ଉବ୍ଦିଦ ବିଜ୍ଞାନ ସମ୍ମାନରେ ପ୍ରୀତିସୁଧା ଟପ୍ପର

ରୂପ୍‌ସା, ୧୩।୬(ଡି.ଏନ.ଏ.)-ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଉବ୍ଦିଦ ବିଜ୍ଞାନ ସମ୍ମାନରେ ଚଳିତବର୍ଷ ଛାତ୍ରୀ ପ୍ରୀତିସୁଧା ମହାପାତ୍ର ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି ା ବାଲେଶ୍ୱର ଜିଲା ରୂପ୍‌ସା ଥାନା ରାଉତପଡା ପଞ୍ଚାୟତ ଅନ୍ତର୍ଗତ ବାରହାପାଳ ଗ୍ରାମର ବାପା ଯୋଗେଶ୍ୱର ମହାପାତ୍ର ଓ ମା’ ବୃନ୍ଦାବତୀ ମହାପାତ୍ରଙ୍କ କନ୍ୟା ପ୍ରୀତିସୁଧା। ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଭୂପାଳ ଚନ୍ଦ୍ର ମହାପାତ୍ରଙ୍କର ସେ ନାତୁଣୀ। ପରୀକ୍ଷାରେ କୃତୀତ୍ୱ ଅର୍ଜନ ପାଇଁ ସେ ଦିନକୁ ୫ରୁ ୬ଘଣ୍ଟା ପରିଶ୍ରମ କରୁଥିଲେ ା ସେ ଏହି ସଫଳତା ପାଇଁ ଅଧ୍ୟାପିକା, ଅଧ୍ୟାପକ ଓ ମା’ ବାପାଙ୍କୁ ଶ୍ରେୟ ଦେଇଛନ୍ତି ା ଭବିଷ୍ୟତରେ ପ୍ରୀତିସୁଧା ଜଣେ ଆଇଏଏସ୍‌ ଅଫିସର ହୋଇ ଜନସାଧାରଣଙ୍କର ସେବା କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ବାପା ଯୋଗେଶ୍ୱର ଜଣେ ବ୍ୟାଙ୍କ ଅଫିସର ଓ ମା’ ବୃନ୍ଦାବତୀ ଜଣେ ଗୃହିଣୀ। ମା’ବାପା ଓ ଜେଜେବାପାଙ୍କ ଆଦର୍ଶ ଓ ପ୍ରେରଣା ତାଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ ସହାୟକ ହେବ ବୋଲି ପ୍ରୀତିସୁଧା ଆଶ ରଖିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିବିକୁ ଗୌରବାନ୍ବିତ କରିଛନ୍ତି ପୁରାତନ ଛାତ୍ର

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ, ୬ା୧୨: ରାଜ୍ୟର ସର୍ବ ପୁରାତନ ଚିକିତ୍ସା ପ୍ରତିଷ୍ଠାନ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ବିଶ୍ୱସ୍ତରୀୟ ଓ୍ବେବ୍‌ସାଇଟ, ପୁରାତନ ଛାତ୍ରସଂଘ ଏବଂ ଏହାର ଓ୍ବେବ୍‌ସାଇଟକୁ...

୬ ମାସ ବଢ଼ିଲା କରୋନା ଯୋଦ୍ଧାଙ୍କ ବୀମା

ଭୁବନେଶ୍ୱର,୨୮।୪(ବ୍ୟୁରୋ): ପୁଣିଥରେ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କରୋନା ଯୋଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ବୀମାର ଅବଧିକୁ ଆଉ...

‘ଓ୍ବାନ୍‌ ନେଶନ୍‌, ଓ୍ବାନ୍‌ ରାଶନ’

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଓଡ଼ିଶାର ସବୁ ଜିଲାରେ ଗୁରୁବାରଠାରୁ ଓ୍ବାନ୍‌ ନେଶନ୍‌, ଓ୍ବାନ୍‌ ରାଶନ (ଗୋଟିଏ ଦେଶ, ଗୋଟିଏ ରାଶନ) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାଦ୍ବାରା ରାଜ୍ୟ ବାହାରର...

ସିଲିଣ୍ଡରରେ ପାଣି ପୂରାଇ ଲୁଟୁଥିଲେ ଗ୍ୟାସ

ଝାରସୁଗୁଡ଼ା ଅଫିସ,୧୮ା୮: ପରିବହନ ଗାଡ଼ିରୁ ଗ୍ୟାସ୍‌ ସିଲିଣ୍ଡର ବାହାର କରି ପାଣିଭର୍ତ୍ତି ସିଲିଣ୍ଡର ବୋଝେଇ କରି ରପ୍ତାନି କରାଯାଉଥିଲା। ଏଭଳି ଅଭିନବ ଉପାୟରେ ଗ୍ୟାସ୍‌ ଚୋରି...

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିଲା ପ୍ରସ୍ତୁତି: ମାଟ୍ରିକ୍‌ ଖାତା ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ବଢ଼ିବ

ଭୁବନେଶ୍ୱର, ୧୭।୫(ବ୍ୟୁରୋ): ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା। ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷା ଖାତା ଦେଖାହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା।...

ବାତ୍ୟା ଆଶ୍ରୟସ୍ଥଳୀରୁ ଲୋକେ ଘରକୁ ଫେରିଲେ ହେବ କରୋନା ଟେଷ୍ଟ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ବାତ୍ୟା ୟାସ୍‌ ପ୍ରଭାବିତ ଅଞ୍ଚଳରେ ସ୍ଥିତିରେ ସୁଧାର ଆସିଲେ ଡୋର୍‌ ଟୁ ଡୋର୍‌ ସର୍ଭେ ଆରମ୍ଭ ହେବ। ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଲୋକମାନେ ଘରକୁ...

‘ଗ୍ରୀଷ୍ମଋତୁରେ ବିଦ୍ୟୁତ୍‌ କାଟ ସମସ୍ୟା ନ ହେବା ନିଶ୍ଚିତ କର’

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ଆଗାମୀ ଗ୍ରୀଷ୍ମଋତୁରେ ବିଦ୍ୟୁତ୍‌ ଯୋଗାଣ ଅବ୍ୟାହତ ରଖିବା ପାଇଁ ଆଗୁଆ ପ୍ରସ୍ତୁତି ଭାବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଙ୍ଗଳବାର...

୧୯ ସୁଦ୍ଧା ଆଉ ଏକ ଲଘୁଚାପ: ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୬।୫(ବ୍ୟୁରୋ): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ...

Advertisement
Archives

Model This Week