Posted inଜାତୀୟ

ଉନ୍ନାଓ ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ବି ଗମ୍ଭୀର, ଓକିଲ କୋମାରେ

ନୂଆଦିଲ୍ଲୀ,୭।୮: ଦିଲ୍ଲୀ ଏମ୍ସରେ ଜୀବନ ସହ ସଂଘର୍ଷ କରୁଛନ୍ତି ଉନ୍ନାଓ ବଳାତ୍କାର ପୀଡ଼ିତା। ଏବେ ବି ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଦିଲ୍ଲୀ ଏମ୍ସ ପକ୍ଷରୁ ଜାରି କରାଯାଇଥିବା ମେଡିକାଲ ବୁଲେଟିନ୍‌ ଜାରି କରାଯାଇଛି। ପୀଡ଼ିତାଙ୍କ ରକ୍ତଚାପ ମଧ୍ୟ ଅନିୟନ୍ତ୍ରିତ ହୋଇଯାଇଛି। ଏବେ ତାଙ୍କ ଭେଣ୍ଟିଲେଟରରେ ରଖାଯାଇଛି। ତାଙ୍କ ରକ୍ତଚାପ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଛି ବୋଲି ଏମ୍ସ ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି। ସେହିପରି ଦୁର୍ଘଟଣାରେ ଆହତ ହୋଇଥିବା ଓକିଲଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ସେ କୋମାରେ ଅଛନ୍ତି ବୋଲି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତ ୨୮ ତାରିଖରେ ଉନ୍ନାଓ ପୀଡ଼ିତା ତାଙ୍କ ଖୁଡୀ ଏବଂ ଓକିଲଙ୍କ ସହିତ ରାଏବରେଲୀ ଯାଉଥିବାବେଳେ ଏକ ଟ୍ରକ ତାଙ୍କ କାରକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପୀଡ଼ିତାଙ୍କ ଖୁଡୀଙ୍କ ମୃତ୍ୟୁ ଘଟିଥିବାବେଳେ ସେ ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତି କରିବେ ନା ନାହିଁ, ସ୍ପଷ୍ଟ କଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୭।୭: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ଯୋଗଦେବା ନେଇ ହେଉଥିବା କଳ୍ପନାଜଳ୍ପନା ଏବେ ଶେଷ ହୋଇଛି। ପ୍ରଶାନ୍ତ କିଶୋର ଏହି ସମସ୍ତ କଳ୍ପନାଜଳ୍ପନାକୁ ପ୍ରତ୍ୟାଖ୍ୟାନ...

ମିଶନ ଶକ୍ତିର ଶୁଭାରମ୍ଭ କଲେ ଯୋଗୀ: ୨୦ ପ୍ରତିଶତ ମହିଳାଙ୍କୁ ମିଳିବ ପୋଲିସ ଚାକିରି

ବଳରାମପୁର,୧୭ ।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ବଳରାମପୁରରେ ମିଶନ ଶକ୍ତି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ଘୋଷଣା କରିଛନ୍ତି...

ଚାଇନାକୁ ଦୁଇପଟୁ ଘେରାଉ: ପାହାଡ଼ରେ ଯୁଦ୍ଧ ବିମାନ, ସମୁଦ୍ରରେ ଯୁଦ୍ଧପୋତ

ନୂଆଦିଲ୍ଲୀ, ୭।୭: ଚାଇନାର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗଲଓ୍ବାନ ଘାଟିର ହିଂସ୍ରକ ଘଟଣା ପରେ ଏବେ ଚାଇନା ହରଡ଼ଘଣାରେ ପଡ଼ିଛି। ଗୋଟିଏ ପଟେ...

ଚାଇନା-ପାକ୍‌କୁ କଡା ବାର୍ତ୍ତା ଦେବ ମୋଦିଙ୍କ ଲେହ ଗସ୍ତ

ନୂଆଦିଲ୍ଲୀ,୩।୭: ଭାରତ-ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଶୁକ୍ରବାର ହଠାତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲେହ ଗସ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏବେ...

ଟିକାଦାନ ପୂର୍ବରୁ ଅଭ୍ୟାସ: ୧୧୬ ଜିଲାରେ ମକ୍‌ ଡ୍ରିଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨।୧: ଭାରତରେ କରୋନା ଟିକାକରଣ ପୂର୍ବରୁ ସମସ୍ତ ବ୍ୟବସ୍ଥାର ତଦାରଖ ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଶନିବାରଠାରୁ ଟିକାକରଣ ଅଭ୍ୟାସ (ମକ୍‌ ଡ୍ରିଲ୍‌) ଆରମ୍ଭ କରାଯାଇଛି।...

ଉତ୍ତେଜକ ଟିଭି କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କର: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯।୧: ଲୋକଙ୍କୁ ହିଂସାକାଣ୍ଡ ଭିଆଇବା ପାଇଁ ଉସୁକାଉଥିବା ଟେଲିଭିଜନ କାର୍ଯ୍ୟକ୍ରମ ଓ ଖବରକୁ ସକ୍ରିୟ ଭାବେ ନିୟନ୍ତ୍ରଣ କରାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର...

ବାୟୋମେଟ୍ରିକ୍ସକୁ ଲକ୍‌ କରିପାରିବେ କାର୍ଡଧାରୀ

ନୂଆଦିଲ୍ଲୀ, ୧।୬: ଆଧାର ନିୟମାବଳୀରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି। ଏଥିପାଇଁ ଭାରତର ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଏକ ଚିଠା ନିୟମାବଳୀ ପ୍ରସ୍ତୁତ କରିଛନ୍ତି।...

ପଞ୍ଜାବ ବିଧାନସଭା ନିର୍ବାଚନର ୧୩ ଦିନ ପୂର୍ବରୁ ରାମ ରହିମ୍‌ଙ୍କୁ ୨୧ ଦିନିଆ ପାରୋଲ…

ଚଣ୍ଡିଗଡ଼, ୭।୨ : ପଞ୍ଜାବ ବିଧାନସଭା ନିର୍ବାଚନର ୧୩ ଦିନ ପୂର୍ବରୁ ପଞ୍ଜାବ ହରିୟାଣା ହାଇକୋର୍ଟ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କୁ...

Advertisement
Archives

Model This Week