ଏଇ ଭାରତରେ

ଜଣେ କି ଦୁଇ ଜଣ ନୁହନ୍ତି, ଏକାଥରକେ ୩୦୦ ବରିଷ୍ଠ ନାଗରିକଙ୍କର ସେ ପୁଅ। ଏହି ପୁଅ ଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି କୋଲକାତା ବାରାନଗର ନିବାସୀ ଦେବ କୁମାର ମଲ୍ଲିିକ। ନିରାଶ୍ରୟ ବରିଷ୍ଠ ନାଗରିକମାନଙ୍କ ପାଇଁ ସେ ପାଲଟିଛନ୍ତି ଦେବଦୂତ। ଥରେ ତାଙ୍କ ଘରପାଖରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ପାଇଁ ଖାଦ୍ୟ ମାଗିଲେ। ଦେବ ଏହି ଦମ୍ପତିଙ୍କ ସମ୍ପର୍କରେ ଜାଣିବା ପରେ ଏଭଳି ଅବସ୍ଥାରେ ରହୁଥିବା ଲୋକମାନଙ୍କ ସନ୍ଧାନରେ ଲାଗି ପଡ଼ି ଜଣକ ପରେ ଜଣଙ୍କୁ ଦେବ ନିଜର କରିବାରେ ଲାଗିଲେ। ଏବେ ଏଭଳି ସଂଖ୍ୟା ବୃଦ୍ଧିପାଇ ୩୦୦ରେ ପହଞ୍ଚିଛି। କହିବାକୁ ଗଲେ ଦେବଙ୍କ ପରିବାରରେ ୩୦୦ ଜଣ ଯୋଡି ହୋଇଯାଇଛନ୍ତି। ୨୦୧୫ରେ ସେ ତାଙ୍କ ଘରେ ପ୍ରଥମେ ଏଭଳି ବ୍ୟକ୍ତିମାନଙ୍କୁ ପ୍ରତ୍ୟହ ଦିନ ବେଳା ଥରେ ଖାଇବାକୁ ଦେବା ଆରମ୍ଭ କରିଥିଲେ। ଧୀରେ ଧୀରେ ସେମାନଙ୍କୁ ଦିନ ଓ ରାତିରେ ଖାଇବାକୁ ଦେଉଥିଲେ। କେବଳ ଏତିକି ନୁହେଁ, ସେମାନଙ୍କ ଚିକିତ୍ସା ଖର୍ଚ୍ଚ ବି ସେ ବହନ କରୁଛନ୍ତି। ୩୦୦ ଜଣ ନିରାଶ୍ରୟଙ୍କୁ ଖାଇବାକୁ ଦେବା ଲାଗି ଦେବଙ୍କୁ ୬୪ ଜଣ ସ୍ବେଚ୍ଛାସେବୀ ସହଯୋଗ କରୁଛନ୍ତି। ଏମାନଙ୍କୁ ମେଡିକାଲ ନେବା ଆଣିବା ପାଇଁ ସେ ଦୁଇଟି କାର୍‌ର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏହା ସହ ସେ ଅଞ୍ଚଳରେ ନିରାଶ୍ରୟମାନଙ୍କ ଅନ୍ତ୍ୟେଷ୍ଟିକ୍ରିୟା କରୁଛନ୍ତି। ଏଥିପାଇଁ ସେ ୧ଟଙ୍କା ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?