ଦୈନିକ ୩୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଖାଇବାକୁ ଦେଉଛନ୍ତି। ୩୦ ବର୍ଷୀୟ ଅକ୍ଷୟ ତାଙ୍କ ବାହାଘର ଲାଗି ସଞ୍ଚିତ ଅର୍ଥକୁ ଏଥିରେ ବ୍ୟୟ କରୁଛନ୍ତି। ସେ ଅଟୋରେ ବରିଷ୍ଠ ନାଗରିକ ଓ ଗର୍ଭବତୀମାନଙ୍କୁ ଡାକ୍ତରଙ୍କ ପାଖକୁ ମାଗଣାରେ ନେଉଛନ୍ତି। ଅକ୍ଷୟ ରୁହନ୍ତି ପୁଣେରେ। ମେ’ ୨୫ରେ ଅକ୍ଷୟଙ୍କ ସହ ରୂପାଲିଙ୍କ ବାହାଘର ସ୍ଥିର ହୋଇଥିଲା। ପୁଣେରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଉଭୟେ ବାହାଘର ବନ୍ଦ ରଖିବାକୁ ନିଷ୍ପତ୍ତିି ନେଇଥିଲେ। ପରେ ଅକ୍ଷୟ ବାହାଘର ବାବଦକୁ ସଞ୍ଚୟ କରିଥିବା ପାଖାପାଖି ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ସହରର ବେସାହାରା ତଥା ପ୍ରବାସୀ ଶ୍ରମିକଙ୍କୁ ଦୈନିକ ଖାଇବାକୁ ଦେଉଛନ୍ତି। ଏଥିରେ ରୂପାଲି ଅକ୍ଷୟଙ୍କୁ ଉତ୍ସାହିତ କରିବା ସହ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଅନ୍ୟମାନେ ବି ଅକ୍ଷୟଙ୍କୁ ଆର୍ଥିକ ସହଯୋଗ କରୁଛନ୍ତି। ଅକ୍ଷୟଙ୍କର ତିନି ଜଣ ସାଙ୍ଗ ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି। ସେମାନେ ସକାଳୁ ଉଠି ଖେଚୁଡ଼ି, ପଲାଉ ଓ ସମ୍ବର ରାଇସ୍‌ ପ୍ରସ୍ତୁତ କରି ତାହାକୁ ଅଟୋରେ ନେଇ ଲୋକମାନଙ୍କୁ ଦେଉଛନ୍ତି। ୪ରୁ ୫ଟି ସ୍ଥାନରେ ସେମାନେ ଖାଦ୍ୟ ପହଞ୍ଚାଉଛନ୍ତି। ମେ’ ୩୧ ଯାଏ ଏହାକୁ ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଅକ୍ଷୟ। ଅଟୋରେ ବି ସେ ମାଇକ ଲଗାଇଛନ୍ତି। ଅଟୋରେ ଗଲାବେଳେ ସେ ଏଥିରେ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରୁଛନ୍ତି। ରାସ୍ତାକଡ଼ରେ ରହୁଥିବା ଲୋକମାନଙ୍କୁ ବି ମାସ୍କ ଓ ସାନିଟାଇଜର ବାଣ୍ଟୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସର ରୋକିବ ଶୁଦ୍ଧ ଶାକାହାର

ମାନେକା ଗାନ୍ଧୀ ଭିଗନ୍‌ ଡାଏଟ୍‌ ବା ଶୁଦ୍ଧ ଶାକାହାର ଶରୀର ପାଇଁ ଉପକାରୀ। ଏହି ଖାଦ୍ୟ ଡାଇବେଟିସ ଓ ହୃଦ୍‌ରୋଗର ପ୍ରାବଲ୍ୟ କମ୍‌ କରିବା ସହ...

ପ୍ରତିଭା, ପ୍ରତିକୂଳତା ଓ କବି କାଳିନ୍ଦୀଚରଣ

ଭଲ କବିତା ଯେ ପ୍ରତିଭାମୂଳ- ଏ କଥାରେ ମତାନ୍ତର କ୍ୱଚିତ୍‌ ଥାଏ। ଏହି ଦୃଷ୍ଟିରୁ ବିଚାରକଲେ ପଦ୍ମଭୂଷଣ କାଳିନ୍ଦୀଚରଣ ପାଣିଗ୍ରାହୀ ହେଉଛନ୍ତି ଓଡ଼ିଆ ଭାଷାର ଜଣେ...

ଚତୁର ୪

କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା କୃଷି ସଂକ୍ରାନ୍ତ ୩ଟି ନୂଆ ଆଇନର କାର୍ଯ୍ୟକାରିତା ଉପରେ ୧୨ ଜାନୁୟାରୀରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି। ଏଥିସହିତ କୃଷକ ଓ...

ପରିତାପର ବିଷୟ

ଡ. ମୌସୁମୀ ପରିଡ଼ା ଆଜିକାଲି କେମିତି ଗୋଟେ ଅଚଳାବସ୍ଥା, ଅସହାୟତା, ଅସ୍ବସ୍ତିକର ପରିବେଶ ଚାରିଆଡେ। ମାନସିକ ଚାପଗ୍ରସ୍ତ ହୋଇ ଅମୂଲ୍ୟ ସମ୍ପର୍କ ଓ ନୈତିକତା ଭୁଲିବସୁଛେ।...

ଏଇ ଭାରତରେ

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ବାତ୍ୟା ସମୟରେ ବିଭିନ୍ନ ସୂଚନା ଜାରି କଲେ ମଧ୍ୟ ଅନେକ ସମୟରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିବା ଲକ୍ଷ୍ୟ କରାଯାଏ। ଇଂଲିଶ,...

ମାନବ ଅଧିକାର ଓ ବ୍ୟବସ୍ଥା

ସନ୍ଦୀପ କୁମାର ପଟ୍ଟନାୟକ ଆଜି ବିଶ୍ୱ ମାନବ ଅଧିକାର ଦିବସ। ମିଳିତ ଜାତିସଂଘ ପକ୍ଷରୁ ୧୯୫୦ରୁ ପ୍ରତିବର୍ଷ ଡିସେମ୍ବର ୧୦ରେ ଆନ୍ତର୍ଜାତିକ ମାନବ ଅଧିକାର ଦିବସ...

ଏଇ ଭାରତରେ

ଯମରାଜାଙ୍କ କଥା ଶୁଣିଲେ ମନରେ ଛନକା ପଶିଯାଏ। କିନ୍ତୁ କଳିଯୁଗରେ ଏମିତି ଜଣେ ଯମରାଜା ଅଛନ୍ତି ଯାହାଙ୍କ ନାମ ଶୁଣିଲେ ଲୋକେ ଖୁସି ହେଉଛନ୍ତି। ଏହି...

ଏଇ ଭାରତରେ

ବିଲୁପ୍ତପ୍ରାୟ ବାଘ ଓ ଶାଗୁଣାଙ୍କୁ ରକ୍ଷା କରିଆସୁଛନ୍ତି ରାଜସ୍ଥାନର ପରିବେଶବିତ୍‌ ଡ. ଧର୍ମେନ୍ଦ୍ର ଖଣ୍ଡାଲ। ସେ ‘ଟାଇଗର ଓ୍ବାଚ୍‌’ ସଂସ୍ଥା ଗଠନ କରି ରାଜସ୍ଥାନର ରଣ୍‌ଥୋମ୍ବର...

Advertisement
Archives

Model This Week