ବାତ୍ୟା ବିପର୍ଯ୍ୟୟର ମୁକାବିଲା

ଅଂଶୁମାନ ଦାଶ

ବାତ୍ୟା, ସାମୁଦ୍ରିକ ଝଡ଼, ଟର୍ନାଡୋ ବା ସାଇକ୍ଲୋନ୍‌ ରୂପରେ ମଣିଷ ଦେଖି ଆସିଛି ପ୍ରକୃତିର ଧ୍ୱଂସର ରଚନା। ଶାନ୍ତ, ନିର୍ବାକ୍‌ ପ୍ରକୃତିର ସମୟ ସମୟରେ ଏ କମ୍ପନ ଏ ବିଚିତ୍ରତା ମଣିଷ ମନରେ ଯୁଗଯୁଗରୁ ଅସଂଖ୍ୟ ପ୍ରଶ୍ନ ଉତ୍ପନ୍ନ କରିଛି। ହେଲେ ତଜ୍ଜନିତ କାଳ୍ପନିକ କାହାଣୀ ସବୁ ବିଜ୍ଞାନର ପ୍ରସାର ପରେ ଲୋପପାଇଛି। ପ୍ରଯୁକ୍ତି ଜ୍ଞାନକୌଶଳ ଦ୍ୱାରା ପାଣିପାଗର ପ୍ରାକ୍‌ ସୂଚନା ଉପଲବ୍ଧ ହୋଇପାରିଛି, ଯାହା ବାତ୍ୟା ପରି ପରିସ୍ଥିତିର ସମ୍ଭାବ୍ୟ ମୁକାବିଲା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ନବେ ଦଶକର ଉପକୂଳ ଓଡ଼ିଶାର ପିଲାମାନେ ୧୯୯୯ ଅକ୍ଟୋବର ୨୯ ତାରିଖ ଦିନ ବାତ୍ୟା ପରିସ୍ଥିତି ଓ ତଜ୍ଜନିତ କରାଳ ବିଭୀଷିକା ସହ ପ୍ରଥମକରି ପରିଚିତ ହୋଇଥିଲେ। ମହାବାତ୍ୟା ତାଣ୍ଡବର ସେହି ଦିବସଟି ପ୍ରଭାବିତ ପିଢ଼ିର ମନରେ ଚିର ଅଲିଭା ହୋଇ ରହିବ। ୧୯୯୯ ଓଡ଼ିଶା ସୁପର୍‌ ସାଇକ୍ଲୋନ୍‌ ନାମରେ ଜଣା ଏହି ମହାବାତ୍ୟାରେ ପବନର ବେଗ ଏତେ ଥିଲା ଯେ, ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ସରକାରୀ ତଥ୍ୟ ଅନୁସାରେ ପାଖାପାଖି ୧୦,୦୦୦ ଜୀବନ ନଷ୍ଟ ହୋଇଥିଲା।
ଭାରତ ମହାସାଗରରେ ସୃଷ୍ଟି ହେଉଥିବା ବାତ୍ୟାକୁ ସାଇକ୍ଲୋନ୍‌ କୁହାଯାଉଥିବା ବେଳେ ଆଟଲାଣ୍ଟିକ୍‌ ମହାସାଗରରେ ହରିକେନ୍‌ ଓ ପ୍ରଶାନ୍ତ ମହାସାଗରରେ ଏହାକୁ ଟାଇଫୁନ୍‌ କୁହାଯାଇଥାଏ। ବାତ୍ୟା ସମୟର ପବନର ବେଗକୁ ସାଧାରଣତଃ ନଟ୍‌ (knot) ୟୁନିଟ୍‌ରେ ନିର୍ଣ୍ଣୟ କରାଯାଇଥାଏ। ଗୋଟିଏ ନଟ୍‌ର ଅର୍ଥ ଘଣ୍ଟା ପ୍ରତି ଗୋଟିଏ ନଟିକାଲ୍‌ ମାଇଲ୍‌ ବା ୧.୮୫୨ କିଲୋମିଟର। ପୃଥିବୀର ଅକ୍ଷାଂଶର ଗୋଟିଏ ମିନିଟ୍‌ ବା ୧/୬୦ ଡିଗ୍ରୀର ଦୂରତାକୁ ଏକ ନଟିକାଲ୍‌ ମାଇଲ୍‌ କୁହାଯାଇଥାଏ। ତରଳ ବା ଗ୍ୟାସ୍‌ ମାଧ୍ୟମରେ ଗତି କରୁଥିବା ପଦାର୍ଥର ବେଗ ନିର୍ଦ୍ଧାରଣ, ଉଡ଼ାଜାହାଜ, ପାଣି ଜାହାଜ ଓ ମହାକାଶ ଯାତ୍ରା ଆଦି କ୍ଷେତ୍ରରେ ଏହି ୟୁନିଟ୍‌ର ବ୍ୟବହାର ହୋଇଥାଏ।
ଗତ ସାତବର୍ଷ ମଧ୍ୟରେ ଉପକୂଳ ଓଡ଼ିଶା ୫ଟି ଭୟାବହ ବାତ୍ୟାର ସମ୍ମୁଖୀନ ହୋଇଛି। ସେଗୁଡ଼ିକ ହେଲା- ୨୦୨୦ର ଅମ୍ଫନ୍‌, ୨୦୧୯ର ଫନୀ, ୨୦୧୮ର ତିତ୍‌ଲି, ୨୦୧୪ର ହୁଡ୍‌ହୁଡ୍‌ ଏବଂ ୨୦୧୩ର ଫାଇଲିନ୍‌। ପବନ ବେଗର ଆକଳନ ଅନୁଯାୟୀ ସାଇକ୍ଲୋନ୍‌ର ପ୍ରକାର ନିର୍ଦ୍ଧାରିତ ହୋଇଥାଏ। ୬୦ରୁ ୯୦ କିଲୋମିଟରର ବେଗ ବାତ୍ୟା, ୯୦ରୁ ୧୨୦ କିଲୋମିଟର ବେଗ ହେଲେ ତୀବ୍ର, ୧୨୦ରୁ ୧୭୦ କିଲୋମିଟର ବେଗର ଝଡ଼ ଅତି ତୀବ୍ର, ୧୭୦ରୁ ୨୨୦ କିଲୋମିଟର ବେଗ ଅତ୍ୟନ୍ତ ତୀବ୍ର ଓ ୨୨୦ରୁ ଅଧିକ କିଲୋମିଟର ପବନର ବେଗ ରହିଲେ ମହାବାତ୍ୟା ନାମାଙ୍କିତ ହୋଇଥାଏ।
ଗତ ୨୦ ତାରିଖରେ ହୋଇଥିବା ସାଇକ୍ଲୋନ୍‌ ଅମ୍ଫନ୍‌ର ପ୍ରାକ୍‌ ସୂଚନା ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ପ୍ରସାରିତ ହୋଇଥିଲା ଏବଂ ପ୍ରଶାସନ ଓ ଜନତାଙ୍କୁ ସତର୍କ କରାଯାଇ ପାରିଥିଲା। ପଶ୍ଚିମବଙ୍ଗର ଦିଘା, ସୁନ୍ଦରବନ ଓ ବାଂଲାଦେଶର ହାତିଆ ଅଞ୍ଚଳରେ ସ୍ଥଳଭାଗ ଛୁଇଁଥିବା ଏହି ଅତି ତୀବ୍ର ବାତ୍ୟାରେ ପଶ୍ଚିମବଙ୍ଗରେ ୭୨ ଲୋକଙ୍କ ଜୀବନହାନି ହୋଇଥିବା ବେଳେ ଅନେକ କୃଷିକ୍ଷେତ୍ର ଓ ଛପର, ଟିଣ ଘର ଆଦି ନଷ୍ଟ ହେବା ସହ ଟେଲିକମ୍‌ ଟାୱାର୍‌, ଇଲେକ୍ଟ୍ରି ଖୁଣ୍ଟି ଓ ଅସଂଖ୍ୟ ବୃକ୍ଷଲତା ଉପୁଡ଼ି ପଡ଼ିଛି। କୋଲକାତା ସହର ମଧ୍ୟ ବିଶେଷ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ପରିଲକ୍ଷିତ ହୋଇଥିଲା ଏବଂ ୨ ଜଣ ପ୍ରାଣ ହରାଇଥିଲେ। କିନ୍ତୁ ବାତ୍ୟାର ଠିକ୍‌ ଆକଳନ ହୋଇପାରିଥିବାରୁ ୨୫ ଲକ୍ଷରୁ ଊଦ୍ଧର୍‌ବ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ପାରିଥିଲା।
୨୦୧୯ ମେ ୩ ତାରିଖରେ ପୂର୍ବ ଓଡ଼ିଶାରେ ହୋଇଥିବା ଫନୀ ବାତ୍ୟା ସମୟରେ ମଧ୍ୟ ୨୦ ଲକ୍ଷରୁ ଊଦ୍ଧର୍‌ବ ଲୋକଙ୍କୁ ସମୟ ପୂର୍ବରୁ ପ୍ରଶାସନ ଦ୍ୱାରା ଉଦ୍ଧାର କରାଯାଇ ବଡ଼ ଧରଣର ଜୀବନହାନିକୁ ଏଡ଼ାଇ ଦିଆଯାଇ ପାରିଥିଲା। ସେହିପରି ବାତ୍ୟା ପରର ପରିସ୍ଥିତି ଯଥା ଭଗ୍ନ ଟାୱାର୍‌, ବୃକ୍ଷ ଓ ଇଲେକ୍ଟ୍ରି ଖୁଣ୍ଟିର ଅବରୋଧରେ ଥିବା ରାସ୍ତାଘାଟକୁ ଗମନାଗମନ ଯୋଗ୍ୟ କରିବା ତଥା ଇଲେକ୍ଟ୍‌ରି ଓ ଟେଲିକମ୍‌ ଲାଇନ୍‌କୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରି କାର୍ଯ୍ୟକ୍ଷମ କରିବାରେ ମଧ୍ୟ ଓଡ଼ିଶା ସଫଳ ହୋଇଥିଲା। ଆପାତକାଳୀନ ପରିସ୍ଥିତିର ସଫଳ ମୁକାବିଲା ପାଇଁ ଆବଶ୍ୟକ ରହିଛି ଲୋକବଳ, ଯାନ୍ତ୍ରିକ ଉପକରଣ (କଟର୍‌, ଜେନେରେଟର, ମାଟିଖୋଳା ସ୍ପାଇଲିନ୍‌ ମେଶିନ୍‌, ହାଇଡ୍ରା, ଡିଜେଲ୍‌ ଇତ୍ୟାଦି) ଓ ଉପଯୁକ୍ତ ସମୀକ୍ଷା। ଜେନେରେଟର୍‌ ଦ୍ୱାରା ପରିଚାଲିତ ଆସ୍କା ଲାଇଟ୍‌, ହାମ୍‌ ରେଡିଓ ତଥା ଆପାତକାଳୀନ ରିଷ୍ଟୋରେଶନ୍‌ ଟାୱାର୍‌ର ବ୍ୟବହାର ସେହି ସମୟରେ ବହୁଳ ଫଳପ୍ରଦ ହୋଇଥିଲା। ଟେଲିଫୋନ୍‌ ଓ ମୋବାଇଲ୍‌ ଫୋନ୍‌ ନେଟୱର୍କ ଅକାମୀ ହୋଇଯିବା ସ୍ଥଳେ ହାମ୍‌ ରେଡିଓ ମାଧ୍ୟମରେ ଅନ୍ୟ ରାଜ୍ୟ ତଥା ଏଜେନ୍ସିମାନଙ୍କ ସହ ଯୋଗାଯୋଗ କରାଯାଇ ଜରୁରୀ ଖବର ପ୍ରସାରିତ ହୋଇଥିଲା। ବେତାର ଓ ବ୍ରଡ୍‌କାଷ୍ଟ ବ୍ୟବସ୍ଥା ଉପଯୋଗ କରୁଥିବା ହାମ୍‌ ରେଡିଓ ସୁନାମୀ, ଭୂମିକମ୍ପ, ବନ୍ୟା, ବାତ୍ୟା ତଥା ଦୁର୍ଗମ ଅଞ୍ଚଳ ଯେଉଁଠାରେ ମୋବାଇଲ୍‌ ସିଗ୍‌ନାଲ୍‌ ଉପଲବ୍ଧ ହୋଇ ନ ଥାଏ ସେଠାରେ କମ୍ୟୁନିକେଶନ୍‌ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ସେହିପରି ଭାଙ୍ଗିଯାଇଥିବା ବଡ଼ ବିଦ୍ୟୁତ୍‌ ଖୁଣ୍ଟ ପରିବର୍ତ୍ତେ ଇମର୍ଜେନ୍ସି ରିଷ୍ଟୋରେଶନ୍‌ ଟାୱାର୍‌ ପାୱାର୍‌ ଲାଇନ୍‌ର ଚଞ୍ଚଳ କାର୍ଯ୍ୟକ୍ଷମ ଦିଗରେ ନିର୍ଣ୍ଣାୟକ ଭୂମିକା ତୁଲାଇଥାଏ। ଏହି ଟାୱାର୍‌ର ବିଭିନ୍ନ ଅଂଶକୁ ପୃଥକ୍‌ ଭାବେ ଅତି ସହଜରେ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଯାଇଥାଏ ଏବଂ ଏକତ୍ରିତ କରାଯାଇ ମାଟିରେ ସ୍ଥାପନ କରାଯାଏ। ଏଥିପାଇଁ ସିଭିଲ୍‌ ଫାଉଣ୍ଡେଶନର ଆବଶ୍ୟକ ହୋଇ ନ ଥାଏ। ତେଣୁ ସ୍ବଳ୍ପ ସମୟ ମଧ୍ୟରେ ଏହାର ନିର୍ମାଣ ସମ୍ଭବ ହୋଇଥାଏ। ୯ ଗୋଟି ଗାଏ ବା ଷ୍ଟେ ତାର ଓ ଆଙ୍କର୍‌ ରଡ୍‌ ଦ୍ୱାରା ଏହି ଟାୱାର୍‌କୁ ଚାରିପଟେ ମାଟି ସହ ଦୃଢ଼ ଭାବେ ସଂଯୋଗ କରାଯାଇଥାଏ। ଏହା ଏକ ସାମୟିକ ବ୍ୟବସ୍ଥା ହୋଇଥିଲେ ମଧ୍ୟ ପାୱାର୍‌ ରିଷ୍ଟୋରେଶନ୍‌ କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ।
ବାତ୍ୟା ପରେ ଅନେକ ସମୟରେ ବିଦ୍ୟୁତ୍‌ ବ୍ୟବସ୍ଥା ମରାମତିରେ ବିଳମ୍ବକୁ ନେଇ ଜନତା ଧୈର୍ଯ୍ୟହରା ହୋଇ ରାସ୍ତା ଅବରୋଧ ପରି ପଦକ୍ଷେପ ଗ୍ରହଣ କରିଥାନ୍ତି। ଏହିପରି ଘଡ଼ିସନ୍ଧି ମୁହୂର୍ତ୍ତରେ ନୂତନ ସମସ୍ୟା ସୃଷ୍ଟି କରିବା ପରିବର୍ତ୍ତେ ପ୍ରଶାସନ ତଥା କାର୍ଯ୍ୟରତ ଏଜେନ୍ସିକୁ ସହାୟତାର ହାତ ବଢ଼ାଇବା ଆବଶ୍ୟକ। ଯାନ୍ତ୍ରିକ ଉପକରଣର ବ୍ୟବହାରରେ ସାବଧାନତା ଅବଲମ୍ବନ କରାଯିବା ଉଚିତ। ଛିଡ଼ିଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ନ ଆସି ବିଭାଗୀୟ ଲୋକଙ୍କ ଦ୍ୱାରା ଏହାର ମରାମତି କରିବା ଆବଶ୍ୟକ। ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧିତ ସୂଚନା ସବୁବେଳେ ଗୁରୁତ୍ୱର ସହିତ ଗ୍ରହଣ କରିବା ସହ ଏହାର ଉଚିତ ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ।

ଡେପୁଟି ମ୍ୟାନେଜର୍‌, ଏନ୍‌ଟିପିସି,
ଭୁବନେଶ୍ୱର, ମୋ-୯୪୩୭୫୬୫୩୯୩


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri