Posted inଜାତୀୟ

ଏଆର୍‌ଆଇଇଏସ୍‌ ସହ ଇସ୍ରୋର ଏମ୍‌ଓୟୁ: ମହାକାଶ ସମ୍ପତ୍ତିର ସୁରକ୍ଷାରେ ସହାୟକ ହେବ

ବେଙ୍ଗାଲୁରୁ,୮ା୬: ମହାକାଶରେ ବର୍ଜ୍ୟବସ୍ତୁକୁ ନେଇ ଚିନ୍ତା ବଢ଼ୁଥିବାବେଳେ ଆଷ୍ଟ୍ରୋଫିଜିକ୍ସ ଏବଂ ମହାକାଶ ସ୍ଥିତିଗତ ସଚେତନତା କ୍ଷେତ୍ରରେ ସହଯୋଗ ଲାଗି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆର୍ଯ୍ୟଭଟ୍ଟ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଅବ୍‌ଜରରେଶନାଲ ସାଇନ୍ସେସ୍‌ (ଏଆର୍‌ଆଇଇଏସ୍‌) ସହ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଛି। ମହାକାଶର ବର୍ଜ୍ୟ ସାମଗ୍ରୀଜନିତ ବିପଦଠାରୁ ଭାରତୀୟ ମହାକାଶ ସମ୍ପତ୍ତିର ସୁରକ୍ଷାରେ ଏହି ଏମ୍‌ଓୟୁ ଉପଯୋଗୀ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏଆର୍‌ଆଇଇଏସ୍‌ରେ ପର୍ଯ୍ୟବେକ୍ଷଣ ସମ୍ବନ୍ଧୀୟ ଜ୍ୟୋତିର୍ବିଜ୍ଞାନ, ଆଷ୍ଟ୍ରୋଫିଜିକ୍ସ ଏବଂ ବାୟୁମଣ୍ଡଳ ବିଜ୍ଞାନରେ ଦୀର୍ଘବର୍ଷ ଗବେଷଣା କରିଥିବା ବିଶେଷଜ୍ଞମାନେ ରହିଛନ୍ତି। ଘରୋଇ ସଂସ୍ଥାଗୁଡ଼ିକ ବହୁସଂଖ୍ୟାରେ ମହାକାଶ ବିଜ୍ଞାନ କ୍ଷେତ୍ରକୁ ପ୍ରବେଶ କରିବା ଯୋଗୁ ବର୍ଜ୍ୟବସ୍ତୁ ପରିମାଣ ବଢ଼ିଚାଲିଛି। ମହାକାଶକୁ ଅଧିକ ସଂଖ୍ୟାରେ କ୍ଷୁଦ୍ର ସାଟେଲାଇଟ୍‌ର ପ୍ରବେଶ ସହିତ ଅକାମୀ ସାଟେଲାଇଟ ସଂଖ୍ୟା ବଢ଼ୁଛି ବୋଲି ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କିରନ କୁମାର କହିଥିଲେ। ଉକ୍ତ ବସ୍ତୁଗୁଡ଼ିକ କୌଣସି ମହାକାଶ ସଂସ୍ଥାର ନିୟନ୍ତ୍ରଣରେ ନ ଥିବାରୁ ଯେକୌଣସି ସମୟରେ ଅନ୍ୟ ସାଟେଲାଇଟ୍‌ର କକ୍ଷପଥ ମଧ୍ୟକୁ ଆସିଯାଇପାରେ। ଏଭଳି ଦୁର୍ଘଟଣାରୁ ବର୍ତ୍ତିବା ଲାଗି ମହାକାଶ ସଂସ୍ଥାଗୁଡ଼ିକୁ ସମ୍ପୃକ୍ତ ସାଟେଲାଇଟର କକ୍ଷପଥ ଏବଂ ଉଚ୍ଚତାରେ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ଇସ୍ରୋ ମଧ୍ୟ ମହାକାଶରେ ଘୂରୁଥିବା ବର୍ଜ୍ୟ ସାମଗ୍ରୀରୁ ନିଜ ସାଟେଲାଇଟକୁ ସୁରକ୍ଷିତ ରଖିବା ପାଇଁ ସାର୍ବଜନିନ କ୍ଷେତ୍ରରୁ ତଥ୍ୟ ଉପଯୋଗ କରିଥାଏ। ଇସ୍ରୋ ଏବଂ ଏଆର୍‌ଆଇଇଏସ୍‌ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହୋଇଥିବାରୁ ଏହା ଭବିଷ୍ୟତରେ ମହାକାଶ ବସ୍ତୁଗୁଡ଼ିକୁ ଠାବ କରିବା ପାଇଁ ଅପ୍ଟିକାଲ ଟେଲିସ୍କୋପ୍‌ ଅବ୍‌ଜରଭେଶନ କେନ୍ଦ୍ର ସ୍ଥାପନ କରିବାରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନବ୍ୟାପି ମାମଲା, ୧୦୦୦ ଫଟୋ-ଭିଡ଼ିଓ ସହିତ ୧୨ ପୃଷ୍ଠାର ରିପୋର୍ଟ ଦାଖଲ…

ବାରାଣସୀ, ୧୯।୫ : ଜ୍ଞାନବ୍ୟାପି ମସଜିଦ୍‌ ମାମଲାରେ କମିଶନର କୋର୍ଟରେ ୧୦୦୦ ଫଟୋ, ଭିଡ଼ିଓ ସହିତ ୧୨ ପୃଷ୍ଠାର ରିପୋର୍ଟ ଦାଖଲ କରିଛନ୍ତି। ଗୁରୁବାର କମିଶନର...

କୋର୍ଟରୁ ପୁଣି ଚିଦାମ୍ବରମଙ୍କୁ ଝଟ୍‌କା: ୧୧ଯାଏଁ ରହିବେ ଜେଲରେ

ନୂଆଦିଲ୍ଲୀ,୨୭।୧୧: ଦିନକୁ ଦିନ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ବୁଧବାର କୋର୍ଟ ପକ୍ଷରୁ ତାଙ୍କୁ ପୁଣି ଆଉ ଏକ...

ସ୍କୋର୍ପିଓରୁ ୮୯ ଖଣ୍ଡା ଜବତ, ରାଜସ୍ଥାନରୁ ଆସୁଥିଲା ମହାରାଷ୍ଟ୍ର…

ଧୁଲେ, ୨୮।୪ : ମହାରାଷ୍ଟ୍ରର ଧୁଲେ ଜିଲାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଧୁଲେରେ ଏକ ସ୍କୋର୍ପିଓରୁ ୮୯ଟି ଖଣ୍ଡା ଏବଂ ଗୋଟିଏ ଛୁରୀ...

କଂଗ୍ରେସର ମଙ୍ଗ ଧରିପାରନ୍ତି ରାହୁଲ

ନୂଆଦିଲ୍ଲୀ,୧।୧୨: ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନ୍‌ସିପି ମେଣ୍ଟର ମହାବିକାଶ ଅଘାଡି ସରକାର ଉପରେ ଏବେ ସମସ୍ତଙ୍କ ନଜର। ଏଥିରେ ଏବେ ଶିବସେନା ନେତା ଉଦ୍ଧବ...

୨୦୨୪ ନିର୍ବାଚନକୁ ନେଇ ଭବିଷ୍ୟବାଣୀ କଲେ ମୋଦିଙ୍କ ପୂଜାରୀ

ନୂଆଦିଲ୍ଲୀ,୨୬।୫: ମଦୁରାଇ ଉଧିନମର ୨୯୩ତମ ପ୍ରଧାନ ପୂଜାରୀଙ୍କ ପକ୍ଷରୁ ୨୮ ମେ’ରେ ନୂଆ ସଂସଦ ଭବନର ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜଦଣ୍ଡ‘ସେଂଗୋଲ’ ଭେଟି...

ସଂସଦରେ ଜୋରଦାର ହଟ୍ଟଗୋଳ: ଉଭୟ ଗୃହ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ,୧୭।୩: ସଂସଦରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ୫ମ ଦିନରେ ମଧ୍ୟ ଉଭୟ ଗୃହର କାର୍ଯ୍ୟ ସଠିକ୍‌ ଭାବେ ଚାଲିପାରିନାହିଁ। ଶୁକ୍ରବାର ଗୃହ କାର୍ଯ୍ୟ ଆରମ୍ଭରୁ...

ଶହବାଜ ଶରିଫଙ୍କ ବୟାନକୁ ନେଇ ଭାରତର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୯ ।୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ଶାନ୍ତି ବାଲା ବୟାନକୁ ନେଇ ଗୁରୁବାର ଜବାବ ରଖିଛି ଭାରତ । ଏହାକ ୁନେଇ ବୈଦେଶିକ ମନ୍ତ୍ରଣାଳୟ...

ସିବିଆଇ ପଞ୍ଝାରେ ଚିଦାମ୍ବରମ୍‌

ନୂଆଦିଲ୍ଲୀ,୨୨ା୮:ସୁବକ୍ତା, ପ୍ରଭାବଶାଳୀ କଂଗ୍ରେସ ନେତା, ରାଜ୍ୟ ସଭା ସଦସ୍ୟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଏଭଳି ଅନେକ ମର୍ଯ୍ୟାଦାଜନକ ବିଶେଷଣର ଅଧିକାରୀ ୭୩...

Advertisement
Archives

Model This Week