Posted inଜାତୀୟ

ଉଝ୍‌ ବହୁମୁଖୀ ପରିଯୋଜନାକୁ ଡିପିଆର୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୧୬।୫: କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଝ୍‌ ବହୁମୁଖୀ ପରିଯୋଜନାର ସଂଶୋଧିତ ଡିପିଆର୍‌କୁ ମଞ୍ଜୁରୀ ଦିଆଯାଇଛି। ଏହାଦ୍ୱାରା ସିନ୍ଧୁ ଜଳ ଚୁକ୍ତି ଅନୁସାରେ ଭାରତରେ ଏହି ନଦୀ ଜଳର ଉପଯୁକ୍ତ ବ୍ୟବହାର କରାଯାଇ ପାରିବ। ଏହି ପରିଯୋଜନା ଶେଷ ହେବା ପାଇଁ ପ୍ରାୟ ୬ ମାସ ସମୟ ଲାଗିବ। ଏଥିରେ ୯୧୬୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ଜମ୍ମୁ-କଶ୍ମୀର କାଠୁଆ ଜିଲାରେ ଏହି ପରିଯୋଜନା ଅନ୍ତର୍ଗତ ନଦୀବନ୍ଧ ନିର୍ମାଣ କରାଯିବ। ୨୦୦୮ରେ ଏହି ପରିଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିଲା। ୨୦୧୩ରେ କେନ୍ଦ୍ରୀୟ ଜଳ ଆୟୋଗର ସିନ୍ଧୁ ନଦୀ ଅବବାହିକା ସଂଗଠନ ପକ୍ଷରୁ ଏହି ପରିଯୋଜନାର ଡିପିଆର୍‌ ପ୍ରସ୍ତୁତ କରାଯାଇଥିଲା। ପରିଯୋଜନା ଶେଷ ହେଲେ ଭାରତ ୭୮୧ ନିୟୁତ କ୍ୟୁବିକ୍‌ ମିଟର ଜଳ ମହଜୁଦ୍‌ ରଖିବାକୁ ସକ୍ଷମ ହେବ। ଉଝ୍‌ ନଦୀ ରାବି ନଦୀର ଏକ ସହାୟକ ନଦୀ। ସୂଚନାଯୋଗ୍ୟ, ୧୯୬୦ ସେପ୍ଟେମ୍ବର ୧୯ରେ ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ଏବଂ ପାକିସ୍ତାନ ରାଷ୍ଟ୍ରପତି ଅୟୁବ ଖାଁଙ୍କ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି କରାଚିଠାରେ ହୋଇଥିଲା। ଚୁକ୍ତି ଅନୁସାରେ ବ୍ୟାସ,ରାବି,ସତଲେଜ୍‌, ସିନ୍ଧୁ, ଚିନାବ୍‌ ଏବଂ ଝେଲମ୍‌ ଆଦି ୬ଟି ନଦୀ ଜଳ ବିତରଣ ଏବଂ ବ୍ୟବହାର କରାଯିବ। ଭାରତ ପୂର୍ବ ନଦୀଗୁଡ଼ିକର ୮୦ ପ୍ରତିଶତ ଜଳ ବ୍ୟବହାର କରିପାରିବ ବୋଲି ଚୁକ୍ତିରେ ଦର୍ଶାଯାଇଥିଲା। ତେବେ ଭାରତ ଏଭଳି କରୁ ନ ଥିଲା। କିନ୍ତୁ ଏହି ପରିଯୋଜନା ଶେଷ ହେଲେ ଏହା ସମ୍ଭବ ହୋଇପାରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ପାଇଁ ଅଗାଧୁଆରେ ୪୦ ଦିନ

ଭିଲ୍‌ଓ୍ବାଡ଼ା : ହିନ୍ଦୁ ସମାଜରେ ଈଶ୍ୱରଙ୍କ ଆରାଧନାକୁ ପବିତ୍ର ମନେକରାଯାଏ। ବେଶ୍‌ ଶୁଦ୍ଧପୂତ ଭାବେ ଶ୍ରଦ୍ଧାଳୁ ଦେବଦେବୀଙ୍କ ଆବାହନ କରିଥାନ୍ତି। ହେଲେ ରାଜସ୍ଥାନ ଭିଲ ସମ୍ପ୍ରଦାୟ...

ଉପନିର୍ବାଚନ ପୂର୍ବରୁ ବାକ୍‌ଯୁଦ୍ଧ: କମଳନାଥଙ୍କୁ କଳଙ୍କନାଥ କହିଲେ ଇମର୍ତି ଦେବୀ

ଭୋପାଳ, ୧୯।୧୦: ମଧ୍ୟପ୍ରଦେଶରେ ୨୮ଟି ବିଧାନସଭା ଆସନରେ ଉପନିର୍ବାଚନ ଦିନ ପାଖେଇ ଆସୁଛି। ଏପରି ସ୍ଥଳେ କଂଗ୍ରେସ ଏବଂ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ବଢ଼ିବାରେ ଲାଗିଛି।...

ତାଲିବାନକୁ ସମର୍ଥନ କରୁଥିବା ଲୋକଙ୍କଠାରୁ ଦୂରେଇ ରହିବା ଭଲ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧୪ ।୧୧: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଲକ୍ଷ୍ନୌରେ ଏକ ସମାଜିକ ସମ୍ମିଳନୀକୁ ଉଦବୋଧନ ଦେବା ଅବସରରେ କହିଛନ୍ତି, ୨୦ ବର୍ଷ ତଳେ...

ମୋଦିଙ୍କ ରାଲିରେ ୧୨ କୋଟି ଟଙ୍କାର କାର୍‌: ପ୍ରଶ୍ନ ଉଠାଇଲେ ସଞ୍ଜୟ

ମୁମ୍ବାଇ,୩ ।୧: ଉତ୍ତରପ୍ରଦେଶର ମୁରାଦାବାଦରେ ୫ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ ନିଜକୁ ଫକିର ବୋଲି କହିଥିଲେ...

ସାଧାରଣ ଭୋଟର ତାଲିକା ଦ୍ୱାରା ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ଲକ୍ଷ୍ୟ…

ନୂଆଦିଲ୍ଲୀ, ୨୨।୧୨: ଦେଶରେ ସାଧାରଣ ଭୋଟର ତାଲିକା (କମନ୍‌ ଇଲୋକ୍ଟ୍ରାର ରୋଲ୍‌) ପ୍ରସ୍ତୁତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି।...

ଉତ୍ତରପ୍ରଦେଶ-ବିହାର: ୭୦ ବର୍ଷର ସୀମା ବିବାଦ; ଫସଲ ଅମଳ ବେଳେ ଗର୍ଜୁଛି ବନ୍ଧୁକ

ପାଟନା/ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶ-ବିହାର ସୀମାରେ ଥିବା ବଲିଆ ଜିଲାରେ ଦୀର୍ଘ ୭୦ ବର୍ଷ ଧରି ଲାଗି ରହିଛି ସୀମା ବିବାଦ। ଇତିମଧ୍ୟରେ କେତେ ସରକାର ଗଲେଣି କେତେ...

ପୃଥିବୀ କକ୍ଷରେ ଚନ୍ଦ୍ରୟାନ-୨; ଇତିହାସ ରଚିଲା ଇସ୍ରୋ

ଶ୍ରୀହରିକୋଟା,୨୩।୭: ଭାରତର ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରୟାନ-୨ ସୋମବାର ଅପରାହ୍ନ ୨ଟା ୪୩ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯାଇଛି।...

ସବୁଠୁ ଗରମ ବର୍ଷ ତାଲିକାରେ ୨୦୨୦

ନୂଆଦିଲ୍ଲୀ,୪ା୧- ୧୯୦୧ ପରଠାରୁ ସବୁଠୁ ଉତ୍ତପ୍ତ ବର୍ଷ ତାଲିକାରେ ସ୍ଥାନ ପାଇଛି ୨୦୨୦। କିନ୍ତୁ ୨୦୧୬ରେ ଦେଖାଯାଇଥିବା ସର୍ବୋଚ୍ଚ ଉତାପ ତୁଳନାରେ ଏହା ଯଥେଷ୍ଟ କମ...

Advertisement
Archives

Model This Week