ଲାଲ କରିଡର ମାଟିରୁ ଲାଲ ଟମାଟୋର ସ୍ବାଦ: ୩ ଜିଲାର ଚାଷୀଙ୍କୁ ସମୃଦ୍ଧିର ବାଟ ବତାଇଛି ସୋଢ଼ ପଞ୍ଚାୟତ

ଦେବଗଡ଼, ୨୨।୧୦: ପାହାଡ଼ ପର୍ବତ ଘେରା ଦେବଗଡ଼ ଜିଲାର ଉପାନ୍ତ ତିଳେଇବଣି ବ୍ଲକ ସୋଡ଼ ଗ୍ରାମପଞ୍ଚାୟତ। ଦିନେ ଏହି ପଞ୍ଚାୟତ ମାଓବାଦୀମାନଙ୍କ ମୁଖ୍ୟ ଆଡ୍ଡାସ୍ଥଳ ଥିଲା। ଲାଲ କରିଡର ରୂପେ ପରିଚିତ ଏହି ଅଞ୍ଚଳ ୨୦୦୦ ମସିହା ବେଳକୁ ଜିଲା ଓ ରାଜ୍ୟ ପ୍ରଶାସନର ନିଦ ହଜେଇ ଦେଇଥିଲା। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ଅବ୍ୟବସ୍ଥା ଓ ବିପର୍ଯ୍ୟୟକୁ ଆଳକରି ମାଓବାଦୀମାନେ ସେଠାକାର ଗରିବ ତଥା ଆଦିବାସୀଙ୍କ ସହାୟତାରେ କାୟା ବିସ୍ତାର କରିଥିଲେ। ଅଧିକାଂଶ ସମୟରେ ଗଣମାଧ୍ୟମର ଶିରୋନାମାରେ ରହୁଥିବା ଏହି ଅଞ୍ଚଳ ଉପରେ ସରକାରଙ୍କ ଶୁଭଦୃଷ୍ଟି ପଡ଼ିଲା ା ଧୀରେ ଧୀରେ ସେହି ପଞ୍ଚାୟତବାସୀ ବିକାଶର ସୂର୍ଯ୍ୟାଲୋକ ଦେଖିଲେ। ତଥାପି ସ୍ଥାନୀୟ ଅଧିବାସୀଙ୍କ ଦାରିଦ୍ର୍ୟ କମି ନ ଥିଲା। ଛେଳି, କୁକୁଡ଼ା, ଘୁଷୁରି ପାଳନ ସାଙ୍ଗକୁ ଜଙ୍ଗଲଜାତ ଦ୍ରବ୍ୟ ସେମାନଙ୍କ ଜୀବିକା ଥିଲା । ପାହାଡ଼ିଆ, ପଥୁରିଆ, ଢ଼ାଲୁ ଅଞ୍ଚଳ ସହ ଅମ୍ଳୀୟ ମାଟି, ଜଳସେଚନର ଅଭାବ ଉପରୋକ୍ତ ଅଞ୍ଚଳରେ ବ୍ୟବସାୟଭିତ୍ତିକ କୃଷି କରିବାରେ ମୁଖ୍ୟ ଅନ୍ତରାୟ ସାଜିଥିଲା। ତଥାପି ଗତ ଦଶନ୍ଧିର ଶେଷଆଡ଼କୁ ଏହି ପଞ୍ଚାୟତରେ ଆଦିବାସୀ ବହୁଳ କ୍ଷୁଦ୍ର ଗ୍ରାମ କାଲଚିପୋଡ଼ାଡ଼ିହରୁ ଆରମ୍ଭ ହେଲା ବର୍ଷାଦିନିଆ ଟମାଟୋ (ପାତଳଘଣ୍ଟା)ଚାଷ। ସେହି ଗ୍ରାମର ୨ ଯୁବକ ଗାଣ୍ଡୁରୁ ମି ଓ ତାଙ୍କ ଭାଇ ଗୋସେଇଁ ମି ପରୀକ୍ଷାମୂଳକ ଭାବେ ଆରମ୍ଭ କଲେ ବର୍ଷାଦିନିଆ ଟମାଟୋ ଚାଷ। ପ୍ରଥମ ଦୁଇ ଚାରି ବର୍ଷ ଲାଭକ୍ଷତିକୁ ହିସାବ ନ କରି ଅଳ୍ପ ପରିମାଣରେ ଚାଲୁ ରହିଲା ଏହି ଚାଷ। ଫୁଲ ଆସିଲା ବେଳକୁ ପ୍ରାୟ ଗଛ ସବୁ ମାଟିରେ ପଡ଼ିଯାଉଥିଲା। ଅଳ୍ପ ଗଛରେ ଫଳ ରହୁଥିଲା। ସେମାନେ ପ୍ରଥମେ ସ୍ଥାନୀୟ ଉଦ୍ୟାନ ବିଭାଗ କର୍ମଚାରୀ ଓ ପରେ ଜିଲା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନଙ୍କୁ ଯୋଗାଯୋଗ କରି ଏହି ରୋଗର ସମ୍ପୂର୍ଣ୍ଣ ନିରାକରଣର ପନ୍ଥା ଖୋଜି ପାଇଲେ। ଏହା ପରେ ସଫଳତା ମିଳିଲା। ଗାଣ୍ଡୁରୁ ଓ ଗୋସେଇଁଙ୍କ ସହ ଧୀରେ ଧୀରେ ଗ୍ରାମର ଅନ୍ୟ ଚାଷୀମାନେ ବର୍ଷାଦିନିଆ ଟମାଟୋ ଚାଷ ଆରମ୍ଭ କରିଲେ। ବର୍ଷା ଋତୁ ହୋଇଥିବାରୁ ଜଳସେଚନର ଆବଶ୍ୟକତା ନ ଥିଲା। ଅଣ ଋତୁ ହୋଇଥିବାରୁ ଟମାଟୋର ବିକ୍ରିରେ କିଛି ଅସୁବିଧା ହେଉ ନ ଥିଲା। ସ୍ଥାନୀୟ ବଜାରରେ ଭଲ ଦାମ୍‌ ମଧ୍ୟ ମିଳିଲା। କ୍ରମେ ପଡ଼ୋଶୀ ବିରିଆମ୍‌, ସୋଡ଼ ସହିତ ଆଖପାଖ ଦୁଇ ଚାରିଟି ଗ୍ରାମର ଚାଷୀମାନେ ଏହି ଚାଷରେ ଲାଗିପଡ଼ିଲେ। କୃଷିବିଜ୍ଞାନୀମାନେ ଉପରୋକ୍ତ ଗାଁରେ ପହଞ୍ଚତ୍ ନୂତନ କୌଶଳ ପରୀକ୍ଷା କରାଇଲେ। ତା’ପରେ ଚାଷୀମାନଙ୍କ ଦ୍ୱାରା ତାହା ଆଦୃତ ହେବାକୁ ଲାଗିଲା।

ଏବେ ଉପରୋକ୍ତ ଅଞ୍ଚଳର ୧୦୦ ଏକର ଜମିରେ କେବଳ ଟମାଟୋ ଚାଷ ହେଉଛି। ଏକର ପିଛା ୮୦ରୁ ୯୦ କୁଇଣ୍ଟାଲ ପର୍ଯ୍ୟନ୍ତ ଟମାଟୋ ଉତ୍ପାଦନ କରି ସାଧାରଣ ଚାଷୀମାନେ ନିଜର ଆର୍ଥିକ ମାନଦଣ୍ଡ ସୁଦୃଢ଼ କରିପାରିଛନ୍ତି। ଏହି ଚାଷରେ ଉତ୍ସାହିତ ହୋଇ ଅନ୍ୟମାନେ ବି ଉନ୍ନତ ପଦ୍ଧତିର ପାତଳଘଣ୍ଟା ଚାରା ଲଗାଇବା, ଗଛର ଯତ୍ନ ନେବା ଓ ଫଳ ଅମଳ ପରବର୍ତ୍ତୀ ବ୍ୟବସ୍ଥା ଗ୍ରହଣ କରିଛନ୍ତି ା ଏବେ ସୋଡ଼ ପଞ୍ଚାୟତରୁ ପ୍ରତିଦିନ ତିନିରୁ ଚାରି ଟ୍ରକ ପାଚିଲା ଲାଲ ଟହଟହ ଟମାଟୋ ଅନ୍ୟ ଅଞ୍ଚଳକୁ ବିକ୍ରି ପାଇଁ ଯାଉଛି। ଦେବଗଡ଼ ଛଡ଼ା ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ପରି ପଡ଼ୋଶୀ ଜିଲାର ପ୍ରମୁଖ ବଜାରରେ ଏବେ ସୋଡ଼ ଟମାଟୋର ଚାହିଦା ରହିଛି। ଦିନେ ଅନ୍ୟ ରାଜ୍ୟକୁ କାମଧନ୍ଦା ଖୋଜିବାକୁ ଯାଉଥିବା ମନୋଜ ଲାକ୍ରା, ଦିଲୀପ ଲାକ୍ରାଙ୍କ ପରି ଅନ୍ୟ ଯୁବକମାନେ ମଧ୍ୟ ଏହି ଟମାଟୋ ଚାଷରେ ଲାଗିଛନ୍ତି। ଗରିବ ଆଦିବାସୀଙ୍କ ଆର୍ଥିକ ସ୍ଥିତିକୁ ଦୃଢ଼ କରିଥିବା ଏହି ଟମାଟୋ ସ୍ଥାନୀୟ ଚାଷୀଙ୍କୁ ଲୋକ ଲୋଚନକୁ ଆଣିଛି। ମାଓବାଦୀ ତଥା ଅପହଞ୍ଚ ଇଲାକା ଭାବେ ଏକଦା ପରିଚିତ ଥିବା ସୋଡ଼ ପଞ୍ଚାୟତ ପାଖାପାଖି ତିନୋଟି ଜିଲାର ଚାଷୀମାନଙ୍କୁ ସମୃଦ୍ଧିର ନୂଆ ଦିଗଦର୍ଶନ ଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ।

:ଶଶାଙ୍କଶେଖର ଝାଙ୍କର


Enter your email to get our daily news in your inbox.

All Right Reserved By Dharitri.Com

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ବିଦ୍ୟାଳୟ ପରିଦର୍ଶନ କଲେ ସରପଞ୍ଚ: ମୁଖ୍ୟ ଫାଟକ ନିର୍ମାଣ ପାଇଁ ପ୍ରଧାନଶିକ୍ଷୟତ୍ରୀଙ୍କୁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡ଼ି,୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ରାପଡ଼ାବାଡ଼ି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥା ଓ ସମସ୍ୟାର ସମାଧାନ ପାଇଁ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ଗଞ୍ଜାମ ଭାଜପାର ନୂଆ କର୍ମକର୍ତ୍ତା ଘୋଷଣା: ସରୋଜ ଦାସ ଜିଲା ଉପସଭାପତି, ଦୀପକ ବେହେରା…

ଛତ୍ରପୁର,୨୯।୯(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି (ଭାଜପା) ଗଞ୍ଜାମ ଜିଲା ସଭାପତି ସରୋଜ ସାବତ ଏବଂ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବାଇଧର ମଲ୍ଲିକଙ୍କ ଅନୁମୋଦନ…

ବାରହା ଆକ୍ରମଣରେ ଗାଈ ଜଗାଳି ଗୁରୁତର: ପୋଷା ବାରହାକୁ ନେଇ ବନ ବିଭାଗର ଭୂମିକା ଉପରେ ପ୍ରଶ୍ନବାଚୀ

ଖଜୁରୀପଡ଼ା,୨୯।୯(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭେଇଗୁଡ଼ା ଗ୍ରାମର ଗୋପାଳ ବେହେରା (୫୦) ଗୁରୁବାର ନେଡ୍ରିଖୋଲ ଗ୍ରାମର ଝରନିଖୋଲ ନିକଟରେ ଗାଈ ଚରାଉଥିବା ସମୟରେ ଏକ ପୋଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?