ଏଇ ଭାରତରେ

ସମ୍ବିଧାନର ଧାରା ୨୧(କ)ରେ ୬ରୁ ୧୪ ବର୍ଷ ବୟସର ସବୁ ପିଲାଙ୍କୁ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନର ବ୍ୟବସ୍ଥା ରହିଛି। କିନ୍ତୁ ମଧ୍ୟପ୍ରଦେଶର ନିମୁଚ ଜିଲା ଖେଦା ଭୁଜ ଗାଁରେ ଏହାର ବ୍ୟତିକ୍ରମ ଦେଖାଯାଇଛି। ଏହି ଗାଁର ୫୦ଟି ଆଦିବାସୀ ପରିବାରର ପିଲାଙ୍କ ପାଇଁ ୪ ବର୍ଷ ହେବ ଏହି ଅଧିକାର ଯେମିତି ଛିନ୍ନ କରାଯାଇଛି। ୨୦୧୫ରେ ଗାନ୍ଧୀସାଗର ଅଭୟାରଣ୍ୟ ଅଞ୍ଚଳର ରାମପୁର ତହସିଲ ଅନ୍ତର୍ଗତ ଚାଇଁପୁରରୁ ଏହି ଆଦିବାସୀ ପରିବାରଗୁଡ଼ିକୁ ଖେଦାକୁ ବିସ୍ଥାପିତ କରାଯାଇଥିଲା। କିନ୍ତୁ ଖେଦାକୁ ଆସିବା ପରଠାରୁ ସେହି ପରିବାରରେ ଥିବା ପିଲାମାନେ ଆଜିଯାଏ ସ୍କୁଲ ଯାଇନାହାନ୍ତି। ତିନି କିମି ପରେ ଆଉ ଏକ ଗାଁରେ ସ୍କୁଲ ଥିଲେ ବି ହିଂସ୍ରଜନ୍ତୁଙ୍କ ବିପଦ ଯୋଗୁ ଅଭିଭାବକମାନେ ପିଲାଙ୍କୁ ସ୍କୁଲ ପଠାଉନାହାନ୍ତି। ସେମାନେ ଦିନମଜୁରିଆ ଭାବେ କାମ କରୁଥିବାରୁ ତେଣୁ ପିଲାମାନଙ୍କୁ ସ୍କୁଲରେ ଛାଡି ଫେରିବା ପରେ କାମକୁ ଯିବା ସମ୍ଭବ ହେଉନି ବୋଲି କହନ୍ତି ଗ୍ରାମବାସୀ। ପିଲାମାନେ ଘରେ ଛୋଟ ଶିଶୁର ଯନତ୍ ନେଉଛନ୍ତି ନ ହେଲେ ଘର କାମ କରୁଛନ୍ତି। ଗାଁରେ ବି ଏକ ଅଙ୍ଗନଓ୍ବାଡି କେନ୍ଦ୍ର ଗାଁକୁ ଆସିଥିବା ରାସ୍ତାର ଶେଷମୁଣ୍ଡରେ ରହିଛି। ବର୍ଷାରେ ବିଦ୍ୟୁତ୍‌ ଖୁଣ୍ଟ ନଇଁ ତାର ଅତି ପାଖରେ ଥିବାରୁ ସେଠାକୁ ଯିବାରେ ବିପଦ ରହିଛି। ଜିଲା ଯୋଜନା କମିଟିର ଜଣେ ଅଧିକାରୀ କହିଛନ୍ତି ଯେ, ଯେହେତୁ ୩ କିଲୋମିଟର ମଧ୍ୟରେ ଏକ ସ୍କୁଲ ରହିଛି ସେଥିପାଇଁ ସେହି ଗାଁରେ ନୂଆ ସ୍କୁଲ କରାଯାଇପାରୁନାହିଁ। ଖେଦାରେ ସ୍କୁଲ ସମସ୍ୟା ନେଇ ଶିକ୍ଷା ବିଭାଗ ସହ ପରାମର୍ଶ କରାଯାଇ ଶୀଘ୍ର ସମାଧାନ କରାଯିବ ବୋଲି ନିମୁଚର ଆଡିଶନାଲ କଲେକ୍ଟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇସିସି ଓ ପରିବେଶଗତ ଅପରାଧ

କାଟେ ମ୍ୟାକିନ୍‌ଟୋସ, ଜୋଜୋ ମେହେଟା ବନ୍ୟା, ବନାଗ୍ନି, ଅତ୍ୟଧିକ ତାପମାତ୍ରା ବୃଦ୍ଧି ଏବଂ ଜୀବବାହିତ ସଂକ୍ରାମକ ରୋଗ ମୁଖ୍ୟତଃ ଜଳବାୟୁ ଏବଂ ଜୈବମଣ୍ଡଳୀୟ ସଙ୍କଟ ସୃଷ୍ଟି...

ଏଇ ଭାରତରେ

୧୦୫ ବର୍ଷ ବୟସରେ ଜଣେ ମହିଳା ଚାଷ କରିବା କଥା କେବେ ଚିନ୍ତା କରିପାରୁଛନ୍ତି। ହେଲେ ଏହା ସମ୍ଭବ ହୋଇଛି ପାପ୍ପାମଲ୍‌ଙ୍କ ଦ୍ୱାରା। ତାମିଲନାଡୁର ଏହି...

ମସ୍କୋରେ ଶି

ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ୨୦ ମାର୍ଚ୍ଚ ୨୦୨୩ରେ ତିନିଦିନିଆ ରୁଷିଆ ଗସ୍ତରେ ଯାଇ ଏହାର ରାଜଧାନୀ ମସ୍କୋରେ ପହଞ୍ଚତ୍ବା ଭୂରାଜନୈତିକ ବାତାବରଣକୁ ଚଳଚଞ୍ଚଳ କରିଦେଇଛି।...

ଆସ ରାସ୍ତାରୋକୋ କରିବା

ଡ. ଚିନ୍ତାମଣି ପଣ୍ଡା   ସକାଳୁ ଉଠି ଦେଖିବାବେଳକୁ ପଞ୍ଝାଏ ତଥାକଥିତ ଅତି ସଚେତନ ନାଗରିକ ମୁଖ୍ୟ ରାସ୍ତାଟିକୁ ଅବରୋଧ କରି ସର୍ବସାଧାରଣଙ୍କ ଯାତାୟାତକୁ ସମ୍ପୂର୍ଣ୍ଣ...

ଯେତେ ଅଧିକ ନିୟମାବଳୀ

ସାମାଜିକ ଓ ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବା ଲାଗି ୨୫ ଫେବୃୟାରୀରେ କେନ୍ଦ୍ର ସରକାର ନୂଆ ନିୟମାବଳୀ ଆଣିଛନ୍ତି। ଫେକ୍‌ ନ୍ୟୁଜ୍‌ ବା ମିଥ୍ୟା ଖବର...

ଏଇ ଭାରତରେ

କରୋନା ସମୟରେ ଅନ୍‌ଲାଇନ ପଢ଼ାରୁ ବଞ୍ଚତ୍ତ ଗରିବ ପିଲାମାନଙ୍କ ସାହାରା ପାଲଟିଛନ୍ତି ଝାଡ଼ଖଣ୍ଡର ଦିବ୍ୟାଙ୍ଗ ଉପେନ୍ଦ୍ର ଯାଦବ। ତାଙ୍କ ଘର ଚତରା ଗାଁରେ ଓ ବୟସ...

ଏଇ ଭାରତରେ

ଅଗଣାରେ ଜୈବିକ ପରିବା ଚାଷ କରି ଅନ୍ୟମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରୁଛନ୍ତି ବାରାଣସୀର ନନ୍ଦଲାଲ ମାଷ୍ଟର। ସେ ୨୦୦ଟି କୁଣ୍ଡରେ ପରିବା ଚାଷ କରୁଛନ୍ତି। ଏଥିରୁ...

ଏଇ ଭାରତରେ

ଜୀବନରେ ଘରପରିବାରକୁ ପଛ କରି ଅସହାୟ ପିଲାମାନଙ୍କୁ ଶିକ୍ଷାଦାନ କରିବାକୁ ବାହାରି ଆସନ୍ତି ଅହମ୍ମଦାବାଦର ଏକ ଦମ୍ପତି। ଦୀପକ ଏବଂ ମଞ୍ଜୀର ଚାକିରି କରିଥିଲେ। ଅବସର...

Advertisement
Archives

Model This Week