କୁଆଁରମୁଣ୍ଡା, ୨୭।୧୨(ଡି.ଏନ.ଏ.)-ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବୋଗା, ଅଣ୍ଡାଳି-ଜାମବାହାଲ, କାଦୋବାହାଲ ଇତ୍ୟାଦି ଅଞ୍ଚଳରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି। ଫଳରେ ଏହି ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଫାର୍ମାସିଷ୍ଟମାନେ ନିଜକୁ ଡାକ୍ତର ବୋଲାଇବା ସହ ଘରୋଇ କ୍ଲିନିକ ଖୋଲି ସାଧାରଣ ଲୋକଙ୍କୁ ଚିକିତ୍ସା ସେବା ନାଁରେ ଲୁଟୁଛନ୍ତି। ଏହା ସହ ରାଜ୍ୟ ବାହାର କେତେକ ବ୍ୟକ୍ତି ଡାକ୍ତର ସାଜି ଲୋକଙ୍କ ଚିକିତ୍ସା କରୁଛନ୍ତି। ଏହି କ୍ୱାକ୍ମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ସାଧାରଣ ଜ୍ୱରଟିଏ ହେଲେ ବି ଅତିକମ୍ରେ ହଜାରେ ଟଙ୍କାର ଔଷଧ ଦେଉଛନ୍ତି। ଏହି ଅଞ୍ଚଳରେ ମୁଖ୍ୟତଃ ଗରିବ ଜନଜାତି/ଜାତିିବର୍ଗର ଲୋକେ ବସବାସ କରିଥାଆନ୍ତି। ନିରକ୍ଷର ଓ ଅଜ୍ଞତା କାରଣରୁ ସେମାନଙ୍କୁ ସ୍ବାସ୍ଥ୍ୟସେବା ନାଁରେ ଲୁଟୁଛନ୍ତି ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଓ କ୍ୱାକ୍ମାନେ। ରାଏବୋଗା, ଅଣ୍ଡାଳି, ଜାମବାହାଲ, ସଲଙ୍ଗାବାହାଲ, କାଦୋବାହାଲ, ଝୁନମୂର ଇତ୍ୟାଦି ପଞ୍ଚାୟରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଘୁରି ବୁଲୁଛନ୍ତି ଏହି କ୍ୱାକମାନେ। ସେମାନଙ୍କର ନାଁ ଅଛି ଶିକ୍ଷାଗତ ଯୋଗ୍ୟତା ନାଁ ପ୍ରମାଣପତ୍ର। ରାତିପାହି ସକାଳ ହେଲେ ଉକ୍ତ ଅଞ୍ଚଳଗୁଡିକରେ କ୍ୱାକମାନେ ବୁଲି ବୁଲି ରୋଗୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମନଇଛା ଔଷଧ ଦେଇ ସେମାନଙ୍କୁ ଲୁଟୁଛନ୍ତି। ଏପରିକି ସେମାନଙ୍କ ଦ୍ୱାରା ଚିକିତ୍ସିତ ରୋଗୀ ଅଧିକାଂଶ ସମୟରେ ଭଲ ଆରୋଗ୍ୟ ହେବା ପରିବର୍ତ୍ତେ ମୃତ୍ୟୁବରଣ କରିଥାଏ। ଏହିଭଳି ଅନେକ ରୋଗୀ ଏହି ବ୍ଲକର ଉପାନ୍ତ ଅଞ୍ଚଳରେ ମୃତ୍ୟୁବରଣ କରୁଥିବା ବେଳେ ପରିବାର ଲୋକେ କ୍ୱାକମାନଙ୍କୁ ଦୋଷ ନ ଦେଇ ନିଜ ଭାଗ୍ୟର ଦୋଷ ଦେଇଥାଆନ୍ତି। ସେମାନଙ୍କର ଏହି ନିରୀହପଣ ଯୋଗୁ ଦିନକୁ ଦିନ କ୍ୱାକମାନଙ୍କ ଦୌରାମତ୍ୟ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟ ପକ୍ଷରେ ଉକ୍ତ ଅଞ୍ଚଳରେ ଥିବା ଡାକ୍ତରଖାନାରେ ଡାକ୍ତର ଅଭାବ କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି ସେମାନଙ୍କୁ ବରଦାନ ପାଲଟୁଛି। ରୋଗୀଙ୍କ ଜୀବନ ସହିତ ଚାଲିଛି ଖେଳ। ରାଏବୋଗା ଓ ଏହାର ଆଖପାଖ ଅଞ୍ଚଳରେ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବକୁ ଦୃଷ୍ଟିରେ ରଖି ଔଷଧ ଦୋକାନ ସହ ବେଆଇନ କ୍ଲିନିକ୍ ଖୋଲି ରୋଗୀମାନଙ୍କୁ ମୋଟା ଅଙ୍କରେ ଲୁଟୁଛନ୍ତି। ଖୋଦ୍ ରାଏବୋଗାରେ ଜନୈକ କ୍ୱାକଙ୍କ କ୍ଲିନିକ୍ରେ ରୋଗୀ ଚିକିସତ୍ିତ ହେଲେ ସର୍ବନିମ୍ନ ୩ଶହ ଟଙ୍କା ଫିସ୍ ଦେବାକୁ ପଡୁଥିବା ଅଭିଯୋଗ ହେଉଛି। ସାଧାରଣ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ନାଁରେ ଲୁଟି କ୍ୱାକମାନେ ବିତଶାଳୀ ହେଉଛନ୍ତି। ସରକାରୀ ଡାକ୍ତରଖାନାକୁ ଯଦି କେହି ଡାକ୍ତର ପୋଷ୍ଟିଂ ହେଲେ ତେବେ ତାଙ୍କ ବିରୋଧରେ ଲୋକଙ୍କୁ ମତାଇ କ୍ୱାକମାନେ ଡାକ୍ତରମାନଙ୍କୁ ରଖାଇ ଦେଉନାହାନ୍ତି। ବିନା ଲାଇସେନ୍ସରେ ରୋଗୀ ସେବା ଓ ଔଷଧ ଦୋକାନ ଖୋଲୁଥିବା ଉକ୍ତ କ୍ୱାକମାନଙ୍କ ଉପରେ ସରକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଏହାର ପ୍ରମୁଖ କାରଣ ହେଉଛି ଡ୍ରଗ୍ସ ଇନ୍ସପେକ୍ଟରଙ୍କର ନିୟମିତ ଏହି ଅଞ୍ଚଳଗୁଡିକ ପରିଦର୍ଶନ ହେଉନାହିଁ। ଅବଶ୍ୟ ଏହା ପଛରେ ବିଭାଗୀୟ ଅଧିକାରୀମାନଙ୍କୁ ଯେ ଭିତିରି ମୋଟା ଅଙ୍କର ହାତଗୁଞ୍ଜା ମିଳିଯାଉଥିବା କଥାକୁ ମଧ୍ୟ ଅସ୍ବୀକାର କରିହେବ ନାହିଁ। ମୋଟାମୋଟି ଭାବେ ସ୍ବାସ୍ଥ୍ୟ ବିଭାଗର ଉଚ୍ଚ ଅଧିକାରୀ ସୀମାନ୍ତବର୍ତ୍ତୀ ଏହି ଅଞ୍ଚଳର ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ସରକାରୀ ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ କରିବା ସହ କ୍ୱାକମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସାଧାରଣ ଲୋକେ ନିଶ୍ଚିତଭାବେ ଉପକୃତ ହୋଇପାରିବେ।
Posted inଆମ ଜିଲା ଖବର, ସୁନ୍ଦରଗଡ଼ View All
କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ
କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ସତର୍କ…
୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ
ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…
ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର
ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…
ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର
ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…
ଫୁଟ୍ବଲ ମ୍ୟାଚ୍ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…
ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…
ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…
ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…
ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା
ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…
ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ
ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

