Posted inଜାତୀୟ

ଇରାନରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଉଦ୍ୟମ

ନୂଆଦିଲ୍ଲୀ,୧୩।୩(ପି.ଟି.): ଇରାନରେ ଅଟକିଥିବା ଭାରତୀୟ ପର୍ଯ୍ୟଟକମାନଙ୍କୁ ଫେରାଇଆଣିବା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଇରାନର ବିଭିନ୍ନ ପ୍ରଦେଶରେ ୬୦୦୦ରୁ ଅଧିକ ଭାରତୀୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୧୦୦ ହେଉଛନ୍ତି ପର୍ଯ୍ୟଟକ। ଏହାବ୍ୟତୀତ ୩୦୦ ଛାତ୍ରୀଛାତ୍ର ଓ ପାଖାପାଖି ୧୦୦୦ ମତ୍ସ୍ୟଜୀବୀ ଅଛନ୍ତି। ସେମାନଙ୍କୁ ଯଥାସମ୍ଭବ ଶୀଘ୍ର ଫେରାଇ ଆଣିବାକୁ ସରକାର ଉଦ୍ୟମ ଚଳାଇଥିବା ବହିର୍ବ୍ୟାପାର ମନ୍ତ୍ରୀ କହିଛନ୍ତି। ୭ ତାରିଖରେ ଇରାନରୁ ୧୦୮ ଭାରତୀୟଙ୍କ ସ୍ବାବ ନମୁନା ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ୫୮ ଜଣଙ୍କଠାରେ ଭୂତାଣୁ ନ ଥିବା ଜଣାପଡିବା ପରେ ୧୦ ତାରିଖରେ ସେମାନଙ୍କୁ ବାୟୁସେନା ବିମାନରେ ଫେରାଇ ଅଣାଯାଇଛି। ଆଉ ୫୨୯ ଜଣଙ୍କ ନମୁନା ପହଞ୍ଚତ୍ଛି। ସେଗୁଡ଼ିକୁ ପରୀକ୍ଷା କରାଯିବା ପରେ ଯେଉଁମାନେ ସଂକ୍ରମିତ ହୋଇ ନ ଥିବେ ସେମାନଙ୍କୁ ଫେରାଇ ଅଣାଯିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉନ୍ନାଓ ମାମଲା: ୧୨ଟା ସୁଦ୍ଧା ସୁପ୍ରିମକୋର୍ଟରେ ହାଜର ହେବାକୁ ସିବିଆଇ ଅଧିକାରୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧।୮: ଉନ୍ନାଓ ବଳାତ୍କାର ପୀଡିତାଙ୍କ ଦୁର୍ଘଟଣାକୁ ନେଇ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ହେଲେ ଦିନ ୧୨ଟା ସୁଦ୍ଧା ଏହି ଘଟଣା ସହ ଜଡିତ...

କରୋନା ଆତଙ୍କ: ଫେରିଗଲା ଭାରତୀୟଙ୍କ ମୃତଦେହ

ନୂଆଦିଲ୍ଲୀ,୨୬।୪: ନିକଟ ଅତୀତରେ ଆବୁ ଧାବିରୁ ଭାରତ ଆସିଥିବା ୩ ମୃତଦେହ ପୁଣିଥରେ ଆବୁଧାବି ଫେରିଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୩ ପ୍ରବାସୀ...

ପ୍ରିୟାଙ୍କ ଅପ୍ରିୟ କାର୍ଯ୍ୟ,ଏମିତି କରିଦେଲେ ପରିବାର ଛାରଖାର

ଯୋଧପୁର,୧୦।୮: ରାଜସ୍ଥାନର ଯୋଧପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପାକିସ୍ତାନ ହିନ୍ଦୁ ଶରଣାର୍ଥୀ ପରିବାରର ୧୧ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟଣା ଏଠାରେ ଚାଞ୍ଚଲ୍ୟ...

ସୁପ୍ରିମ୍‌କୋର୍ଟ ରାୟକୁ ସ୍ବାଗତ କଲେ ରାହୁଲ-ପ୍ରିୟଙ୍କା-ସୁରଜଓ୍ବାଲା

ନୂଆଦିଲ୍ଲୀ,୯।୧୧: ଐତିହାସିକ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବା ପରେ ଏହାକୁ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ସ୍ବାଗତ କରିଛନ୍ତି। ଏହା ଦ୍ୱାରା ଦେଶରେ ଏକତା...

ଜୁନ୍‌ ୨୪ ସୁଦ୍ଧା ପରୀକ୍ଷା ହେଲାଣି ୭୫ ଲକ୍ଷ ନମୁନା: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୨୫।୬: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢି ଚାଲିଥିବା ବେଳେ ଏହାର ନମୁନା ପରୀକ୍ଷା ଯେତେଶୀଘ୍ର ହୋଇ ପାରିବ ସେତେଶୀଘ୍ର ସଂକ୍ରମିତଙ୍କୁ ଚିହ୍ନଟ...

ଅଯୋଧ୍ୟା ମାମଲା: ସୁପ୍ରିମ୍‌କୋର୍ଟରେ କ୍ୟୁରେଟିଭ୍‌ ପିଟିଶନ୍‌ ଦାଖଲ କଲା ପିସ୍‌ ପାର୍ଟି

ନୂଆଦିଲ୍ଲୀ,୨୧।୧: ଅଯୋଧ୍ୟା ମାମଲାର ପୁନର୍ବିଚାର ପାଇଁ ପିସ୍‌ ପାର୍ଟି ପକ୍ଷରୁ କ୍ୟୁରେଟିଭ୍‌ ପିଟିଶନ୍‌ ଦାଖଲ କରାଯାଇଛି। ନଭେମ୍ବର ୯ରେ ସର୍ବୋଚ୍ଚ ଆଦାଲତ ପକ୍ଷରୁ ଦିଆଯାଇଥିବା ରାୟରେ...

କବରରୁ ବାହାରି ସାକ୍ଷୀ ଦେଲା ମୃତଦେହ

ପାଟନା, ୨୨।୭: କଥାରେ ଅଛି ସତ କେବେ ଲୁଚି ରହେନା। କରିଥିବା ଅପରାଧ ଦିନେ ନା ଦିନେ ପ୍ରକାଶିତ ହେବ ବୋଲି କେତେକ କହିଥାନ୍ତି। ଏହାର...

ଶାହାଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ

ନୂଆଦିଲ୍ଲୀ,୧୪।୮: କିଛିଦିନ ହେବ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ରିପୋର୍ଟ ଶୁକ୍ରବାର ନେଗେଟିଭ ଆସିଛି। ସେ ନିଜେ ଟୁଇଟ୍‌ କରି...

Coronavirus Update

Archives

Model This Week

Why Dharitri