ଏଇ ଭାରତରେ

ଯେତେ ବାଧା ଥାଉ ପଛେ ମତଦାନ ଏକ ଅଧିକାର ଓ ରାଷ୍ଟ୍ର ନିର୍ମାଣରେ ପ୍ରତିଟି ମତର ମୂଲ୍ୟ ରହିଛି, ଯାହା ପ୍ରତିପାଦିତ ହୋଇଛି ଛତିଶଗଡ଼ର ଚିତ୍ରକୋଟ ବିଧାନସଭା ଉପନିର୍ବାଚନରେ। ସଡ଼କ ନାହିଁ, ପାହାଡ଼ିଆ ରାସ୍ତାରେ ଏହି ନିର୍ବାଚନମଣ୍ଡଳୀର ମତଦାତାମାନେ ୧୦ରୁ ୨୦ କିଲୋମିଟର ଚାଲି ଚାଲି ଯାଇ ମତଦାନ କରିଛନ୍ତି। କେଉଁ ପାର୍ଟିରୁ କିଏ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ତାହା ନ ଜାଣି ବି ମତଦାନ କରିଛନ୍ତି ଏଠାକାର ମତଦାତାମାନେ। ପହଞ୍ଚିବାରେ ଥିବା ବାଧାକୁ ଦୃଷ୍ଟିରେ ରଖି ଉକ୍ତ ନିର୍ବାଚନମଣ୍ଡଳୀର ସୁଲେଙ୍ଗା ମତଦାନ କେନ୍ଦ୍ରକୁ ସତସପୁର ପ୍ରାଥମିକ ସ୍କୁଲକୁ ସ୍ଥାନାନ୍ତର କରାଯାଇଥିଲା। ମତଦାତାମାନଙ୍କୁ ପାହାଡ଼ ପାର ହୋଇ ସତସପୁରରେ ପହଞ୍ଚିବା ପାଇଁ ୧୦ କିଲୋମିଟରରୁ ଊର୍ଦ୍ଧ୍ୱ ଚାଲିବାକୁ ପଡିଛି। କେବଳ ଏତିକି ନୁହେଁ କୁଡୁମଖୋଦରା ମତଦାନ କେନ୍ଦ୍ରକୁ ବସିପୁରସ୍ଥିତ ବାଳକ ଆଶ୍ରମକୁ ସ୍ଥାନାନ୍ତର କରାଯାଇଥିଲା। ମତଦାନ କରିବା ପାଇଁ ମତଦାତାମାନେ ୨୦ କିଲୋମିଟର ଚାଲି ଚାଲି ବୁଥ୍‌ରେ ପହଞ୍ଚିଥିଲେ। ସକାଳୁ ଉଠି ସେମାନେ ମତଦାନ କେନ୍ଦ୍ର ଅଭିମୁଖେ ଚାଲିବା ଆରମ୍ଭ କରିଦେଇଥିଲେ। ଯିଏ ଜିିତିବେ ସେ ଗାଁ ଯାଏ ସଡ଼କ ନିର୍ମାଣ କରିଦେବେ ବୋଲି ଭାବି ସେମାନେ ଏପରି ସବୁଥର ଭୋଟ ଦେଉଛନ୍ତି। ମତଦାତାମାନଙ୍କ ମଧ୍ୟରୁ ଅଧିକାଂଶ କେଉଁ ଦଳରୁ କିଏ ନିର୍ବାଚନ ଲଢୁଛନ୍ତି ତାହା ଜାଣି ନ ଥିଲେ ବି ପାର୍ଟିକୁ ଲକ୍ଷ୍ୟ କରି ଭୋଟ ଦେଇଛନ୍ତି। ଏମିତିକି ପ୍ରାର୍ଥୀମାନଙ୍କ ନାମ ଜାଣିବାର ଆବଶ୍ୟକତା ନାହିଁ ବୋଲି ଅନେକ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶୀ ଟିକା ବିଜ୍ଞାନୀ

ରମନ ମାଗସେସେ ପୁରସ୍କାର ଏସିଆ ମହାଦେଶର ସର୍ବୋଚ୍ଚ ସମ୍ମାନ ଭାବେ ପରିଚିତ। ୧୯୫୭ରେ ପ୍ରତିଷ୍ଠିତ ଏହି ସମ୍ମାନକୁ ଏସିଆର ନୋବେଲ ପୁରସ୍କାର ବୋଲି କୁହାଯାଇଥାଏ। ଏହି...

ଜୀବନଶୈଳୀ ଓ ଜଳବାୟୁ ପରିବର୍ତ୍ତନ

ଡ. ଜୟକୃଷ୍ଣ ପାଣିଗ୍ରାହୀ ସମ୍ପ୍ରତି ବିକାଶ ଓ ପ୍ରଗତିର ମାୟାଜାଲରେ ବଶୀଭୂତ ହୋଇ ମାନବ ସମାଜ ଏକ ଅସହନୀୟ ମାର୍ଗରେ ଅଗ୍ରସର ହେଉଛି। ଏହା ଆମ...

ଜାତି ଖୋଜିଲେ ମୁକ୍ତି କାହିଁ

ଡ. ଏକାଦଶୀ ପ୍ରଧାନ ଆମେ ଧର୍ମନିରପେକ୍ଷତା କଥା କହିଲେ ମଧ୍ୟ ଧର୍ମ, ସମ୍ପ୍ରଦାୟ, ଜାତିଗତ ବୈଷମ୍ୟତା ଦୃଷ୍ଟିରୁ ନାନା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଆମର...

ଓଡ଼ିଆ ଭାଷା ଓ ଜାତି

ବିଜୟ ମୋହନ ମିଶ୍ର ଆଦିକବି ସାରଳା ଦାସଙ୍କଠାରୁ ଆରମ୍ଭ କରି ଅନେକ କବି ଓ ମନୀଷୀ ଓଡିଆ ଭାଷାକୁ ସମୃଦ୍ଧ କରିଛନ୍ତି। ଭାଷା ସମୃଦ୍ଧିର ଅର୍ଥ...

ଏଇ ଭାରତରେ

ଛତିଶଗଡ଼ର ବସ୍ତର ଅଞ୍ଚଳ ନାଁ ଶୁଣିଲେ ମାଓବାଦୀ ଭୟ ଆସେ, କିନ୍ତୁ ଜଣେ ସାମାଜିକ କର୍ମୀଙ୍କ ହାତତିଆରି ବାଉଁଶ ସାଇକେଲ ସେଠାକାର ଲୁକ୍କାୟିତ ହସ୍ତକଳା ପରିଚୟକୁ...

ସମସ୍ୟା ସମାଧାନ କରାଯାଉ

ଡ. ସନ୍ତୋଷ କୁମାର ମହାପାତ୍ର ନିକଟରେ କରୋନା ମହାମାରୀଜନିତ ଲକ୍ଷଲକ୍ଷ ଲୋକ ଜୀବନ ଓ ଜୀବିକା ହରାଇବାର ଦୃଶ୍ୟରେ ବ୍ୟସ୍ତହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନ୍ଦି...

ଉପରବେଡ଼ାର ଝିଅ

ପ୍ରଫେସର ଦମୟନ୍ତୀ ବେଶ୍ରା ମୟୂରଭଞ୍ଜ ଜିଲା କୁସୁମୀ ବ୍ଲକ ଅନ୍ତର୍ଗତ ଉପରବେଡ଼ା ଗ୍ରାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ୨୦ା୦୬ା୧୯୫୮ରେ। ଶ୍ରୀମତୀ ମୁର୍ମୁ ନିଜ ଗ୍ରାମର...

ମଣିଷ ସମୟର ଦାସ

ରାଧାଶ୍ୟାମ ରାଉଳ   ସମୟର ପ୍ରବହମାନ ସ୍ରୋତରେ ଜୀବନରେ ଓ ଜଗତରେ ନାନା ଘଟଣା ଘଟୁଛି, ଅନେକ କିଛି ପରିବର୍ତ୍ତନ ହେଉଛି। ଇତିହାସ ହେଉ କି...

Advertisement
Archives

Model This Week