Posted inଜାତୀୟ

ଉନ୍ନାଓ ମାମଲା: ପୀଡ଼ିତା ପିତାଙ୍କୁ ହତ୍ୟା ଘଟଣାରେ ସେନ୍‌ଗାରଙ୍କୁ ୧୦ ବର୍ଷ ଜେଲ

ନୂଆଦିଲ୍ଲୀ,୧୩।୩: ଉନ୍ନାଓ ବଳାତ୍କାର ଘଟଣାର ପୀଡିତାଙ୍କ ପିତାଙ୍କ ମୃତ୍ୟୁ ମାମଲାରେ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ବିହିଷ୍କୃତ ବିଧାୟକ କୁଲଦୀପ ସିଂ ସେନ୍‌ଗାରଙ୍କୁ ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ ୧୦ ବର୍ଷ ସଶ୍ରମ କରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ଉକ୍ତ ମାମଲାର ସମସ୍ତ ଦୋଷୀଙ୍କ ଉପରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ସୂଚନାଯୋଗ୍ୟ, ଏହି ମାମଲାରେ ଦିଲ୍ଲୀର ଏକ କୋର୍ଟ ମାର୍ଚ୍ଚ ୪ରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଏମାନଙ୍କ ଦଣ୍ଡାଦେଶକୁ ସଂରକ୍ଷିତ ରଖିଥିଲେ। ଏହି ମାମଲାରେ ସେନ୍‌ଗାରଙ୍କ ଭାଇ ଅତୁଲ ସେନ୍‌ଗାରଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯିବା ସହ ଉଭୟ ୧୦ ଲକ୍ଷ ଲେଖାଏଁ ଜରିମାନା ଦେବାକୁ କୋର୍ଟ ରାୟ ଦେଇଛନ୍ତି। ପୂର୍ବରୁ ଏହି ମାମଲାରେ ୪ ଦୋଷୀଙ୍କୁ ମୁକ୍ତ କରାଯାଇଛି। ସୂଚନାଯୋଗ୍ୟ, ପୀଡ଼ିତାଙ୍କ ପିତାଙ୍କ ମୃତ୍ୟୁ ୯ ଏପ୍ରିଲ ୨୦୧୮ରେ ପୋଲିସ ହାଜତରେ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ସୁଭାଷ ବୋଷଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟୁ’

ନୂଆଦିଲ୍ଲୀ,୨୪।୧ (ପି.ଟି.): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅନ୍ତର୍ଦ୍ଧାନ ଏବେ ଲୋକପ୍ରିୟ ଲୋକକଥାର ଅଂଶବିଶେଷ ହୋଇଗଲାଣି। ନେତାଜୀଙ୍କ ପ୍ରତିମୂର୍ତ୍ତି ନୁହେଁ ତାଙ୍କ ମୃତ୍ୟୁ ରହସ୍ୟରୁ ପରଦା...

ତ୍ରିପୁରା କଂଗ୍ରେସ ଅଧ୍ୟକ୍ଷଙ୍କ ଉପରେ ଆକ୍ରମଣ: ଟାର୍ଗେଟରେ ଭାଜପା

ଅଗରତାଲା,୧୭ ।୧: ତ୍ରିପୁରାର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପିୟୁସ କାନ୍ତି ବିଶ୍ୱାସଙ୍କ ଉପରେ ରବିବାର ସିପାହିଜାଲା ଜିଲାରେ ଆକ୍ରମଣ ହୋଇଛି । ଏଥିରେ ତାଙ୍କର କାର୍...

୨୫ ରାଜ୍ୟ ସରକାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଦେବେ ମାସକୁ ଏକ କୋଟି କ୍ଷତିପୂରଣ: ଏନଜିଟି

ନୂଆଦିଲ୍ଲୀ,୨୬।୫: ବର୍ଜ୍ୟ ପ୍ଲାଷ୍ଟିକ୍‌ ନିଷ୍କାସନ ଯୋଜନା ସମ୍ପର୍କରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରେ ତଥ୍ୟ ଦାଖଲ କରି ନ ଥିବାରୁ ୨୫ ରାଜ୍ୟ ସରକାରଙ୍କୁ...

ବିବାହ ପରେ ଶାଶୁଘରକୁ ଯାଉଥିଲେ କନ୍ୟା;ବାଟରେ ଲାଗିଲା ଶୋଷ: ଆଉ ତା’ପରେ

ଲକ୍ଷ୍ନୌ,୧୩।୯: ଉତ୍ତରପ୍ରଦେଶର ମୈନପୁରୀରେ ଏକ ରୋଚକ ଘଟଣା ଘଟିଛି। ବିବାହ ପରେ କନ୍ୟା ତାଙ୍କ ଶାଶୁ ଘରକୁ ଯାଉଥିବା ବେଳେ ବାଟରେ ସ୍ବାମୀଙ୍କ ଚକ୍‌ମା ଦେଇ...

ଅଯୋଧ୍ୟା ଗସ୍ତ ପୂର୍ବରୁ ଆରଏସ୍‌ଏସ୍‌ ମୁଖ୍ୟ କରାଇଲେ କରୋନା ଟେଷ୍ଟ

ଆଯୋଧ୍ୟା,୪।୮: ଆଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ହେବାକୁ ଥିବା ଭୂମି ପୂଜନ କାର୍ଯ୍ୟକ୍ରମର ଆରମ୍ଭ ସୋମବାରଠାରୁ ହୋଇଛି। ମଙ୍ଗଳବାର ରାମାର୍ଚ୍ଚା ପୂଜା ଅନୁଷ୍ଠିତ ହୋଇଛି।...

ମୁସଲମାନ୍‌ ଭାରତମାତାର ସନ୍ତାନ; ସରକାର ନୁହଁନ୍ତି ଅଳ୍ପସଂଖ୍ୟକଙ୍କ ବିରୋଧୀ: ରାଜନାଥ ସିଂ

ନୂଆଦିଲ୍ଲୀ,୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଅଳ୍ପସଂଖ୍ୟକଙ୍କ ବିରୋଧୀ ନୁହଁନ୍ତି। ମୁସଲମାନ୍‌ ଭାରତମାତାର ସନ୍ତାନ। ଅଳ୍ପସଂଖ୍ୟକଙ୍କ ମଧ୍ୟରେ କିଛି ରାଜନୈତିକ ଦଳ ପକ୍ଷରୁ ସୃଷ୍ଟି କରାଯାଇଥିବା...

ମୃତ ଭାଜପା କର୍ମକର୍ତ୍ତାଙ୍କ ପରିବାରଙ୍କୁ ଭେଟିଲେ ଶାହା: ସିବିଆଇ ତଦନ୍ତ ଦାବି

କୋଲକାତା,୬।୫: କୋଲକାତା କାଶୀପୁର ଅଞ୍ଚଳରେ ଶୁକ୍ରବାର ସକାଳେ ଭାଜପାର ଜଣେ କର୍ମକର୍ତ୍ତାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯିବା ପରେ ପରିବାରଲୋକଙ୍କ ମଧ୍ୟରେ ଶୋକର ଛାୟା...

ଅଯୋଧ୍ୟାର ଗୁମନାମୀ ବାବା ହିଁ ଥିଲେ ସୁଭାଷ ବୋଷ: ଆମେରିକା ହସ୍ତାକ୍ଷର ଯାଞ୍ଚ୍‌କର୍ତ୍ତାଙ୍କ ରିପୋର୍ଟ ପୁସ୍ତକରେ ପାଇଲା ପ୍ରକାଶ

ନୂଆଦିଲ୍ଲୀ,୨୫।୪: ଅଯୋଧ୍ୟାରେ ୧୯୮୨ରୁ ୧୯୮୫ ପର୍ଯ୍ୟନ୍ତ ଶେଷ ଜୀବନ ବିତାଇଥିବା ଗୁମନାମୀ ବାବା ହିଁ ନେତାଜୀ ସୁଭାଷ ବୋଷ ଥିଲେ। ଏନେଇ ଏକ ପୁସ୍ତକରେ ଦର୍ଶାଯାଇଛି।...

Advertisement
Archives

Model This Week