ଉପକାରୀ ସପୁରି-ଅଦା ଜୁସ୍‌

ସପୁରି ଜୁସ୍‌ ନିଶ୍ଚିତ ପିଇଥିବେ ମାତ୍ର ଏଥିରେ ଅଦା ମିଶାଇ ପିଇଲେ ବହୁତ ଲାଭଦାୟକ ହୋଇଥାଏ। ଏହି ଜୁସ୍‌ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ମାତ୍ରାରେ ରହିଛି। ଯାହା ହଜମ ପ୍ରକ୍ରିୟାକୁ ଠିକ୍‌ ରଖିବା ସହିତ ଯକୃତକୁ ସଫା ରଖିଥାଏ। ଏହା ଏମିତି ଏକ ଜୁସ୍‌ ଯେଉଁଥିରେ ଚିନି ମିଶାଇବାକୁ ପଡ଼ିବନି। ଖାଲି ଏତିକି ନୁହେଁ, ଏଥିରୁ ଆସ୍କୋରବିକ୍‌ ଏସିଡ୍‌ ତଥା ଭିଟାମିନ୍‌ ସି ପ୍ରଚୁର ପରିମାଣରେ ମିଳିଥାଏ। ଜାଣନ୍ତୁ ଏ ସମ୍ପର୍କରେ…
ଜୁସ୍‌ ପ୍ରସ୍ତୁତ ପ୍ରଣାଳୀ:
ଏହାକୁ ପ୍ରସ୍ତୁତ କରିବା ଆଦୌ କଷ୍ଟକର ନୁହେଁ। ପ୍ରଥମେ ସପୁରିରୁ ଚୋପା ଛଡ଼ାଇ ଛୋଟଛୋଟ କାଟିଦିଅନ୍ତୁ। ଏଥିରେ ୨ ଖଣ୍ଡ ଅଦାରୁ ଚୋପା ଛଡ଼ାଇ ଛୋଟଛୋଟ ଖଣ୍ଡ କରନ୍ତୁ। ଗୋଟିଏ ଲେମ୍ବୁ ନିଅନ୍ତୁ। ଏହି ସବୁକୁ ମିଶାଇ ଗ୍ରାଇଣ୍ଡରରେ ଜୁସ୍‌ ପ୍ରସ୍ତୁତ କରିନିଅନ୍ତୁ।

ଏସବୁ ଲାଭ ମିଳେ:
ସପୁରିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରି ରହିଛି। ଯାହା ପାଚନ ପ୍ରକ୍ରିୟାକୁ ଠିକ୍‌ ରଖିବା ସହିତ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ। ସପୁରି-ଅଦା ଜୁସ୍‌ରେ ପ୍ରଚୁର ପରିମାଣର ଭିଟାମିନ୍‌ ସି, ଭିଟାମିନ୍‌ ବି ୧, ବି ୬, ମ୍ୟାଗ୍ନେସିୟମ ରହିଛି। ଏହା ବ୍ୟତୀତ ଏଥିରୁ ବ୍ରୋମେଲେନ୍‌ ନାମକ ଏକ ତତ୍ତ୍ୱ ଭରପୂର ମାତ୍ରାରେ ମିଳିଥାଏ। ଯାହା ଓଜନ କମାଇବାରେ ମଧ୍ୟ ସହାୟକ ହୋଇଥାଏ। ସପୁରି-ଅଦା ଜୁସ୍‌ ଶରୀରକୁ ଗରମ ରଖିବାରେ ମଧ୍ୟ ସାହାଯ୍ୟ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମରୁ ଥାଏ ବ୍ୟକ୍ତିଙ୍କ ପାଖରେ ଏପରି ଗୁଣ, ଯାହାକୁ କେହି କେବେ ଶିଖାଇ ନଥାଏ

ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ,କିଛି ଗୁଣ ଏପରି ଥାଏ ଯାହା ମଣିଷକୁ କେହି ଶିଖାଇପାରିବ ନାହିଁ। କାରଣ ସେହି ଗୁଣ...

ହିମାଳୟର ନାଗପୁଷ୍ପ

କିଛିଦିନ ପୂର୍ବରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଗୋଟିଏ ଆଲୋକଚିତ୍ର ବିଦ୍ୟୁତ ବେଗରେ ପ୍ରସାରିତ କରାଯାଇ ଦାବି କରାଯାଉଥିଲା ଯେ ସେହି ଚିତ୍ରଟି ହିମାଳୟର ମାନସ ସରୋବରରେ...

ସ୍ବାସ୍ଥ୍ୟସେବାର ପରିପ୍ରକାଶ

‘ସ୍ବାସ୍ଥ୍ୟ ସାଧାରଣତଃ ଶାରୀରିକ, ମାନସିକ ଓ ସାମାଜିକ ସ୍ତରର ସୁସ୍ଥତାକୁ ବୁଝାଇଥାଏ। ଏହା ସହ ମଧ୍ୟ ‘ଆଧ୍ୟାତ୍ମିକ’ ସ୍ବାସ୍ଥ୍ୟକୁ ଅଣାଯାଇପାରିବ। ସୁସ୍ଥ ନାଗରିକମାନେ ଦେଶର ମୂଳଧନ...

ଘରର ଏସବୁ ସ୍ଥାନରେ ରଖନ୍ତୁ ଦର୍ପଣ: ହେବ ଧନ ବର୍ଷା

ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଯଦି ଘରେ ଦର୍ପଣକୁ ସଠିକ ଦିଗରେ ରଖାଯାଏ ନାହିଁ, ତେବେ ଏହା ବ୍ୟକ୍ତିଙ୍କ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ବାସ୍ତୁଶାସ୍ତ୍ର ଅନୁଯାୟୀ...

ସ୍ବପ୍ନରେ କାହିଁକି ଦେଖା ଦିଅନ୍ତି ପୂର୍ବପୁରୁଷ: ଜାଣନ୍ତୁ କେଉଁ ସ୍ବପ୍ନ ଦେଖିଲେ ମିଳିବ ସଫଳତା

ଶୋଇବା ଅବସ୍ଥାରେ ଦେଖାଯାଉଥିବା କେତେକ ଘଟଣାକୁ ସ୍ବପ୍ନ କୁହାଯାଏ। ମାତ୍ର ସ୍ବପ୍ନ ପ୍ରକୃତରେ ଶୋଇ ଥିବା ଅବସ୍ଥାରେ ଆସି ନ ଥାଏ। ଏହା ଶୋଇବା ଏବଂ...

ଶୀତଦିନେ ଏଥିରୁ ଅଧା ଗ୍ଲାସ…

ସପୁରୀରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଛି। ଶୀତଦିନେ ସପ୍ତାହରେ ଥରେ ସପୁରୀ ଜୁସ୍‌ ଅଧଗ୍ଲାସେ ପିଇଲେ ବହୁ ଉପକାର ମିଳିଥାଏ। ଏଥିରେ ବ୍ରୋମାଲାଇନ୍‌ ନାମକ...

ଏମିତି ପାଳନ୍ତୁ ହୋଲି

କରୋନା ଭାଇରସ୍‌ କାରଣରୁ ଏଥର ହୋଲି ଉତ୍ସବ ପାଳନକୁ ନେଇ ବିଭିନ୍ନ ସ୍ଥାନରେ ଦ୍ୱନ୍ଦ୍ୱ ଦେଖା ଦେଇଛି। କିଛି ଲୋକ ତ ଏପର୍ଯ୍ୟନ୍ତ ଦ୍ୱନ୍ଦ୍ୱରେ ଅଛନ୍ତି...

ହାର୍ଟ ଷ୍ଟ୍ରୋକରୁ ଦୂରେଇ ରହିବାକୁ ଚାହୁଁଛନ୍ତି ; ସପ୍ତାହରେ ୨ ଥର ପିଅନ୍ତୁ ଏହି ଜୁସ୍‌…

ଖାଦ୍ୟପେୟରେ ଅନିୟମିତତାଯୋଗୁ କେତେକଙ୍କଠାରେ ହାର୍ଟ ଆଟାକ୍‌ ସମସ୍ୟା ଦେଖାଦେଇଥାଏ। ତେବେ ସପ୍ତାହରେ ୨-୩ଥର ଡାଳିମ୍ବ ଜୁସ୍‌ ପିଇଲେ ଏହା ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରିଥାଏ। ଏହା...

Advertisement

BGU

Archives

Model This Week

Why Dharitri