Posted inଜାତୀୟ

ଉତ୍ତେଜନା ମଧ୍ୟରେ ମସ୍କୋ ଗସ୍ତ କରିବେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୧୯।୬: ଲଦାଖ ଏଲ୍‌ଏସିରେ ଚାଇନା ସହ ଦେଖାଦେଖଇଥିବା ଉତ୍ତେଜନା ମଧ୍ୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ରୁଷ ଯାତ୍ରା କରିବେ। କିନ୍ତୁ ଏହି ଗସ୍ତ ସମୟରେ ରାଜନାଥ ଚାଇନାର ବରିଷ୍ଠ ଅଧିକାରୀଙ୍କୁ ଭେଟିବେ ନାହିଁ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଜୁନ ୨୨ରେ ରୁଷ ଗସ୍ତ କରିବେ। ନାଜି ଜର୍ମାନୀ ଉପରେ ବିଜୟ ହାସଲ କରିବାର ୭୫ତମ ବାର୍ଷିକୀ ଅବସରରେ ଯୋଗଦେବାକୁ ରାଜନାଥ ରୁଷ ଯାଉଛନ୍ତି। ଏହି ଅବସରରେ ରାଜନାଥଙ୍କ ସହ ପ୍ରତିରକ୍ଷା ସଚିବ ଅଜୟ କୁମାର ଓ ପ୍ରତ୍ୟେକ ସଶସ୍ତ୍ର ବାହିନୀର ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ରହିବେ। ଏତଦ୍‌ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଭାରତୀୟ ସୁରକ୍ଷାକର୍ମୀ ମଧ୍ୟ ଅଂଶ ଗ୍ରହଣ କରିବେ। ତେବେ ମସ୍କୋ ଗସ୍ତ ସମୟରେ ରାଜନାଥ ରୁଷର ବରିଷ୍ଠ ନେତା ତଥା ଦେଶର ଅନ୍ୟ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଲଦାଖରେ ଚାଲିଥିବା ଉତ୍ତେଜନାକୁ ନେଇ ସେ ଚାଇନା ନେତାଙ୍କୁ ଭେଟିବେ ନାହିଁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ୍‌ ଯୋଗୁ ଅସ୍ଥାୟୀ ଭାବେ ବନ୍ଦ ହେଲା ଏମ୍ସର ଓପିଡି ସେବା

ନୂଆଦିଲ୍ଲୀ,୨୩।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପକୁ ଦେଖି ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ (ଏମ୍ସ) ସୋମବାରଠାରୁ ନିୟମିତ ରୋଗୀଙ୍କ ପାଇଁ ସମସ୍ତ ଓପିଡି...

ପିଇବା ପାଣି ପାଲଟିଲା ବରଫ, ମରୁଭୂମିରେ ତୁଷାରପାତ…

ନୂଆଦିଲ୍ଲୀ, ୨୧।୧୨: ସମଗ୍ର ଉତ୍ତର ଭାରତ ପ୍ରବଳ ଥଣ୍ଡାରେ ଥରୁଛି। ପାହାଡ଼ିଆ ଅଞ୍ଚଳରେ ପର୍ବତ ଉପରେ ତୁଷାରପାତ ଆରମ୍ଭ ହୋଇଛି। ରାଜସ୍ଥାନର ବହୁ ସ୍ଥାନରେ ତାପମାତ୍ରା...

ରାଷ୍ଟ୍ରପତି ନିର୍ବାଚନ, ମତଦାନ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୮।୭ : ଦେଶର ୧୫ ତମ ରାଷ୍ଟ୍ରପତି ଚୟନ ପାଇଁ ମତଦାନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିଛନ୍ତି। ଏହି ଭୋଟିଂ...

ଜମ୍ମୁ-କଶ୍ମୀରର ସ୍ଥିତି ଅନୁଧ୍ୟାନ: ପହଞ୍ଚିଲେ ୨୫ ଜଣିଆ ବିଦେଶୀ ପ୍ରତିନିଧି ଦଳ

ଶ୍ରୀନଗର,୧୨।୨: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ସ୍ଥିତି ଅନୁଧ୍ୟାନ ପାଇଁ ଦ୍ୱିତୀୟ ଥର ଲାଗି ଏକ ୨୫ ଜଣିଆ ପ୍ରତିନିଧି ଦଳ ଶ୍ରୀନଗରରେ ପହଞ୍ଚିଛନ୍ତି।...

ଭାଜପା ପାଇଁ ଆରମ୍ଭ ହେଲା କର ବା ମର ଲଢ଼େଇ !

ନୂଆଦିଲ୍ଲୀ,୨୮।୪: ସୋମବାର ହେବ ଚତୁର୍ଥ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ଏହାପରେ ଆଉ ୩ଟି ପର୍ଯ୍ୟାୟରେ ଶେଷ ହେବ ୧୭ତମ ଲୋକ ସଭା ପାଇଁ ମତଦାନ।...

ଉପ ମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ସଚିନ

ଜୟପୁର,୧୪।୭: ଶାସନ ଗାଦିକୁ ନେଇ ରାଜସ୍ଥାନରେ ଚାଲିଥିବା ଲଢେଇ ମଧ୍ୟରେ କଂଗ୍ରେସ ଦଳ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଉପରେ ଖପ୍ପା ହୋଇଥିବା ଜଣାପଡିଛି। ମଙ୍ଗଳବାର...

ପଛରେ ଚାଲିଛନ୍ତି ୩ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୦।୩: ନିକଟରେ ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି। ବର୍ତ୍ତମାନ ସୁଦ୍ଧା ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ସେମାନଙ୍କ ଆସନରେ ପଛୁଆ ଚାଲିଥିବା...

ଯାଞ୍ଚ ନାଁରେ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଖୋଲିବାକୁ କହିଲେ ପରୀକ୍ଷକ

ଥିରୁଭାନନ୍ତପୁରମ୍‌,୧୮ା୭: ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷା ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍‌ଇଇଟି) ନିମନ୍ତେ କେରଳର ଏକ ପରୀକ୍ଷା କେନ୍ଦ୍ରରୁ...

Advertisement
Archives

Model This Week