ଉଜୁଡ଼ିଲା ଫସଲ ଓ ଧୋଇଗଲା ରାସ୍ତା

ଗଣିଆ,୧୭।୮(ଡି.ଏନ.ଏ.)- ଛାଡିଯାଇଛି ବନ୍ୟାଜଳ ା ହେଲେ ଉଜୁଡିଯାଇଛି ଏକର ଏକର ଚାଷ ଜମି ା ଧୋଇଯାଇଛି ରାସ୍ତାଘାଟ ା ଫଳରେ ବହୁ ଚାଷୀ ଉଜୁଡା ଫସଲକୁ ଦେଖି ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏଭଳି ଦୃଶ୍ୟ ଗଣିଆ ବ୍ଲକର ଛାମୁଣ୍ଡିଆ, ରାସଙ୍ଗ, କିଶୋରପ୍ରସାଦ ଓ ବେଲପଡା ପଞ୍ଚାୟତରେ ଦେଖିବାକୁ ମିଳିଛି ା ବିଭିନ୍ନ ଗାଁର ଗହୀର ବିଲରୁ ବନ୍ୟାଜଳ ନିଷ୍କାସନ ହୋଇପାରୁନାହିଁ ା ଫଳରେ ଏହି ଗହୀର ବିଲରେ ହୋଇଥିବା ଧାନ ଫସଲ ନଷ୍ଟ ହେବାକୁ ବସିଲାଣି ା ବ୍ଲକର ଛାମୁଣ୍ଡିଆ ପଞ୍ଚାୟତର ରାଜିଙ୍ଗି, ବଡମୂଳ ମାଳିସାହି, ଈଶ୍ୱରପୁର, ରାଇଗାଡିଆ,ଛାମୁଣ୍ଡିଆ, ରାସଙ୍ଗ ପଞ୍ଚାୟତର ରାସଙ୍ଗ ଓ କାଦୁଆ, ବେଲପଡା ପଞ୍ଚାୟତର ରାଉତପଡା,ୱାଲିପୁର ଓ କିଶୋରପ୍ରସାଦ ପଞ୍ଚାୟତର ପତୁରିଆ ଗାଁର ଗହିରି ବିଲ ଓ ଅଞ୍ଚଳରୁ ଏବେବି ବନ୍ୟାଜଳ ନିଷ୍କାସନ ହୋଇପାରିନାହିଁ ା ସେହିପରି ବନ୍ୟାଜଳ ଦୁଇଦିନ ଧରି ରହିବା ଦ୍ୱାରା ମହାନଦୀ କୂଳ ଅଞ୍ଚଳରେ ଚାଷ ହୋଇଥିବା ପୋଟଳ, କାକୁଡି,ଜହ୍ନି, ମକା, କଲରା,ଝୁଡଙ୍ଗ ଓ ବାଇଗଣ ପରି ବିଭିନ୍ନ ପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସେହିପରି ବନ୍ୟାଜଳ ସ୍ରୋତରେ ବିଭିନ୍ନ ପୋଖରୀ ହୁଡାରେ ଘାଇ ହୋଇ ପୋଖରୀ ମୁକୁଳା ହୋଇପଡିଛି । ଅନ୍ୟପରି ବନ୍ୟା ପ୍ରଭାବରେ ଗଣିଆ-ବଡମୂଳ ପୂର୍ତ୍ତ ରାସ୍ତାରୁ ଈଶ୍ୱରପୁର ଗ୍ରାମକୁ ଯାଇଥିବା କଂକ୍ରିଟ ରାସ୍ତା ଓ ଗାଡର୍ର୍ୱାଲ ଧୋଇ ହୋଇଯାଇଛି ା ଏପରିକି ଗ୍ରାମକୁ ଯାଇଥିବା ପାନୀୟଜଳ ସଂଯୋଗ ବିଚ୍ଛିନ୍ନ ହୋଇପଡିଛି ା ଛାମୁଣ୍ଡିଆ ପଞ୍ଚାୟତର କୁତୁରୀ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ବହୁ ସ୍ଥାନରେ ବନ୍ୟାଜଳ ଜମି ରହିବା ଦ୍ୱାରା ଗ୍ରାମବାସୀ ବଡମୂଳ ଓ ଛାମୁଣ୍ଡିଆ ଯାତାୟାତ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ସେହିପରି ବିଭିନ୍ନ ଖାଲୁଆ ସ୍ଥାନରେ ବନ୍ୟାଜଳ ଜମିରହିବା ଦ୍ୱାରା ଥଣ୍ଡା, କାଶ,ଝାଡାବାନ୍ତି ପରି ବିଭିନ୍ନ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଙ୍କୁ ଅପହରଣ

ଗଣିଆ,୧।୧୨(ଡି.ଏନ୍‌.ଏ.): କଲେଜ ଗେଟ୍‌ର ଅନତି ଦୂରରେ ଘଟିଛି ଅପହରଣ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏମିତି ଘଟଣା ଘଟିଛି ନୟାଗଡ଼ ଜିଲା ଗଣିଆ କଲେଜ...

ଲକ୍ଷାଧିକ ଟଙ୍କାର ଶାଗୁଆନ ଗଣ୍ଡି ସହ ଟ୍ରକ୍‌ ଜବତ, ୨ ଗିରଫ

ଓଡ଼ଗାଁ,୧୨ା୧(ସ୍ବ.ପ୍ର.): ଗୁରୁବାର ଭୋର୍‌ରୁ ସ୍ଥାନୀୟ ବନ ବିଭାଗ ରାତ୍ରି ପାଟ୍ରୋଲିଂରୁ ଫେରୁଥିବା ବେଳେ ବାଉଁଶଗାଡ଼ିଆ ନିକଟରୁ ଏକ ଶାଗୁଆନ ବୋଝେଇ ମିନିଟ୍ରକ ଜବତ କରିଛି। ବନ...

ଲୋପ ପାଇବ କୋଚିଲାଖାଇ ବଂଶ

ଗଣିଆ,୭ା୨(ଡି.ଏନ୍‌.ଏ.): ପ୍ରାକୃତିକ ଜଙ୍ଗଲ ଧ୍ୱଂସ, ଅବାଧ ଶିକାର ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପଶୁ ତୁଳନାରେ ପକ୍ଷୀ ବଂଶ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ବାଲିଶୁଆ,...

ଅଦିନିଆ ବର୍ଷାରେ ଉଜୁଡିଗଲା ଫସଲ, ଚିନ୍ତାରେ ଚାଷୀ

ଖଣ୍ଡପଡା,୩୧ା୩(ସ୍ବ.ପ୍ର.): ପଶ୍ଚିମା ଝଡ଼ ପ୍ରଭାବରେ ଅଦିନିଆ ବର୍ଷା ସାଙ୍ଗକୁ ପବନ ଓ କୁଆପଥର ବୃଷ୍ଟି ଯୋଗୁ ପନିପରିବା ଓ ରବି ଫସଲ ଉଜୁଡି ଯାଇଛି। ଖଣ୍ଡପଡ଼ା...

ଇକୋ ଭିଲେଜ ପାଇଁ ସଜେଇହେଲା ମୁଦୁଲିଗାଡ଼ିଆ :ଗାଁରେ ରହି ମଜ୍ଜା ଉଠାଇବେ ପର୍ଯ୍ୟଟକ

ଗଣିଆ,୩ା୧୧(ଡି.ଏନ.ଏ.): ସାତକୋଶିଆ ବ୍ୟାଘ୍ର ସଂରକ୍ଷଣାଞ୍ଚଳ ଅନ୍ତର୍ଗତ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳର ମୁଦୁଲିଗାଡିଆ ଗ୍ରାମକୁ ବନ୍ୟପ୍ରାଣୀ ବନ ବିଭାଗ ଦ୍ୱାରା ଇକୋ ଭିଲେଜରେ ପରିଣତ...

ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ ଉଦ୍‌ଯାପିତ ପଞ୍ଚୁପାଣ୍ଡବଙ୍କ ନାମରେ ଯଜ୍ଞକୁଣ୍ଡ

ଗଣିଆ,୩।୧୨(ଡି.ଏନ.ଏ.)-ନୟାଗଡ଼ ଜିଲା ଗଣିଆ ବ୍ଲକ ମା’ କଳାପାଟ ପୀଠ ପରିସରରେ ଗତ ୩ଦିନ ଧରି ଚାଲୁ ରହିଥିବା ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ ସୋମବାର ଓଢ଼ଣଷଷ୍ଠୀ ତିଥିରେ...

ଆମ୍ବନାଳ ସେତୁର ଆପ୍ରୋଚ ରାସ୍ତା ନିର୍ମାଣ ଦାବି

ଖଣ୍ଡପଡ଼ା,୧୧।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡ଼ା ସହରରୁ ଜେଲଖାନା ଛକଦେଇ ନିକଟସ୍ଥ ବନମାଳୀପୁର ଗ୍ରାମକୁ ସଂଯୋଗ କରୁଥିବା ଆମ୍ବନାଳ ଉପରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ସେତୁ...

ହସୁଛି ଉଜୁଡ଼ା ଜଙ୍ଗଲ

ନୟାଗଡ଼ ଅଫିସ,୨।୧: ଦିନ ଥିଲା ସେହି ଜଙ୍ଗଲ ଗଛଲତାରେ ପୂରି ରହିଥିଲା । ସୂର୍ଯ୍ୟଙ୍କ କିରଣ ଭୂମିରେ ପଡୁ ନ ଥିଲା । ଆଖପାଖ ଗାଁର...

Advertisement
Archives

Model This Week